ହାଇଓ୍ୱା ସହ ଧକ୍କା ହୋଇ ରାସ୍ତାତଳକୁ ଓଲଟିଲା ଭୁବନେଶ୍ବର ଆସୁଥିବା ଯାତ୍ରୀବାହୀ ବସ୍, ୪୦ରୁ ଅଧିକ ଯାତ୍ରୀ ଆହତ

Passenger bus overturned following a collision with Hyva truck 40 injured

ଓଡ଼ିଆ ଗସିପ ବ୍ୟୁରୋ: କେନ୍ଦ୍ରାପଡା ଆଳିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କଟକ-ଚାନ୍ଦବାଲି ରାସ୍ତାର ଆଳି ସିଙ୍ଗିରି ନିକଟରେ ଆଜି ସକାଳେ ବଡ଼ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍‌କୁ ହାଇଓ୍ୱା ଧକ୍କା ଦେବାରୁ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାତଳକୁ ଓଲଟି ପଡ଼ିଛି । ରାସ୍ତା କଡକୁ ଖସି ପଡିବା କାରଣରୁ ବସଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି ।

ଦୁର୍ଘଟଣାରେ ୪୦ରୁ ଅଧିକ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ୫ ରୁ ଅଧିକଙ୍କ ଅବସ୍ଥା ଗୁରୁତର ରହିଛି । ସମସ୍ତ ଆହତ ଯାତ୍ରୀଙ୍କୁ ଆଳି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନାଅନୁସାରେ ଆଜି ସକାଳେ ବସ୍‌ଟି ପ୍ରାୟ ୭୦ ଜଣ ଯାତ୍ରୀଙ୍କୁ ନେଇ ଚାନ୍ଦବାଲିରୁ ଭୁବନେଶ୍ୱର ଅଭିମୁଖେ ଆସୁଥିଲା ନାୟକ ବସ୍‌ । ଏହି ସମୟରେ ବିପରୀତ ଦିଗରୁ ଆସୁଥିବା ହାଇଓ୍ୱା ବସ୍‌କୁ ଧକ୍କା ଦେଇଥିଲା । ପରେ ବସ୍‌ଟି ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟି ପଡ଼ିଥିଲା ।

ଏଠି କ୍ଲିକ କରି ଅଧିକ ପଢନ୍ତୁ: ବାର୍ଷିକ ରାଶିଫଳ (୨୦୨୩): ଜାଣନ୍ତୁ କଣ କେମିତି ରହିବ ଆପଣଙ୍କ ଏହି ୩ଟି ରାଶିର ଭାଗ୍ୟ ଚକ୍ର…

ସିଙ୍ଗିରି ନିକଟରେ ଉଭୟ ହାଇୱା ଓ ବସ୍ ମଧ୍ୟରେ ଧକ୍କା ହୋଇଥିଲା । ଉଭୟ ବସ୍ ଓ ହାଇୱା ରାସ୍ତା କଡକୁ ଖସି ପଡିଥିଲା । ଯାତ୍ରୀଙ୍କ ଚିକ୍ରାର ଶୁଣି ସ୍ଥାନୀୟ ଲୋକ ତୁରନ୍ତ ଉଦ୍ଧାର କରିବାକୁ ପହଞ୍ଚିଥିଲେ । ରାସ୍ତା କଡକୁ ଖସି ପଡିବା କାରଣରୁ ବସଟି ଭାଙ୍ଗି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ଝରକା ବାଟେ ଯାତ୍ରୀ ମାନଙ୍କୁ ଉଦ୍ଧାର କରାଯାଉଛି ।

ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଯାତ୍ରୀମାନଙ୍କୁ ବସ୍‌ରୁ ଉଦ୍ଧାର କରୁଛନ୍ତି । ଏବେ ବି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ହେଲେ ହାଇଓ୍ୱା ଡ୍ରାଇଭର ଓ ହେଲପରଙ୍କର କିଛି ହୋଇ ନାହିଁ । ପୁଲିସ ଘଟଣାର ତଦନ୍ତ କରୁଛି ।

Share this story

World Odia Language Conferene