ନଭେମ୍ବର ୧୭ ଓଡ଼ିଆ ସଙ୍ଗୀତ ପାଇଁ 'ବ୍ଲାକ୍ ଡେ': ଅକ୍ଷୟ ମହାନ୍ତିଙ୍କ ପରେ ହ୍ୟୁମାନ୍ ସାଗରଙ୍କ ପରଲୋକ, ୨୩ ବର୍ଷ ତଳେ ଘଟିଥିଲା ଏହି ଘଟଣା...

Why cine lover thinks November 17 as black day for Ollywood singers

ଓଡ଼ିଆ ଗସିପ ବ୍ୟୁରୋ: ଓଡ଼ିଆ ସଙ୍ଗୀତ ଜଗତ ପାଇଁ ନଭେମ୍ବର ୧୭ ତାରିଖ ଏକ ଦୁଃଖଦ ଦିନ ଭାବେ ଇତିହାସରେ ଲିପିବଦ୍ଧ ହୋଇ ରହିବ । ଗୋଟିଏ ତାରିଖରେ ଓଲିଉଡର ଦୁଇ ମହାନ କଳାକାରଙ୍କୁ ହରାଇବା ପରେ ସମଗ୍ର ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କର ଆଜି (ନଭେମ୍ବର ୧୭) ପରଲୋକ ଘଟିଥିବା ବେଳେ ଠିକ୍ ୨୩ ବର୍ଷ ତଳେ ଅର୍ଥାତ୍ ନଭେମ୍ବର ୧୭, ୨୦୦୨ରେ ସର୍ବକାଳୀନ ଲୋକପ୍ରିୟ ଗାୟକ ଓ ସଙ୍ଗୀତର ମଉଡମଣୀ ଅକ୍ଷୟ ମହାନ୍ତିଙ୍କର ଦେହାନ୍ତ ହୋଇଥିଲା ।

୩୪ ବର୍ଷରେ ହ୍ୟୁମାନ୍ ସାଗରଙ୍କ ଅକାଳ ବିୟୋଗ: ମାତ୍ର ୩୪ ବର୍ଷ ବୟସରେ ହ୍ୟୁମାନ ସାଗରଙ୍କର ଅକାଳ ବିୟୋଗ ଘଟିଛି । ସୋମବାର ସନ୍ଧ୍ୟା ୯:୦୮ ମିନିଟରେ ଭୁବନେଶ୍ୱର ଏମ୍ସ (AIIMS) ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିଲା ।

ସେ ମଲ୍ଟି-ଅର୍ଗାନ୍ ଡସ୍ଫଙ୍କ୍ସନ୍ ସିଣ୍ଡ୍ରୋମ୍ (MODS), ଲିଭର୍ ଫେଲ୍ୟର, କିଡନୀ ସମସ୍ୟା, ଶ୍ୱାସକ୍ରିୟା ଜନିତ ଅସୁବିଧା ଏବଂ ନିମୋନିଆ ଭଳି ଗୁରୁତର ରୋଗରେ ପୀଡ଼ିତ ଥିଲେ ।

ଗତ ନଭେମ୍ବର ୧୪ରେ ଗୁରୁତର ସ୍ୱାସ୍ଥ୍ୟାବସ୍ଥା ଯୋଗୁଁ ତାଙ୍କୁ ଏମ୍ସର ଇମର୍ଜେନ୍ସିରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ଭେଣ୍ଟିଲେଟର୍ ସହାୟତାରେ ରଖାଯାଇଥିଲା, କିନ୍ତୁ ବିଶେଷଜ୍ଞ ଡାକ୍ତରମାନଙ୍କ ଚିକିତ୍ସା ସତ୍ତ୍ୱେ କୌଣସି ଉନ୍ନତି ହୋଇନଥିଲା ।

ଉନ୍ନତ ଚିକିତ୍ସା ପାଇଁ ପରିବାର ତାଙ୍କୁ ରାଜ୍ୟ ବାହାରକୁ ନେବାକୁ ଯୋଜନା କରୁଥିବା ବେଳେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଡାକ୍ତରମାନଙ୍କ ସହ ଆଲୋଚନା କରି ସମସ୍ତ ସହାୟତାର ଆଶ୍ୱାସନା ଦେଇଥିଲେ ।

‘ଭଏାସ ଅଫ୍ ଓଡ଼ିଶା’ରୁ ଓଲିଉଡ୍ ପର୍ଯ୍ୟନ୍ତ ଯାତ୍ରା: ବଲାଙ୍ଗୀର ଜିଲାର ତିତିଲାଗଢ଼ରେ ଜନ୍ମିତ ହ୍ୟୁମାନ ସାଗର ୨୦୧୨ରେ ‘ଭଏାଇସ୍ ଅଫ୍ ଓଡ଼ିଶା’ ସିଜନ୍-୨ରେ ବିଜୟୀ ହୋଇଥିଲେ । ୨୦୧୫ରେ ‘ଇଶ୍କ୍ ତୁହେଁ ହୀ ତୁହେଁ’ ଚଳଚ୍ଚିତ୍ରର ଟାଇଟଲ୍ ଟ୍ରାକ୍ ଗାଇ ସେ ଓଲିଉଡରେ ପ୍ରବେଶ କରିଥିଲେ । ତାଙ୍କ କଣ୍ଠରେ ଗାଇଥିବା ଅନେକ ରୋମାଣ୍ଟିକ୍ ଓ ଭାବପୂର୍ଣ୍ଣ ଗୀତ ଶ୍ରୋତାଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲା ।

Share this story