ହ୍ୟୁମାନ୍ ସାଗରଙ୍କ ମାଆଙ୍କ ସାଂଘାତିକ ଅଭିଯୋଗ; କହିଲେ ପୁଅର ମୃତ୍ୟୁ ପାଇଁ ଓଲିଉଡ୍ର ଆଗଧାଡିର ଏହି କଣ୍ଠଶିଳ୍ପୀ ଦାୟୀ...
ଓଡ଼ିଆ ଗସିପ ବ୍ୟୁରୋ: ମୋ ପୁଅକୁ ମାରିଦେଲେ....ମୋ ପୁଅକୁ ମାରିଦେଲେ... ଏମିତି ଛାତି ପିଟି କାନ୍ଦୁଥାନ୍ତି କଣ୍ଠଶିଳ୍ପୀ ହ୍ୟୁମାନ୍ ସାଗରଙ୍କ ମାଆ । ଖାଲି ଏତିକି ନୁହେଁ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ସାଂଘାତିକ ଅଭିଯୋଗ ଆଣିଛନ୍ତି ତାଙ୍କ ମାଆ । ହ୍ୟୁମାନଙ୍କ ମୃତ୍ୟୁ ପାଇଁ ୩ ଜଣଙ୍କୁ ଦାୟୀ କରିଛନ୍ତି । ଅର୍ପିତା ଚୌଧୁରୀ, ହ୍ୟୁମାନଙ୍କ ଟିମ୍ ସଦସ୍ୟ ପ୍ରଶାନ୍ତ ଏବଂ ପପୁଙ୍କ ନାଁ ନେଇଛନ୍ତି ତାଙ୍କ ମାଆ ଶେଫାଳି ସୁନା । ରୋଗ ନୁହେଁ ବରଂ ଡିପ୍ରେସନରେ ପୁଅର ମୃତ୍ୟୁ ହୋଇଥିବା କହିଛନ୍ତି ମାଆ ଶେଫାଳି ।
ଅର୍ପିତାଙ୍କ ନାଁ ନେଇ ତାଙ୍କ ମାଆ କହିଛନ୍ତି, ପୁଅକୁ ବର୍ବାଦ କରି ଧୋଖା ଦେଲା । ଶେଷରେ ଡିପ୍ରେସନରେ ଆସି ପିଅର ମୃତ୍ୟୁ ହୋଇଥିବା କହିଛନ୍ତି ଶେଫାଳି ସୁନା । ଦେହ ଖରାପ ସତ୍ତ୍ୱେ ମୋ ପୁଅକୁ ବ୍ୟବହାର କରାଯାଉଥିଲା ।
ଦେହ ଖରାପ ବେଳେ ପୁଅକୁ ଷ୍ଟେଜ୍ ସୋ' କରାଉଥିଲେ ବୋଲି ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଲେ ହ୍ୟୁମାନଙ୍କ ମାଆ । ଏନେଇ ଅର୍ପିତା ଚୌଧୁରୀ ଓ ପପୁଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ ।
- ହ୍ୟୁମାନ୍ ମାଆଙ୍କ ସାଂଘାତିକ ଅଭିଯୋଗ
- କଣ୍ଠଶିଳ୍ପୀ ହ୍ୟୁମାନ ସାଗର ମାଆଙ୍କ ସାଂଘାତିକ ଅଭିଯୋଗ
- ହ୍ୟୁମାନଙ୍କ ମୃତ୍ୟୁ ପାଇଁ ୩ ଜଣଙ୍କୁ ଦାୟୀ କଲେ ଶେଫାଳି ସୁନା
- କଣ୍ଠଶିଳ୍ପୀ ଅର୍ପିତା ଚୌଧୁରୀଙ୍କୁ ଦାୟୀ କଲେ ହ୍ୟୁମାନଙ୍କ ମାଆ
- ହ୍ୟୁମାନଙ୍କ ଟିମ୍ ସଦସ୍ୟ ପ୍ରଶାନ୍ତ ଏବଂ ପପୁଙ୍କ ନାଁରେ ଅଭିଯୋଗ
- 'ଦେହ ଖରାପ ସତ୍ତ୍ୱେ ମୋ ପୁଅକୁ ବ୍ୟବହାର କରାଯାଉଥିଲା'
- 'ଦେହ ଖରାପ ବେଳେ ପୁଅକୁ ଷ୍ଟେଜ୍ ସୋ' କରାଉଥିଲେ'
- ମ୍ୟାନେଜର ଓ ଆୟୋଜକଙ୍କୁ ଦୋଷ ଦେଲେ ହ୍ୟୁମାନଙ୍କ ମାଆ
