ଉଦଘାଟିତ ହେଲା ପ୍ରଥମ ବିଶ୍ବ ଓଡ଼ିଆ ସମ୍ମିଳନୀ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଲେ ଉଦଘାଟନ

ଓଡ଼ିଆ ଗସିପ୍ ବ୍ୟୁରୋ: ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଶନିବାର ପୂର୍ବାହ୍ନରେ ପ୍ରଥମ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଉଦ୍ଘାଟିତ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିଥିଲେ। ବନ୍ଦେ ଉତ୍କଳ ଜନନୀ ଗୀତରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ବେଳେ ସଭିଏଁ ବନ୍ଦେ ଉତ୍କଳ ଜନନୀ ଗୀତ ଗାନ କରିଥିଲେ।
ଦେଶ ବିଦେଶର ଶତାଧିକ ଲେଖକ, ସାହିତ୍ୟିକଙ୍କ ସମାଗମ ହୋଇଛି। ଅନ୍ତର୍ଜାତୀୟ ସ୍ତରର ବହୁ ବିଶିଷ୍ଟ ଭାଷାବିତ୍ ଏଥିରେ ଉପସ୍ଥିତ ରହିଛନ୍ତି। ଏହି ଉତ୍ସବରେ ସଂସ୍କୃତି ମନ୍ତ୍ରୀ ଅଶ୍ବିନୀ ପାତ୍ର, ସାହିତ୍ୟିକ ଡକ୍ଟର ସୀତାକାନ୍ତ ମହାପାତ୍ର, ଡକ୍ଟର ପ୍ରତିଭା ରାୟ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ୍ ପ୍ରମୁଖ ମଞ୍ଚରେ ଉପସ୍ଥିତ ଅଛନ୍ତି। ପ୍ରାରମ୍ଭରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କତି ବିଭାଗର ଶାସନ ସଚିବ ତଥା କମିସନ ସୁଜାତା ଆର୍ କାର୍ତ୍ତିକେୟନ୍ ସ୍ୱାଗତ କରିଥିଲେ।
ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ
ଏହ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ସମ୍ବୋଧନ କରି କହିଥିଲେ ଯେ, ଓଡ଼ିଆ ଭାଷା ଶାସ୍ତ୍ରୀୟ ଭାଷା । ଓଡ଼ିଆ ଭାଷାରେ ନୂଆ ନୂଆ ଶବ୍ଦ ଯୋଡ଼ି ହେଉଛି । ଓଡ଼ିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ। ଆମେ ଭବିଷ୍ୟତ ପାଇଁ ନିଜେ ନିଜର ରାସ୍ତା ତିଆରି କରିବା ଓଡ଼ିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ବୋଲି ନବୀନ କହିଥିଲେ।
ଓଡ଼ିଆ ଭାବାବେଗକୁ ଛୁଇଁଲା ଭଳି ହୋଇଛି ପ୍ରତିଟି କାର୍ଯ୍ୟକ୍ରମର ପରିକଳ୍ପନା ଓ ଆୟୋଜନ। ଦେଶ ବିଦେଶରେ ଥିବା ଓଡ଼ିଆ ଶୁଭେଚ୍ଛା ଜଣାଇ ରାଜ୍ୟ ସରକାରଙ୍କ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି।ଐତିହ୍ୟ କ୍ୟାବିନେଟ୍ରେ ନିଷ୍ପତ୍ତି ଅନୁଯାୟୀ ଫେବ୍ରୁଆରି ୩ରୁ ୫ ତାରିଖରେ ବିଶ୍ବ ଓଡ଼ିଆ ଭାଷା ସମ୍ମିଳନୀ ଆୟୋଜନ କରାଯାଉଛି।
ଅଧିକ ପଢନ୍ତୁ :ଶନି ଦେବଙ୍କ ରାଶି ପରିବର୍ତ୍ତନ ଫଳରେ ଏହି ଦୁଇଟି ରାଶି ହେବେ ଉପକୃତ ଓ ସମସ୍ତ କଷ୍ଟରୁ ପାଇବେ ମୁକ୍ତି!
ଭାଷା ଅତୀତର ଅସ୍ତିତ୍ବ- ଭାଷା ହିଁ ଭବିଷ୍ୟତ। ଏହି ପ୍ରସଙ୍ଗ ଆଧାରରେ ରାଜ୍ୟ ସରକାର ସମ୍ମଳିନୀର ରୂପରେଖ ପ୍ରସ୍ତୁତ କରିଛନ୍ତି। ଓଡ଼ିଆ ଭାଷାର ପ୍ରତିଟି ବିଭାଗକୁ ସମ୍ମଳନୀରେ ସ୍ଥାନ ଦିଆଯାଇଛି। ସମ୍ମିଳନୀରେ ମୋଟ୍ ୧୭ଟି ଅଧିବେଶନରେ ୧୦୦ରୁ ଅଧିକ ଖ୍ୟାତିସମ୍ପନ୍ନ ଭାଷାବିତ୍, ବୁଦ୍ଧିଜୀବୀ ଓ ବିଦ୍ବାନ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ଅଧିକ ପଢନ୍ତୁ :ନିଜ ଲୋକ ହିଁ କଷ୍ଟ ଦେବା ସହ ଏହି ରାଶିର ଲୋକଙ୍କ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିବ! ପଢନ୍ତୁ ଆଜିର ରାଶିଫଳ
ଏଥିରେ ଆଦିକବି ସାରଳା ଦାସ, ଅତିବଡ଼ି ଜଗନ୍ନାଥ ଦାସ, କବିସମ୍ରାଟ ଉପେନ୍ଦ୍ର ଭଞ୍ଜ, ବ୍ୟାସକବି ଫକୀର ମୋହନ ସେନାପତିଙ୍କ ନାମରେ ନାମିତ ଚାରିଟି କକ୍ଷ କରାଯାଇଛି। ଏଥିରେ ଓଡ଼ିଆ ଭାଷାକୁ ନେଇ ବିଭିନ୍ନ ଅଧିବେଶନରେ ପ୍ରାସଙ୍ଗିକ ବିଷୟବସ୍ତୁ ଉପରେ ତଥ୍ୟଭିତ୍ତିକ ବିଚାର ବିମର୍ଶ କରାଯିବ। ଛାତ୍ରଛାତ୍ରୀ ଓ ଯୁବପିଢ଼ିଙ୍କ ମଧ୍ୟରେ ପଠନ ଅଭ୍ୟାସକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମୋବାଇଲ୍ ଲାଇବ୍ରେରି, ବସ୍ ଓ ମୋବାଇଲ୍ ବୁକ୍ଆର୍ଟ ମାଧ୍ୟମରେ ‘ଆସ ପଢ଼ିବା’ ଭଳି ଅନେକ କାର୍ଯ୍ୟକ୍ରମ ରହିଛି।
ଅଧିକ ପଢନ୍ତୁ :ଜାଣନ୍ତୁ କ’ଣ ଏହି ସର୍ଭାଇକାଲ କ୍ୟାନ୍ସର? ଯାହା ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ନେଲା ଜୀବନ