ନିଜ ଲୋକ ହିଁ କଷ୍ଟ ଦେବା ସହ ଏହି ରାଶିର ଲୋକଙ୍କ ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିବ! ପଢନ୍ତୁ ଆଜିର ରାଶିଫଳ 
 

Horoscope for Saturday 3 February 2024
ପଢନ୍ତୁ ଆଜିର ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ....

ମେଷ: ଧନପ୍ରାପ୍ତି ହେବ। ପରିବାର ସହିତ ହସଖୁସିରେ ସମୟ ବିତାଇବେ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। ଭାବିଚିନ୍ତି କଥା କହିବା ଭଲ। ପ୍ରେମ ବ୍ୟାପାରରେ ସଫଳ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।

ବୃଷ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ସ୍ବାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଦୂରଯାତ୍ରା ଯୋଗ ରହିଛି। ଦୀର୍ଘ ଦିନ ପ୍ରତୀକ୍ଷାର ଅନ୍ତ ଘଟିବ। ବ୍ୟବସାୟରେ ଲାଭବାନ ହେବେ। ନୂତନ ବସ୍ତ୍ର କିଣିପାରନ୍ତି।

ମିଥୁନ: ଗୁରୁଜନଙ୍କ ପରାମର୍ଶ ନେଇ କାର୍ଯ୍ୟ କରିବା ଭଲ। ଆୟ ଅନୁସାରେ ବ୍ୟୟ ହେବ। ପ୍ରେମ ବ୍ୟାପାରରେ ସଫଳ ହେବେ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି। କୋର୍ଟ-କଚେରୀ ମାମଲାରେ ଛନ୍ଦି ହୋଇପାରନ୍ତି।

କର୍କଟ: ସ୍ବାସ୍ଥ୍ୟରେ ସୁଧାର ଆସିବ। ଆୟ ବୃଦ୍ଧି ପାଇବ। ରାଜନୀତିରେ ସକ୍ରିୟ ରହିେବ। ଅଫିସ୍‌ କାର୍ଯ୍ୟ ପାଇଁ ଦୂର ସ୍ଥାନ ଯାତ୍ରା କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। ଉଧାର ଟଙ୍କା ଫେରି ପାଇବାରେ ବିଳମ୍ବ ହେବ।

ଅଧିକ ପଢନ୍ତୁ :ଫେବୃଆରୀରେ ଶୁକ୍ର ଚଳନ, ତିନି ରାଶିଙ୍କ ଫିଟିବ ଭାଗ୍ୟ, ହେବ ଟଙ୍କାର ବର୍ଷା!

ସିଂହ: ଦୀର୍ଘ ଦିନରୁ ଆଶା କରିଥିବା ଦିଗରୁ ଅର୍ଥ ମିଳିବ। ନୂତନ ଜମି କ୍ରୟ କରିପାରନ୍ତି। ବିଦ୍ୟାର୍ଥୀମାନେ ଉଚ୍ଚ ଶିକ୍ଷା ପାଇଁ ବିଦେଶ ଯାତ୍ରା କରିପାରନ୍ତି। ମହିଳାମାନେ ମୁଖ୍ୟ ଦାୟିତ୍ବ ନିଭାଇବେ।

କନ୍ୟା: ପରିସ୍ଥିତି ଅନୁକୂଳ ରହିବ। ନୂତନ ବ୍ୟବସାୟ ପାଇଁ ବର୍ତ୍ତମାନ ଉପଯୁକ୍ତ ସମୟ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିେବ। ମହିଳାମାନେ ସାମାଜିକ ଓ ଧାର୍ମିକ କାର୍ଯ୍ୟରେ ସାମିଲ ରହିେବ।

ତୁଳା: ତରବରିଆ ଭାବେ କାମ କରନ୍ତୁନି। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ। ଅଚାନକ ଖୁସି ଖବର ଶୁଣିବେ। ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ।

ବିଛା: ଜୀବନସାଥୀଙ୍କ ସହଯୋଗ ମିଳିବ। କର୍ମକ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ସହଯୋଗ ଲୋଡ଼ିେବ। ଘରେ ମାଙ୍ଗଳିକ କାର୍ଯ୍ୟ ହେବ। ପିଲାମାନଙ୍କ ପ୍ରତି ଅଧିକ ଯତ୍ନଶୀଳ ହେବା ଦରକାର। ପୂଜାର୍ଚ୍ଚନା କରନ୍ତୁ।

ଅଧିକ ପଢନ୍ତୁ :ଶନି ଦେବଙ୍କ ରାଶି ପରିବର୍ତ୍ତନ ଫଳରେ ଏହି ଦୁଇଟି ରାଶି ହେବେ ଉପକୃତ ଓ ସମସ୍ତ କଷ୍ଟରୁ ପାଇବେ ମୁକ୍ତି! 

ଧନୁ: ଅଟକି ଥିବା କାର୍ଯ୍ୟ ପୂରା ହେବ। ନିଜ ଲୋକ ପ୍ରତାରଣା କରିପାରନ୍ତି। ଦାମ୍ପତ୍ୟ ଜୀବନ ସୁଖମୟ ହେବ। କଳା, ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହୋଇପାରନ୍ତି। ବଜରଙ୍ଗବାଲିଙ୍କୁ ଦର୍ଶନ କରନ୍ତୁ।

ମକର: ନିଜର ଲୋକଙ୍କ ମଧ୍ୟରେ ଭୁଲ୍‌ ବୁଝାମଣା ହୋଇପାରେ। କୌଣସି ବିଷୟରେ ହଠାତ୍‌ ନିଷ୍ପତ୍ତି ନେବା ଉଚିତ ନୁହେଁ। ପିଲାମାନେ ଉଚ୍ଚ ଶିକ୍ଷା ପାଇଁ ଯୋଜନା ପ୍ରସ୍ତୁତ କରିେବ। ଅଚାନକ ଖର୍ଚ୍ଚ ବଢ଼ିପାରେ।

କୁମ୍ଭ: ପରିବାର ଲୋକଙ୍କ ସହିତ ସମୟ ବିତାଇବେ । ସ୍ବାସ୍ଥ୍ୟ ସ୍ଥିତି ଠିକ୍‌ ରହିବ। ଭାଇ ଭାଇ ମଧ୍ୟରେ କଳହ ଲାଗି ରହିବ। ଆୟ ଅନୁସାରେ ବ୍ୟୟ କମ୍‌ ହେବ। ଅଯଥା ସମସ୍ୟାରେ ଛନ୍ଦି ହୋଇ ପାରନ୍ତି।

ମୀନ: ଦୂରଯାତ୍ରା କରିପାରନ୍ତି। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତା ବଢ଼ିବ। ଦାମ୍ପତ୍ୟ ଜୀବନ ମଧୁମୟ ହେବ। ବ୍ୟକ୍ତିଗତ କଥା ଅନ୍ୟମାନଙ୍କୁ ଜଣାନ୍ତୁନି। ସମସ୍ତଙ୍କ ସହ ଭଲ ଆଚରଣ ଦେଖାନ୍ତୁ।

ଅଧିକ ପଢନ୍ତୁ :ଜାଣନ୍ତୁ କ’ଣ ଏହି ସର୍ଭାଇକାଲ କ୍ୟାନ୍ସର? ଯାହା ୩୨ ବର୍ଷ ବୟସରେ ଅଭିନେତ୍ରୀ ପୁନମ ପାଣ୍ଡେଙ୍କ ନେଲା ଜୀବନ 
 

Share this story