ଫେବୃଆରୀରେ ଶୁକ୍ର ଚଳନ, ତିନି ରାଶିଙ୍କ ଫିଟିବ ଭାଗ୍ୟ, ହେବ ଟଙ୍କାର ବର୍ଷା!
 

Dhan shakti rajyog in capricorn mars and venus together 3 zodiac signs lucky
ଧନୀ କରିଦେବ ଧନଶକ୍ତି ରାଜଯୋଗ!
 

ଓଡ଼ିଆ ଗସିପ୍ ବ୍ୟୁରୋ: ସମସ୍ତ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି । ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଆସନ୍ତା ଫେବୃଆରୀ ମାସରେ (ଫେବୃଆରୀ ୩) ଶୁକ୍ର ମଧ୍ୟ ନିଜ ରାଶି ଛାଡି ମକର ରାଶିକୁ ଚଳନ କରିବେ। ଯେଉଁ ରାଶିରେ କି ମଙ୍ଗଳ ପୂର୍ବରୁ ବିରାଜମାନ ଅଛନ୍ତି।  

ଗୋଟିଏ ରାଶିରେ ଦୁଇ ଗ୍ରହଙ୍କ ମିଳନ ଧନଶକ୍ତି ରାଜଯୋଗ ସୃଷ୍ଟି କରୁଛି। ଏହି ଧନଶକ୍ତି ରାଜଯୋଗ କାରଣରୁ ତିନି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ସେମାନଙ୍କ ଜୀବନ ଧନଧାନ୍ୟରେ ଭରିଯିବା ସହ ଚାକିରିରେ ପଦୋନ୍ନତି ଓ ବ୍ୟବସାୟରେ ଅଭୂତ ପୂର୍ବ ସଫଳତା ପାଇବେ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ... 

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ଆସନ୍ତା ମାସରୁ କୋଟିପତି ହେବେ ଏହି ତିନି ରାଶି:

ଧନୁ : ଧନଶକ୍ତି ରାଜଯୋଗ ଏହି ରାଶିରେ ଲୋକଙ୍କ ପାଇଁ ଅତ୍ୟନ୍ତ ଲାଭଦାୟି ପ୍ରମାଣିତ ହେବ। ଏହି ଅବଧି ମଧ୍ୟରେ, ଚାକିରିରେ ପଦୋନ୍ନତି ନେଇ ଯୋଗ ରହିଛି । ପୈତୃକ ସମ୍ପତ୍ତିରୁ ଲାଭ ମିଳିବ । ସାମାଜରେ ମାନ ସମ୍ମାନ ବୃଦ୍ଧି ପାଇବ। ବ୍ୟବସାୟରେ ଉନ୍ନତି ହେବା ସହ ବିପୁଳ ଲାଭ ମିଳିବ । ଆୟ ବଢିବା ସହିତ ବୈବାହିକ ଜୀବନ ସୁଖମୟ ହେବ । ବିଶେଷ କରି ପ୍ରେମ ବ୍ୟାପାରରେ ସଫଳତା ପାଇବେ। ଏପରିକି ପ୍ରେମ ବିବାହର ଯୋଗ ମଧ୍ୟ ରହିଛି। ଦିର୍ଘ ଦିନ ଧରି ଲାଗି ରହିଥିବା ବିବାଦର ଅନ୍ତ ଘଟିବ। 

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

ମେଷ:  ଶୁକ୍ର ଓ ମଙ୍ଗଳଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଧନଶକ୍ତି ରାଜଯୋଗର ଶୁଭ ପ୍ରଭାବ ହେତୁ ମକର ରାଶିରେ ବ୍ୟକ୍ତି ବିଶେଷ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ।  ପୂର୍ବ ଅପେକ୍ଷା ଆର୍ଥିକ ସ୍ଥିତି ମଜବୁତ୍ ହେବ। ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିବା ବ୍ୟକ୍ତି ବିଶେଷ ଏହି ସମୟରେ ସଫଳତା ହାସଲ କରିବେ । ଭାଗ୍ୟର ପୂର୍ଣ୍ଣ ସମର୍ଥନ ମିଳିବ । ବ୍ୟବସାୟରେ ଆର୍ଥିକ ଲାଭର ସମ୍ଭାବନା ରହିଛି । ସ୍ୱାସ୍ଥ୍ୟରେ ସକରାତ୍ମକ ପରିବର୍ତ୍ତନ ଦେଖାଯିବ। ପରିବାର ଲୋକଙ୍କ ସହ ସମ୍ପର୍କରେ ସୁଧାରତା ଆସିବ। ଦୂରସ୍ଥାନକୁ ଯାତ୍ରା ନେଇ ବାଟ ଫିଟିବ।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ବୃଷ: ସେହିପରି ଏହି ରାଶିର ବ୍ୟକ୍ତି ମାନଙ୍କ ପାଇଁ ଶୁଭ ଦିନ ଆରମ୍ଭ ହେବାକୁ ଯାଉଛି। ବ୍ୟବସାୟୀଙ୍କ ପାଇଁ ସମୟ ବହୁତ ଭଲ ରହିଛି। ଯଦି ଆପଣ, ଏହି ଅବଧି ମଧ୍ୟରେ କୌଣସି ବ୍ୟବସାୟ ଆରମ୍ଭ କରନ୍ତି, ସେଥିରୁ ଅଧିକ ଲାଭ ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି । ବ୍ୟବସାୟରେ ଅଟିକି ଥିବା ଟଙ୍କା ଆପଣଙ୍କୁ ମିଳିବ। ବିଦେଶ ଭ୍ରମଣ କରିପାରିବେ। ନିଜ ସନ୍ତାନଙ୍କ ଠାରୁ ଭଲ ଖବର ପାଇଁ ମନ ପ୍ରଫୁଲ୍ଲିତ ହେବ। ସନ୍ତାନ ପ୍ରାପ୍ତିର ଖବର ବି ପାଇ ପାରନ୍ତି। କ୍ୟାରିୟର ସହିତ ଜଡି଼ତ କିଛି ଭଲ ଖବର ପାଇପାରନ୍ତି। 

ଅଧିକ ପଢନ୍ତୁ :ଅନ୍ୟ ଉପରେ ଭରସା କରି ହଇରାଣ ହେବା ସହ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ! ପଢନ୍ତୁ ରାଶିଫଳ 

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story