ଅନ୍ୟ ଉପରେ ଭରସା କରି ହଇରାଣ ହେବା ସହ ଗୁରୁଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତାରେ ରହିବେ! ପଢନ୍ତୁ ରାଶିଫଳ 
 

Horoscope for Thursday 1st February 2024
ପଢନ୍ତୁ ରାଶିଫଳ 
 

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ ଆସନ୍ତୁ ଜାଣିବା ....

ମେଷ: ସମ୍ପର୍କୀୟଙ୍କ ସହଯୋଗ ରହିବ। ବ୍ୟବସାୟ ଆଗକୁ ବଢ଼ାଇବେ। ଧନପ୍ରାପ୍ତି ଯୋଗ ଅଛି। ସମୟର ସଦୁପଯୋଗ କରିବେ। ଆୟ ଓ ବ୍ୟୟ ସମାନ ରହିବ। ମହିଳାମାନେ ପୂଜାର୍ଚ୍ଚନାରେ ସମୟ ବିତାଇବେ।

ବୃଷ: କର୍ମକ୍ଷେତ୍ରରେ ସମସ୍ୟା ଉପୁଜିପାରେ। ଅନ୍ୟ ଉପରେ ଭରସା କରି ହଇରାଣରେ ପଡ଼ିପାରନ୍ତି। ଛାତ୍ରଛାତ୍ରୀ ପ୍ରତିଯୋଗିତାମୂଳକ ପରୀକ୍ଷାରେ ଭଲ ପ୍ରଦର୍ଶନ କରିେବ। ନୂତନ ବ୍ୟବସାୟ ଆରମ୍ଭ କରିପାରନ୍ତି।

ଅଧିକ ପଢନ୍ତୁ :ସକାଳ ବା ପାହାନ୍ତିଆ ସେକ୍ସ ଶରୀରକୁ ଦେଇଥାଏ ଏହି ସବୁ ଫାଇଦା, ଜାଣି ନାହାନ୍ତି ଯଦି ଏବେ ହିଁ ଜାଣି ରଖନ୍ତୁ 

ମିଥୁନ: ଆଶା କରିଥିବା ଦିଗରୁ ଟଙ୍କା ମିଳିବ। ଅଟକି ରହିଥିବା କାର୍ଯ୍ୟ ଆରମ୍ଭ କରିବେ। ପ୍ରେମ ବ୍ୟାପାରରେ ସଫଳ ହେବେ। ଦୂରଯାତ୍ରା ଯୋଗ ଅଛି। ବିଦ୍ୟାର୍ଥୀ କଠିନ ପରିଶ୍ରମ କରିବେ।

କର୍କଟ: ଦାମ୍ପତ୍ୟ ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସହ ସମୟ ଅତିବାହିତ କରିବେ। ଆର୍ଥିକ ସ୍ଥିତି ମଜଭୁତ୍‌ ହେବ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ଚିନ୍ତାରେ ରହିେବ।

ସିଂହ: ଅଫିସ୍‌ରେ ସହକର୍ମୀଙ୍କ ସହିତ ମନୋମାଳିନ୍ୟ ଦେଖା ଦେବ। ପିଲାଙ୍କ ପଢ଼ା ପାଇଁ ବ୍ୟସ୍ତବିବ୍ରତ ହେବେ । ସମାଜସେବାରେ ସମୟ ଦେବେ। କଳା ଓ ସାହିତ୍ୟ କ୍ଷେତ୍ରରେ ସମ୍ମାନିତ ହେବେ।

ଅଧିକ ପଢନ୍ତୁ : କେଉଁ କାରଣ ପାଇଁ ଗୋଡ଼ ବିନ୍ଧେ? ଜାଣିଲେ ଆଶ୍ଚର୍ଯ୍ୟ ହେବେ...

କନ୍ୟା: ବନ୍ଧୁଙ୍କ ଦ୍ବାରା ଆୟର ମାର୍ଗ ଉନ୍ମୁକ୍ତ ହେବ। ପ୍ରେମ ସମ୍ପର୍କରେ ପ୍ରଗାଢ଼ତା ଆସିବ। ପରିବାର ସଦସ୍ୟଙ୍କ ସହ ଧାର୍ମିକ କାର୍ଯ୍ୟରେ ସାମିଲ ହେବେ। ଗୁରୁଜନଙ୍କ ଆଶୀର୍ବାଦ ନେବେ।

ତୁଳା: ପଡ଼ୋଶୀଙ୍କଠାରୁ ବିବାଦରୁ ଦୂରେଇ ରୁହନ୍ତୁ। ରାଜନୀତିରେ ସାମିଲ ହୋଇପାରନ୍ତି। ନିବେଶରୁ ଲାଭ ମିଳିବ। ଉଚ୍ଚଶିକ୍ଷା ପାଇଁ ବିଦ୍ୟାର୍ଥୀ ବିଦେଶ ଯାତ୍ରା କରିବେ। ଦାମ୍ପତ୍ୟ ଜୀବନ ସୁଖମୟ ହେବ।

ବିଛା: ଅବିବାହିତଙ୍କ ପାଇଁ ବିବାହ ପ୍ରସ୍ତାବ ଆସିବ। ମହିଳାମାନେ ଧାର୍ମିକ ସମାବେଶରେ ଯୋଗ ଦେବେ। ଜୀବନସାଥୀଙ୍କୁ ଦାମୀ ଉପହାର ଦେଇପାରନ୍ତି। ଆର୍ଥିକ ସ୍ଥିତିେର ଉନ୍ନତି ପରିଲକ୍ଷିତ ହେବ।

ଅଧିକ ପଢନ୍ତୁ :ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!

ଧନୁ: ଦିନଟି ହସଖୁସିରେ ଅତିବାହିତ ହେବ। ପୁରୁଣା ବନ୍ଧୁଙ୍କ ସହ ଭେଟ ହେବ। ଶାରୀରିକ ପୀଡ଼ା ଅନୁଭବ କରିବେ। ସୃଜନାତ୍ମକ କାମ ପ୍ରତି ରୁଚି ବଢ଼ିବ। ଅବିବାହିତାଙ୍କ ବିବାହରେ ସମସ୍ୟା ଉତ୍ପନ୍ନ ହେବ।

ମକର: ଜୀବନସାଥୀଙ୍କ ସହ ଦୂର ସ୍ଥାନକୁ ଯାତ୍ରା କରିବେ। ଛାତ୍ରଛାତ୍ରୀ ଖେଳକୁଦରେ ସୁନାମ ଅର୍ଜନ କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବାକୁ ଭଲ ସମୟ। କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।

କୁମ୍ଭ: ଜମିକ୍ରୟ ଯୋଗ ରହିଛି। ଧନପ୍ରାପ୍ତି ହେବ। ବ୍ୟକ୍ତିଗତ ମାମଲାକୁ ଅନ୍ୟମାନଙ୍କ ଆଗେ ପରିପ୍ରକାଶ କରନ୍ତୁ ନାହିଁ। ଠକାମିର ଶିକାର ହେବେ। ଅଫିସ୍‌ରେ ବରିଷ୍ଠ ଅଧିକାରୀଙ୍କ ସାହାଯ୍ୟ ମିଳିବ।

ମୀନ: ରାଜନୀତିେର ଯୋଗ ଦେବେ। ଜୀବନସାଥୀଙ୍କୁ ମନକଥା କହିବେ। ଇଚ୍ଛା ପୂରଣ ହେବ। ସନ୍ତାନଙ୍କ ଭବିଷ୍ୟତକୁ ନେଇ ଚିନ୍ତାମୁକ୍ତ ହେବେ। ମନୋରଞ୍ଜନରେ ଆବଶ୍ୟକତାଠୁ ଅଧିକ ଖର୍ଚ୍ଚ କରିବେ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 
 

Share this story