ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର, ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା!
 

Consuming these 4 things will eliminate the problem of diabetes!
ଏହି ୪ଟି ଜିନିଷ ସେବନ କଲେ ଦୂର ହେବ ମଧୁମେହ ସମସ୍ୟା

ଓଡ଼ିଆ ଗସିପ୍ ବ୍ୟୁରୋ: ବର୍ତ୍ତମାନ ସମୟରେ ଅଧିକାଂଶ ଲୋକଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି ମଧୁମେହ ରୋଗ। ଜୀବନଶୈଳୀ ଓ ଖାଦ୍ୟପେୟ କାରଣରୁ ଅନେକ ସମୟରେ ସ୍ବାସ୍ଥ୍ୟଗତ ସମସ୍ୟା ସୃଷ୍ଟି ହେବା ସହ ଅନେକ ରୋଗର କାରଣ ପାଲଟୁଛି। ଆହାର ଠାରୁ ଆରମ୍ଭ କରି ଶାରୀରିକ ଗତିବିଧି ଯାଏଁ ଅନେକ କାରଣରୁ ସ୍ବାସ୍ଥ୍ୟ ଉପରେ ଏହାର କୁପ୍ରଭାବ ପକାଇଛି। 

ବିଶେଷ କରି ଖରାପ ଅଭ୍ୟାସ କାରଣରୁ ମଧୁମେହ, ଉଚ୍ଚ ରକ୍ତଚାପ, ହାଡ, ଆଣ୍ଠୁଗଣ୍ଠି ଯନ୍ତ୍ରଣା ଭଳି ସମସ୍ୟା ବୃଦ୍ଧି ପାଇଛି। ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତାନୁସାରେ ମଧୁମେହ ଓ କ୍ରଚାପ ଶରୀରରେ ଅନେକ ସମସ୍ୟାକୁ ବୃଦ୍ଧି କରିଥାଏ । ସମୟ ଅନୁଯାୟୀ, ଏହାକୁ ନିୟନ୍ତ୍ରଣରେ ରଖୁବା ନିତାନ୍ତ ଆବଶ୍ୟକ। ଏଥିପାଇଁ ଜୀବନଶୈଳୀ ଓ ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦ୍ବୈଷ୍ଣା ମଧ୍ଯ ଉଚିତ।

ଅଧିକ ପଢନ୍ତୁ :ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...

ସୁସ୍ଥ ଶରୀର ପାଇଁ ସୁସ୍ଥ ଆହାର ସେବନ କରିବା ଉଚିତ ମୋଟପଣ ବୃଦ୍ଧି କରୁଥିବା, କୋଲେଷ୍ଟେରୋଲ ମାତ୍ରା ବୃଦ୍ଧି କରୁଥିବା ଖାଦ୍ୟ ଅକ ପରିମାଣରେ ଖାଇବା ଦ୍ବାରା ମଧୁମେହ ହେବାର ସମ୍ଭାବନା ଅଧିକ ରହିଥାଏ। ଭୁଲ ଖାଦ୍ୟପେୟ ମଧୁମେହ ଓ ହୃଦୟ ରୋଗର ଏକ ପ୍ରମୁଖ କାରଣ ଉତ୍ତମ ସ୍ବାସ୍ଥ୍ୟ ପାଇଁ ଖାଦ୍ୟରେ ଫାଇବର, ଭିଟାମିନ୍ ରେ ଭରପୁର ଖାଦ୍ୟ ଖାଆନ୍ତୁ । ଲୁଣ ଓ ତିନି କମ ମାତ୍ରାରେ ଖାଆନ୍ତୁ।

ଉତ୍ତମ ଓ ଆବଶ୍ୟକ ପରିମାଣରେ ନିଦ ଶାରୀରିକ ଓ ମାନସିକ ସୁସ୍ଥତା ପାଇଁ ନିତାନ୍ତ ଆବଶ୍ୟକ। ସଠିକ ପରିମାଣରେ ନିଦ ନ ହେବା ଦ୍ବାରା ଉଚ୍ଚ ରକ୍ତଚାପ, ହୃଦୟ ରୋଗ ଜନିତ ଜଳିତ ସମସ୍ୟା ସୃଷ୍ଟି ହୋଇଥାଏ । ସଭିଙ୍କୁ ରାତିରେ ୬ ରୁ ୮ ଘଣ୍ଟା ନିଶ୍ଚୟ ଶୋଇବା ଉଚିତ।

ଅଧିକ ପଢନ୍ତୁ : କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

ମଧୁମେହ ଓ ଉଚ୍ଚ ରକ୍ତଚାପ ଉଭୟ ଜୀବନଶୈଳୀ ସହ ସମ୍ବନ୍ଧିତ ରୋଗ। ଏହି ରୋଗରୁ ନିଜକୁ ରକ୍ଷା କରିବାକୁ ଓ ସମୟ ପୂର୍ବରୁ ଉତ୍ତମ ସ୍ୱାସ୍ଥ୍ୟ ପାଇଁ କିଛି ସରଳ ଉପାୟ ଓ ସ୍ୱତନ୍ତ୍ର ଖାଦ୍ୟ ପ୍ରତି ଧ୍ୟାନ ଦେବା ଆବଶ୍ୟକ। ନିୟମିତ ରୂପରେ ବ୍ୟାୟାମ କରିବା ମଧ୍ୟ ଆବଶ୍ୟକ।

ରସୁଣ ଖାଇବା ଦ୍ୱାରା ଖରାପ କୋଲେଷ୍ଟେରୋଲ୍‌‌ କମ୍‌‌ ହୋଇଥାଏ। ଏହା ରକ୍ତରେ ଶର୍କରାର ମାତ୍ରାକୁ ମଧ୍ୟ ନିୟନ୍ତ୍ରଣ କରିଥାଏ। ରସୁଣରେ ଥିବା ପୋଷକ ତତ୍ତ୍ୱ କାରଣରୁ ସକାଳେ ଏହାକୁ ଖାଲିପେଟରେ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌‌ ଓ ମଧୁମେହ ବହୁ ପରିମାଣରେ କମ୍‌‌ ହୋଇଥାଏ।

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ଏହା ସହ ମେଥିଦାନାରେ ଥିବା ପୋଷକ ତତ୍ତ୍ୱ ରକ୍ତରେ ଶର୍କରାର ମାତ୍ରାକୁ ବହୁ ପରିମାଣରେ କମ୍‌‌ କରିଥାଏ। ମେଥି ଦାନାର ସେବନ ଦ୍ୱାରା ଖରାପ କୋଲେଷ୍ଟେରୋଲ୍‌‌ ମଧ୍ୟ କମ୍‌‌ ହୋଇଥାଏ। ମେଥିରେ ଚା’ ପ୍ରସ୍ତୁତ କରି ମଧ୍ୟ ପିଇ ପାରିବେ। ଏହାସହ ରାତିରେ ମେଥି ଦାନା ବତୁରାଇ ସକାଳେ ଏହାର ପାଣିକୁ ମଧ୍ୟ ପିଇପାରିବେ। ଏହାସହ ମେଥି ଶାଗର ମଧ୍ୟ ସେବନ କରି ପାରିବେ।

ଏବଂ ତୁଳସୀ ପତ୍ର ଚୋବାଇ ଖାଇବା ଦ୍ୱାରା କୋଲେଷ୍ଟେରୋଲ୍‌‌ କମ୍‌‌ ହୋଇଥାଏ। ଏହା ସ୍ୱାସ୍ଥ୍ୟ ପାଇଁ ବେଶ ଉପକାରୀ ମଧ୍ୟ। ୨୦୧୮ରେ ହୋଇଥିବା ଏକ ଅଧ୍ୟୟନ ଅନୁଯାୟୀ,କୋଲେଷ୍ଟେରୋଲ୍‌‌ ନିୟନ୍ତ୍ରଣ ଓ ହ୍ରାସରେ ତୁଳସୀ ପତ୍ର ଅତ୍ୟନ୍ତ ଲାଭଦାୟକ।

ଅଳସୀ ମଞ୍ଚି ସେବନ ଦ୍ୱାରା ହୃଦୟ ଜନିତ ରୋଗ ଓ ସମସ୍ୟା ହେବାର ସମ୍ଭାବନା ଖୁବ୍‌‌ କମ୍‌‌ ଥାଏ। ଏଥିରେ ଓମେଗା ୩ ଓ ଫ୍ୟାଟି ଏସିଡ୍‌‌ ମଧ୍ୟ ଥାଏ। ଏହା ରକ୍ତରେ ଶର୍କରା ସହ ରକ୍ତଚାପକୁ ମଧ୍ୟ କମ୍‌‌ କରିଥାଏ।

ଅଧିକ ପଢନ୍ତୁ :ବାଥରୁମରେ ଅଧିକ ହାର୍ଟ ଆଟାକ୍ ହେବାର ପ୍ରକୃତ କାରଣ କଣ? ଜାଣିଲେ ହେବେ ଆଶ୍ଚର୍ଯ୍ୟ 

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । ଓଡ଼ିଆ ଗସିପ୍ ଏହାକୁ ନିଶ୍ଚତ କରେ ନାହିଁ।)

Share this story