ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ? ଜାଣନ୍ତୁ କ'ଣ କହୁଛି ବିଶେଷଜ୍ଞଙ୍କ ମତ...
 

Is it safe to have sex during period
ଋତୁସ୍ରାବ ସମୟରେ ସେକ୍ସ କରିବା ଠିକ୍ ନା ଭୁଲ୍ ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ନିରାପଦ ଯୌନ ସମ୍ପର୍କ, ସେକ୍ସ ବା ଶାରୀରିକ ସମ୍ପର୍କ ଗଢିବା କେବଳ ଶରୀରକୁ ଆନନ୍ଦ ଦିଏ ନାହିଁ । ମନକୁ ମଧ୍ୟ ପ୍ରଫୁଲ୍ଲିତ ରଖେ। ତେବେ, ଶାରୀରିକ ସମ୍ପର୍କ ରଖିବା ବା ସେକ୍ସ କଲା ବେଳେ କିଛି ଦିଗ ପ୍ରତି ଆମକୁ ଧ୍ୟାନ ଦେବାକୁ ପଡିଥାଏ। ନଚେତ୍ ଆପଣଙ୍କ ଓ ଆପଣଙ୍କ ପାର୍ଟନରଙ୍କୁ ମଧ୍ୟ ସଂକ୍ରମଣର ଭୟ ଥାଏ । ଖାସ୍ କରି ମହିଳାଙ୍କ ପିରିୟଡସ୍ ବା ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ଗଢିବା ଉଚିତ୍ କି ନାହିଁ। 

ସେନେଇ ଅନେକଙ୍କ ମଧ୍ୟରେ ଆଜିବି  ଦ୍ବନ୍ଦ ରହିଛି । ଆପଣଙ୍କ ମନରେ ମଧ୍ୟ ଏଭଳି ପ୍ରଶ୍ନ ଅନେକ ସମୟରେ ଉଙ୍କି ମାରୁଥିବ ନିଶ୍ଚୟ । ତେବେ, ଆସନ୍ତୁ ଜାଣିବା ମହିଳାଙ୍କ ପିରିୟଡସ୍ ବା ଋତୁସ୍ରାବ ସମୟରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ନା ଅନୁଚିତ୍ । ତେବେ, ଏନେଇ କଣ କହୁଛନ୍ତି ହେଲଥ୍ ଏକ୍ସପର୍ଟ ଜାଣନ୍ତୁ... 

ଅଧିକ ପଢନ୍ତୁ :ସ୍ବାସ୍ଥ୍ୟ ପାଇଁ ବେଶ ଉପକାରୀ, ଦିନକୁ ଖାଆନ୍ତୁ ବାସ ଦୁଇ ପାଖୁଡ଼ା, ଦୂର ହେବ ପୁରୁଷଙ୍କ ଯୌନ ସମସ୍ୟା !

ଯେପରି ଶାରୀରିକ ସମ୍ପର୍କ ସ୍ୱାଭାବିକ, ମହିଳାଙ୍କ ଋତୁସ୍ରାବ ମଧ୍ୟ ଏକ ପ୍ରାକୃତିକ ପ୍ରକ୍ରିୟା  । କିନ୍ତୁ ପିରିୟଡ୍ସ ସମୟରେ ଶାରୀରିକ ସମ୍ବନ୍ଧକୁ ନେଇ ଅନେକ ଭୁଲ ଧାରଣା ଅଛି । ଏହି ସମୟ ମଧ୍ୟରେ କିଛି ଲୋକ ଯୌନ ସମ୍ପର୍କରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତି ।

ପିରିୟଡସ୍ ବା ଋତୁସ୍ରାବ ସମୟରେ ଅଧିକାଂଶ ମହିଳା ସମ୍ପର୍କ ସ୍ଥାପନ କରିବାକୁ ସଙ୍କୋଚ କରିଥାଆନ୍ତି। କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ,ଯେ  ପିରିୟଡସ୍ ସମୟରେ ସେକ୍ସ କଲେ ମହିଳାଙ୍କୁ ଫାଇଦା ମିଳିଥାଏ। ଋତୁସ୍ରାବ ଜନିତ ଯନ୍ତ୍ରଣା କମ୍ ହୋଇଥାଏ। 

ଅଧିକ ପଢନ୍ତୁ : ଶୀତଦିନେ ସେକ୍ସ କରିବାକୁ ଅଧିକ ଇଚ୍ଛା ହୁଏ କାହିଁକି? ଜାଣନ୍ତୁ ଏହା ପଛର ବୈଜ୍ଞାନିକ କାରଣ

ସେକ୍ସ କରିବା ପରେ ହର୍ମୋନ୍, ଏଣ୍ଡୋରଫିନ୍ ଏବଂ ଷ୍ଟ୍ରେସ୍ ବଷ୍ଟିଙ୍ଗ୍ ରାସାୟନିକ ପଦାର୍ଥ ଉତ୍ପନ୍ନ ହୁଏ । ଏହା ଋତୁସ୍ରାବ ସମୟରେ ଯନ୍ତ୍ରଣାରୁ ମୁକ୍ତି ଦେଇପାରେ । କିଛି ଲୋକ ଚିନ୍ତିତ ହୋଇପାରନ୍ତି ଯେ ଏହି ସମୟ ମଧ୍ୟରେ ଯୌନ ସମ୍ପର୍କ ସଂକ୍ରମଣ କିମ୍ବା ସ୍ୱାସ୍ଥ୍ୟ ସମ୍ବନ୍ଧୀୟ କିଛି ସମସ୍ୟା ସୃଷ୍ଟି କରିପାରେ । ଏହି କାରଣରୁ କେତେକ ଲୋକ ଋତୁସ୍ରାବ ସମୟରେ ଯୌନ ସମ୍ପର୍କରୁ ଦୂରେଇ ରୁହନ୍ତି । ଅସ୍ୱାସ୍ଥ୍ୟକର ଜୀବନଶୈଳୀ, ବ୍ୟାୟାମର ଅଭାବ, ଧୂମପାନ ଏବଂ ମଦ୍ୟପାନ କରୁଥିବା ମହିଳାମାନଙ୍କର ଖାସ କରି ପିରିୟଡସ୍ ସମୟରେ ପେଟରେ ଯନ୍ତ୍ରଣା ଅନୁଭୂବ ହୋଇଥାଏ। 

ଅଧିକ ପଢନ୍ତୁ :ମାସକୁ କେତେଥର ସେକ୍ସ କରିବା ଉଚିତ୍? ବିବାହିତ ଦମ୍ପତିନିଶ୍ଚୟ ଜାଣନ୍ତୁ...

ପିରିୟର୍ଡସ୍ ସମୟରେ ଆପଣ ଯଦି ସେକ୍ସ କରୁଛନ୍ତି । ତାହା କେବଳ ନିଜ ସାଥୀଙ୍କ ସହିତ ତେବେ ସେକ୍ସ ପରେ , ଆପଣ ଯୌନାଙ୍ଗକୁ ସଫା ନ କଲେ ମଧ୍ୟ କୌଣସି ସମସ୍ୟା ନାହିଁ । ଯଦି ଆପଣ ଏକାଧିକଙ୍କ ସହିତ ଶାରୀରିକ ସମ୍ପର୍କ ରଖୁଛନ୍ତି। ତେବେ ଆପଣଙ୍କୁ ସ୍ବଚ୍ଛତା ଉପରେ ଧ୍ୟାନ ଦେବାକୁ ପଡିବ। ଖାସ୍ କରି ସେକ୍ସ ପରେ ଯୌନାଙ୍ଗକୁ ସଫା କରିବା ଉଚିତ୍ । 

ସବୁଠାରୁ ବଡ କଥା ହେଉଛି ଯେ ସଂକ୍ରମଣର ଭୟକୁ ଦୂର କରିବା ପାଇଁ ଆପଣ ଋତୁସ୍ରାବ ସମୟରେ ସମ୍ପର୍କ ଗଢିବା ସମୟରେ କଣ୍ତୋମର ବ୍ୟବହାର କରନ୍ତୁ । ଏହା ଉଭୟଙ୍କ ପାଇଁ ବେଶ ଭଲ ହୋଇଥାଏ। 

ଅଧିକ ପଢନ୍ତୁ : କଣ୍ଡୋମ ବ୍ୟବହାର କରୁଥିଲେ ସାବଧାନ; ଜାଣି ରଖନ୍ତୁ ଏହି ୫ଟି ଜରୁରୀ କାରଣ !

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ । )

Share this story