World Odia Language Conferene

କେମିତି ହୁଏ ଥାଲାସେମିଆ? ଜାଣନ୍ତୁ ଏହି ରୋଗର କାରଣ, ଲକ୍ଷଣ ଓ ନିରାକରଣ
 

What are the complications of thalassemia know its symptoms and causes
କେତେ ସାଙ୍ଘାତିକ ଥାଲାସେମିଆ ରୋଗ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ଥାଲାସେମିଆ ଗ୍ରୀକ୍ ଶବ୍ଦ ‘ଥାଲାସାରୁ ଆସିଛି । ଏହି ରୋଗ ଏକ ‘ଜିନ୍ବାହିତ। ସାଧାରଣତଃ ଏହା ଏକ ରକ୍ତ ଅନିୟମିତା ଯୋଗୁଁ ଦେହରେ ପ୍ରବାହିତ ହେଉଥିବା ଲାଲ୍ ରକ୍ତ କଣିକା ସୃଷ୍ଟି କରିବାରେ ଅସମର୍ଥ ହୋଇଥାଏ। ଏବଂ ଲାଲ୍ କଣିକାଗୁଡିକ ନଷ୍ଟ ମଧ୍ୟ ହୋଇଯାଇଥାଏ। 

ଥାଲାସେମିଆ ରୋଗୀ ପ୍ରଥମେ କ୍ଲାନ୍ତ ଅନୁଭବ କରେ ଓ ଧୀରେ ଧୀରେ ରୋଗୀର ଶାରୀରିକ ବିକାଶ କମ୍ ହୋଇଯାଏ। ଏପରିକି ବିକଳାଙ୍ଗ ଅବସ୍ଥା ମଧ୍ୟ ହୋଇଯାଇଥାଏ। ତେଣୁ ରୋଗୀ ଦେହରେ ପ୍ରତ୍ୟେକ ୨-୩ ସପ୍ତାହରେ ଥରେ ନୂତନ ରକ୍ତ ପ୍ରବେଶ କରାଇବାକୁ ହୋଇଥାଏ। ଥାଲାସେମିଆ ରୋଗର ଶିକାର ହୋଇ ଥିବା ପିତାମାତାଙ୍କ ପ୍ରତି ୫ଟି ସନ୍ତାନରେ ଜଣେ ଏହି ରୋଗ ସଂକ୍ର

ରକ୍ତରେ ହିମୋଗ୍ଲୋବିନ୍‌ ପର୍ଯ୍ୟାପ୍ତ ପରିମାଣରେ ନିର୍ମାଣ ହୋଇପାରି ନଥିବା ସ୍ଥିତିକୁ ଥାଲାସେମିଆ କୁହାଯାଏ। ଥାଲାସେମିଆ ମୁଖ୍ୟତଃ ତିନିପ୍ରକାର। ଯଥା – ବିଟା ଥାଲାସେମିଆ, ଆଲ୍‌ଫା ଥାଲସେମିଆ ଓ ଥାଲାସେମିଆ ମାଇନର୍‌। ରୋଗର କାରଣ ଓ ଲକ୍ଷଣ ଭିତ୍ତିରେ ଏହି ତିନିପ୍ରକାର ଥାଲାସେମିଆକୁ ପୁନଶ୍ଚ ଅନେକ ଭାଗରେ ବିଭକ୍ତ କରାଯାଇଛି।

ଆଧିକ ପଢନ୍ତୁ : କେଉଁ ବୟସରେ ମା' ହେଲେ ଜେନେଟିକ୍ ରୋଗ ହେବାର ସମ୍ଭାବନା କମ୍, ଜାଣନ୍ତୁ ସଠିକ୍ ବୟସ କେତେ?

କେମିତି ହୁଏ ଥାଲାସେମିଆ

ଥାଲାସେମିଆ ହେଉଛି ବଂଶାନୁଗତ ରୋଗ, ଯାହା ବାପାମା’ଙ୍କଠାରୁ ପିଲାଙ୍କୁ ବ୍ୟାପିଥାଏ। ଏହି ରୋଗରେ ପୀଡ଼ିତ ରୋଗୀଙ୍କୁ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିଥାଏ। ନିୟମିତ ବ୍ୟବଧାନରେ ଏମାନଙ୍କୁ ରକ୍ତର ଆବଶ୍ୟକତା ପଡ଼ିଥାଏ। ହିମୋଗ୍ଲୋବିନ୍‌ ହେଉଛି ଏକ ପ୍ରକାର ପ୍ରୋଟିନ୍‌, ଯାହାକି ଲାଲ୍‌ ରକ୍ତ କଣିକାର ଏକ ମୁଖ୍ୟ ଅଂଶ। ଶରୀରରେ ଲାଲ୍‌ ରକ୍ତ କଣିକାର ଅଭାବ ହେଲେ ରକ୍ତକୋଷଗୁଡ଼ିକ ସଠିକ୍‌ ଭାେବ କାର୍ଯ୍ୟ କରିପାରନ୍ତି ନାହିଁ ଏବଂ ଶୁଷ୍କ ହୋଇ ମୃତ ହୋଇଯାନ୍ତି । 

ମୃତ କୋଷଗୁଡ଼ିକ ଯୋଗୁଁ ରକ୍ତହୀନତା ଦେଖାଯାଏ। ଲାଲ୍‌ ରକ୍ତ କୋଷଗୁଡ଼ିକ ଦ୍ବାରା ଶରୀରର ବିଭିନ୍ନ ଅଂଶକୁ ଅମ୍ଳଜାନ ପହଞ୍ଚିଥାଏ। ତେଣୁ କୋଷିକାଗୁଡ଼ିକ ମୃତ ହେଲେ, ଦୁର୍ବଳ ହୋଇ ପଡ଼ିଲେ ବା ଲାଲ୍‌ ରକ୍ତ କଣିକା ପର୍ଯ୍ୟାପ୍ତ ପରିମାଣରେ ସୃଷ୍ଟି ନ ହେଲେ, ଶରୀରର ସବୁ ସ୍ଥାନକୁ ରକ୍ତ ଓ ଅମ୍ଳଜାନ ସଠିକ୍‌ ଭାବେ ପହଞ୍ଚିପାରେ ନାହିଁ। ତେଣୁ ଥାଲାସେମିଆ ସହିତ ରକ୍ତହୀନତାଜନିତ ଅନ୍ୟ ରୋଗ ମଧ୍ୟ ଦେଖାଯାଏ। ଶିଶୁଙ୍କ କ୍ଷେତ୍ରରେ ଏହା ମାରାତ୍ମକ ମଧ୍ୟ ହୋଇଥାଏ।

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

କାରଣ

ଏହି ରୋଗ ବଂଶାନୁକ୍ରମିକ ହୋଇଥାଏ। ଯଦି ମାତା କିମ୍ବା ପିତା ଏବଂ ଉଭୟ ଥାଲାସେମିଆରେ ପୀଡ଼ିତ ଥାନ୍ତି, ତେବେ ରକ୍ତରେ ଥିବା ଆଲ୍‌ଫା ଚେନ୍‌ ବା ବିଟା ଚେନ୍‌ ମଧ୍ୟରୁ ଗୋଟିଏ କିମ୍ବା ଦୁଇଟି ଚେନ୍‌ ଜନ୍ମିତ ଶିଶୁର ରକ୍ତକୁ ଆସିଥାଏ। ଶିଶୁଟିଏ ଜନ୍ମ ହେବାର ୩ମାସରୁ ୬ମାସ ପରେ ହିଁ ଥାଲାସେମିଆ ଚିହ୍ନଟ କରାଯାଇପାରେ। ପିତାମାତାଙ୍କୁ ମାଇନର୍‌ ଥାଲାସେମିଆ ଥିଲେ ଶିଶୁକୁ ଏହି ରୋଗ ହେବାର ୨୫ ପ୍ରତିଶତ ଅଧିକ ଆଶଙ୍କା ଦେଖାଯାଏ। 

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ ଅନୁସାରେ, ବିଶ୍ବସ୍ତରରେ ବାର୍ଷିକ ୧୦ ହଜାର ଥାଲାସେମିଆ ପୀଡ଼ିତ ଶିଶୁ ଚିହ୍ନଟ ହୋଇଥାନ୍ତି। ଭାରତର ମୋଟ ଜନସଂଖ୍ୟାର ୩.୪ ପ୍ରତିଶତ ଥାଲାସେିମଆରେ ପୀଡ଼ିତ। ଅନେକ କ୍ଷେତ୍ରରେ ଜିନ୍‌ ମ୍ୟୁଟେସନ୍‌ ଯୋଗୁଁ ମଧ୍ୟ ଥାଲାସେମିଆ ଦେଖାଯାଏ। ଅନେକ ରୋଗୀଙ୍କ କ୍ଷେତ୍ରରେ ଥାଲାସେମିଆର କୌଣସି ଲକ୍ଷଣ ପ୍ରକାଶ ପାଏନାହିଁ, ଯାହାକି ବହୁତ ବିରଳ।

ଲକ୍ଷଣ

ସାଧାରଣ ଭାବେ ଥାଲାସେମିଆ ରୋଗୀଙ୍କଠାରେ ଏହିସବୁ ଲକ୍ଷଣ ପ୍ରକାଶ ପାଇଥାଏ। ଯଥା – ହାଡ଼ଜନିତ କିଛି ସମସ୍ୟା, ଲାଲ ରକ୍ତ କଣିକାର କ୍ଷରଣ ଯୋଗୁଁ ପରିସ୍ରା ଗାଢ଼ ରଙ୍ଗର ଦେଖାଯିବା, ପିଲାଙ୍କ ଶାରୀରିକ ବିକାଶରେ ବାଧା ସୃଷ୍ଟି ହେବା, ଅତ୍ୟଧିକ ଥକ୍କା ଲାଗିବା, ତ୍ବଚାର ରଙ୍ଗ ହଳଦିଆ ବା ଫିକା ପଡ଼ିଯିବା ଇତ୍ୟାଦି। ଥାଲାସେମିଆର ଅନେକ ଲକ୍ଷଣ କମ୍‌ ବୟସରେ ନ ଦେଖାଯାଇ କିଶୋର ଅବସ୍ଥାରେ ଦେଖାଯାଏ। ଶିଶୁଠାରେ ଦେଖାଯାଉଥିବା ଏହିସବୁ ଲକ୍ଷଣ ପରବର୍ତ୍ତି ସମୟରେ ବୌଦ୍ଧିକ ବିକାଶ ଦିଗରେ ମଧ୍ୟ ବାଧା ସୃଷ୍ଟି କରିଥାଏ।

ଆଧିକ ପଢନ୍ତୁ : ଧକ୍ ଧକ୍ ସହ ମୁଣ୍ଡର ଗୋଟିଏ ପଖାରେ ହେଉଛି କି ମୁଣ୍ଡବଥା? ଜାଣନ୍ତୁ ଏହାର କାରଣ ଓ ଉପଚାର...

ଚିହ୍ନଟ ଓ ନିରାକରଣ

ବିଶେଷଭାବେ ଥାଲାସେମିଆ ଏସିଆ, ମଧ୍ୟପୂର୍ବ ଦେଶ, ଆଫ୍ରିକା, ଭୂମଧ୍ୟ ସାଗରୀୟ ଦେଶ, ଇତ୍ୟାଦିରେ ଅଧିକ ଦେଖାଯାଏ। ସାଧାରଣତଃ ଥାଲାସେମିଆ ରୋଗର ପରୀକ୍ଷଣ ଓ ଚିହ୍ନଟ ପାଇଁ ରକ୍ତ ନମୁନାର ଆବଶ୍ୟକତା ଥାଏ। ରକ୍ତ ନମୁନାର ଯାଞ୍ଚ୍‌ ପରେ ହିମୋଗ୍ଲୋବିନ୍‌ର ତଥ୍ୟ ଜଣାପଡ଼ିଥାଏ। ରକ୍ତକୋଷର ଆକାରରେ ପରିବର୍ତ୍ତନ ମଧ୍ୟ ଥାଲାସେମିଆର ଅନ୍ୟ ଏକ ସଙ୍କେତ ହୋଇଥାଏ, ଯାହା ରକ୍ତ ପରୀକ୍ଷା ପରେ ଜଣାପଡ଼େ। 

ହିମୋଗ୍ଲୋବିନ୍‌ ପରୀକ୍ଷା ପାଇଁ ଇଲେକ୍ଟ୍ରୋଫୋରୋସିସ୍ ଟେଷ୍ଟ୍‌ ମଧ୍ୟ କରାଯାଏ। ଏହା ବ୍ୟତୀତ ଏହି ରୋଗର ଚିକିତ୍ସା ପାଇଁ ରୋଗୀର ମେଡିକାଲ୍‌ ହିଷ୍ଟ୍ରି ଓ ଫ୍ୟାମିଲି ହିଷ୍ଟ୍ରି ମଧ୍ୟ ଆବଶ୍ୟକ ହୋଇଥାଏ। ଫଳପ୍ରଦ ଚିକିତ୍ସା ହୋଇପାରିବ କି ନାହିଁ, ତାହା ରୋଗର ଲକ୍ଷଣ ଉପରେ ନିର୍ଭର କରେ।

ଯଦି ରୋଗ ପ୍ରାଥମିକ ପର୍ଯ୍ୟାୟରେ ଅଛି, ତେବେ ଆଇରନ୍‌, ଫଲିକ୍‌ ଏସିଡ୍‌, ଭିଟାମିନ୍‌ ଆଦି ବିଭିନ୍ନ ଔଷଧ ଖାଇବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଥାନ୍ତି। କିନ୍ତୁ ଏହି ରୋଗ ଜଟିଳ ଥିଲେ ଏହାର ଚିକିତ୍ସା ପାଇଁ ବାରମ୍ବାର ରକ୍ତ ଚଢ଼ାଇବା, ବୋନ୍‌ ମ୍ୟାରୋ ଟ୍ରାନ୍ସପ୍ଲାଣ୍ଟ୍‌ ଏବଂ ଅନେକ ରୋଗୀଙ୍କ କ୍ଷେତ୍ରର ବିଭିନ୍ନ ଅସ୍ତ୍ରୋପଚାର ମଧ୍ୟ କରାଯାଏ। ଥାଲାସେମିଆ ରୋଗ ନ ହେବା ପାଇଁ ଶରୀରରେ ହିମୋଗ୍ଲୋବିନ୍‌ର ପରିମାଣ ୧୧ରୁ ୧୨ ରହିବା ଉଚିତ। 

ହିମୋଗ୍ଲୋବିନ୍‌ ବୃଦ୍ଧି କରିବା ପାଇଁ ବିିଭିନ୍ନ ପ୍ରକାର ପନିପରିବା ଏବଂ ଫଳ ଖାଇବା ସହିତ ଗାଜର ଓ ବିଟ୍‌ ଜୁସ୍‌କୁ ଖାଦ୍ୟରେ ସାମିଲ୍‌ କରିପାରିବେ। ଅଧିକ ଆଇରନ୍‌ଯୁକ୍ତ ଖାଦ୍ୟ ମଧ୍ୟ ଜଣେ ବ୍ୟକ୍ତି ପାଇଁ କ୍ଷତିକାରକ। ତେଣୁ ଥାଲାସେମିଆ ରୋଗୀଙ୍କୁ ନିଜର ଡାଏଟ୍‌ ସମ୍ପର୍କରେ ଡାକ୍ତରଙ୍କଠାରୁ ପରାମର୍ଶ ନେବା ଆବଶ୍ୟକ। ପ୍ରତି ମାସରେ ହିମୋଗ୍ଲୋବିନ୍‌ ଯାଞ୍ଚ୍‌ କରିବା ସହିତ ଡାକ୍ତରଙ୍କ ପରାମର୍ଶ ଅନୁସାରେ ଜୀବନଚର୍ଯ୍ୟା ଅନୁସରଣ କରିବା ଉଚିତ।

ଆଧିକ ପଢନ୍ତୁ : ସକାଳୁ ସକାଳୁ ପେଟ ସଫା ହେଉନି କି ? କରନ୍ତୁ ଏହି କାମ, ଥରକେ ହେବ ସଫା...
 


 

Share this story