ଧକ୍ ଧକ୍ ସହ ମୁଣ୍ଡର ଗୋଟିଏ ପଖାରେ ହେଉଛି କି ମୁଣ୍ଡବଥା? ଜାଣନ୍ତୁ ଏହାର କାରଣ ଓ ଉପଚାର...
 

What is the fastest way to cure a migraine
ମୁଣ୍ଡର ଗୋଟିଏ ପାଖରେ ଧକ୍ ଧକ୍ ହୋଇ ମୁଣ୍ଡବଥା ହେଉଛି କି?

ଓଡ଼ିଆ ଗସିପ୍ ବ୍ୟୁରୋ: ମୁଣ୍ଡବ୍ୟଥାକୁ ପ୍ରାୟତଃ ଲୋକମାନେ ସାଧାରଣ ସମସ୍ୟା ବୋଲି ଭାବି ନେଇଥାନ୍ତି । ପ୍ରତିଦିନର ପରିବର୍ତ୍ତନଶୀଳ ଜୀବନଚର୍ଯ୍ୟା ପାଇଁ ଏଭଳି ସମସ୍ୟା ଦେଖାଯାଇଥାଏ । କାମରେ ବ୍ୟସ୍ତ ରହୁଥିବାରୁ ଲୋକମାନେ ମୁଣ୍ଡବିନ୍ଧା ଭଳି ସମସ୍ୟାକୁ ଅଧିକ ଗୁରୁତ୍ୱ ଦେଇନଥାନ୍ତି । ଯାହା ପରବର୍ତ୍ତୀ ମୂହୁର୍ତ୍ତରେ ସେମାନଙ୍କୁ ଅସୁବିଧାରେ ପକାଇଥାଏ । ଆସନ୍ତୁ ଜାଣିବା ସାଧାରଣ ଭଳି ଲାଗୁଥିବା ମୁଣ୍ଡବିନ୍ଧା କେଉଁ ଶାରୀରିକ ସମସ୍ୟାର ସମ୍ମୁଖୀନ କରାଇଥାଏ ।

ଆପଣ ବେଳେ ବେଳେ ଅନୁଭବ କରିଥିବେ ଯେ, ମୁଣ୍ଡର କେବଳ ଗୋଟିଏ ପାଖରେ ଧକ୍ ଧକ୍ ହୋଇ ମୁଣ୍ଡବଥା ହୋଇଥାଏ । ଯାହା ଫଳରେ ନା ଶାନ୍ତିରେ ଶୋଇ ପାରନ୍ତି ନା ବସି ପାରନ୍ତି । ଏହି ମୁଣ୍ଡବ୍ୟଥା ହେଉଥିବା ବେଳେ ଆପଣ ଭାରି ବିରକ୍ତ ଅନୁଭବ ବି କରିଥା’ନ୍ତି । ତେବେ ଏପରି ହେବା ପଛରେ କାରଣ ଜାଣିଛନ୍ତି କି?

ଅଧକପାଳି, ଇଂରାଜୀରେ ମାଇଗ୍ରେନ (Migraine) ଏକ ପ୍ରାଥମିକ ମୁଣ୍ଡବଥା ବେମାରୀ ଯେଉଁଥିରେ ବାରମ୍ବାର ମଧ୍ୟମ ବା ତୀବ୍ର ମୁଣ୍ଡବଥା ହୁଏ ଓ ତାହା ସହିତ ଅଟୋନୋମିକ ନର୍ଭସ ସିଷ୍ଟମ ଲକ୍ଷଣ ପ୍ରକାଶ ପାଇଥାଏ । ମୁଣ୍ଡର ଗୋଟିଏ ପାଖରେ ମୁଣ୍ଡବଥା ଧକ୍ ଧକ୍ ହୋଇ ହୁଏ । ଯାହା ଏକ ଲମ୍ବା ସମୟ ଧରି ଚାଲିଥାଏ । 

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

ଏହା ସହ ଓକାଳ, ବାନ୍ତି ତଥା ଆଲୋକ, ଶବ୍ଦ କିମ୍ଵା ଘ୍ରାଣ ଶକ୍ତି ଅଧିକ ସମ୍ବେଦୀ ହୁଏ ଓ ଶାରୀରିକ କର୍ମ କଲେ ଅଧିକ କଷ୍ଟ ହୁଏ । ଶାରୀରିକ ପରିଶ୍ରମ କଲେ ଏହି ରୋଗ ବଢ଼ିଯାଏ । ଏକ ତୃତୀୟାଂଶ ଲୋକଙ୍କର ଅରା ବା ଦୃଷ୍ଟି ସମସ୍ୟା ହୁଏ ଯାହାଦ୍ୱାରା ଆଗକୁ ଅଧକପାଳି ଆସିବା ସଙ୍କେତ ଦିଏ ।ପରିସ୍ଥିତି ଓ ଜେନେଟିକର ମିଶ୍ରିତ ପ୍ରଭାବ ଯୋଗୁ ଅଧକପାଳି ହେବା ବିଶ୍ଵାସ କରାଯାଏ । ଦୁଇ ତୃତୀୟାଂଶ ରୋଗୀଙ୍କର ବଂଶରେ ଏହି ରୋଗ ଥାଏ । ହରମୋନ ସ୍ତରର ପରିବର୍ତ୍ତନ ଯୋଗୁ ଏହା ମଧ୍ୟ ହୋଇପାରେ । 

ଯେହେତୁ ପୂର୍ଣ୍ଣାବୟସ୍କା ହେବା ପୂର୍ବରୁ ପୁଅମାନଙ୍କର ଠାରେ ଏହା ରହିଥାଏ କିନ୍ତୁ ପରେ ପୁରୁଷଙ୍କ ଅପେକ୍ଷା ମହିଳା ସଂଖ୍ୟା ୩ ଗୁଣ ହୁଏ । ଏହି ରୋଗ କେଉଁ ଉପାୟରେ ହୁଏ ତାହା ଜଣାନାହିଁ । ତେବେ ଏହା ଏକ ସ୍ନାୟୁ-ରକ୍ତନଳୀ ସମ୍ବନ୍ଧୀୟ ରୋଗ । ସୂଚନା ଅନୁସାରେ ସେରେବ୍ରାଲ କର୍ଟେକ୍ସ ଅତ୍ୟଧିକ ଉତ୍ତେଜିତ ହୋଇ ବ୍ରେନଷ୍ଟେମର ଟ୍ରାଇଜେମିନାଲ ନ୍ୟୁକ୍ଳିଅସରେ ଥିବା ସ୍ନାୟୁ ଉପରେ ଅସାଧାରଣ ପ୍ରତିକ୍ରିୟା କରାଏ । ଯଦିଓ ଏହାର କୌଣସି ସ୍ଥାୟୀ ସମାଧାନ ନାହିଁ କିନ୍ତୁ ଘରୋଇ ଉପଚାରରେ ଏଥିରୁ ଆପଣ ଉପଶମ ପାଇପାରିବେ ।

ଆଧିକ ପଢନ୍ତୁ : ପାଣି ପିଇବା ସମୟରେ ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ ? ଆଜି ହିଁ ହୋଇଯାଆନ୍ତୁ ସାବଧାନ! ନଚେତ୍... 

୧୦-୧୫ ମିନିଟ୍ ନଡ଼ିଆ ତେଲରେ ମୁଣ୍ଡ ମାଲିସ କରନ୍ତୁ । ଏପରି କରିବା ଦ୍ୱାରା ଅଧକପାଳିରୁ ଉପଶମ ମିଳିଥାଏ ।
ସେହିପରି ଅଧକପାଳି ପାଇଁ ମସାଲା ଚା’ ବି ବହୁତ ଜରୁରୀ । ତେବେ ଏହି ମସାଲା ଚା’ ତିଆରି କରିବା ସମୟରେ ଏଥିିରେ ଅଦା, ଲବଙ୍ଗ ଓ ଅଳେଇଚ ମିଶାଇବା ପାଇଁ ଭୁଲନ୍ତୁ ନାହିଁ । ମସାଲା ଚା’ ପିଇବା ଦ୍ୱାରା ମସ୍ତିସ୍କ ଉତ୍ତେଜିତ ହୋଇଯାଏ ।
ପୁଦିନା ଚା’ ଅଧକପାଳି ପାଇଁ ବହୁତ ଗୁଣକାରୀ । ଆପଣ ଚାହିଁଲେ ପୁଦିନାର ଚା’ ପିଇ ମୁଣ୍ଡବ୍ୟଥା ଦୂର କରିପାରିବେ ।
ରଶୁଣ ହେଉଛି ଏକ ପ୍ରାକୃତିକ ପେନକିଲର, ଯାହା ଅଧକପାଳି ସମୟରେ ଭଲ ସାହାଯ୍ୟ କରେ । ରଶୁଣ ପେଶି ତା’ର ରସ ବାହାର କରନ୍ତୁ । ଏକ ଚାମଚ ରଶୁଣ ରସ ବାହାର କରି ସାରିବା ପରେ ଏହାକୁ ସେବନ କରନ୍ତୁ ।

ଆଧିକ ପଢନ୍ତୁ : ସକାଳୁ ସକାଳୁ ପେଟ ସଫା ହେଉନି କି ? କରନ୍ତୁ ଏହି କାମ, ଥରକେ ହେବ ସଫା...

( Disclaimer: ଏଠାରେ ଦିଆଯାଇଥିବା ସୂଚନା ଘରୋଇ ଉପଚାର ଓ ସାଧାରଣ ସୂଚନା ଉପରେ ଆଧାରିତ । ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)
 

Share this story