ପାଣି ପିଇବା ସମୟରେ ଆପଣ ମଧ୍ୟ କରୁଛନ୍ତି କି ଏହି ଭୁଲ ? ଆଜି ହିଁ ହୋଇଯାଆନ୍ତୁ ସାବଧାନ! ନଚେତ୍... 
 

Why is it bad to drink water while standing
ଠିଆ ହୋଇ ପାଣି ପିଇଲେ କଣ ହୁଏ?

ଓଡ଼ିଆ ଗସିପ୍ ବ୍ୟୁରୋ: ମଣିଷ ଜୀବନରେ ପାଣିର ଭୂମିକା ଗୁରୁତ୍ୱପୂର୍ଣ୍ଣ । ପାଣି ବିନା ମଣିଷ ବଞ୍ଚିବା ଅସମ୍ଭବ । ଶରୀରକୁ ସୁସ୍ଥ ରଖିବା ପାଇଁ ପାଣିର ନିହାତି ଆବଶ୍ୟକତା ରହିଛି । ଶରୀରରେ ପାଣିର ଅଭାବ ହେବା ଦ୍ୱାରା ଅନେକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ରୋଗର କାରଣ ପାଲଟିଥାଏ । ସାଧାରଣ ଭାବେ ଖରାଦିନେ ଅଧିକ ଶୋଷ ଲାଗୁଥିବାରୁ ଅଧିକାଂଶ ଲୋକ ଅଧିକ ମାତ୍ରାରେ ପାଣି ପିଇଥାନ୍ତି । 

ତେବେ ଖରା ହେଉ କି ଶୀତ, କିଛି ଲୋକଙ୍କର ଠିଆ ହୋଇ ପାଣି ପିଇବାର ଅଭ୍ୟାସ ରହିଥାଏ । ଅନେକ ସମୟରେ ଦୋକାନ ଆଗରେ କିଛି ଲୋକ ପାଣି ବୋତଲ କିଣି ଢକଢକ କରି ପାଣି ପିଇ ଦେଇଥାନ୍ତି । ତେବେ ଠିଆ ହୋଇ ପାଣି ପିଇବା ଆମ ଶରୀର ପାଇଁ କେତେ କ୍ଷତିକାରକ ସେନେଇ ଅନେକ ଅଜ୍ଞାତ ଥାଆନ୍ତି । କେହି ଏହାର ପ୍ରକୃତ କାରଣ ଜାଣି ନଥିଲେ ହେଁ ସମସ୍ତେ ଜାଣନ୍ତି ଯେ ଠିଆ ହୋଇ ପାଣି ପିଇବା ଅନୁଚିତ୍ । 

ଆଧିକ ପଢନ୍ତୁ : କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ 

ଆମ ଶରୀରର ୭୦ ପ୍ରତିଶତ ଜଳ ରହିଥିବା ବେଳେ ଜଳ ମାଧ୍ୟମରେ ବିଭିନ୍ନ ଅଂଶକୁ ପୋଷକ ତତ୍ତ୍ୱ ଯାଇଥାଏ । ଠିଆ ହୋଇ ଜଳ ପାନ କରିବା ଫଳରେ ଆମ ଶରୀରକୁ କ୍ଷତି ପହଞ୍ଚାଏ ବୋଲି ଆୟୁର୍ବେଦରେ କୁହାଯାଇଛି । କିଛି ଡାକ୍ତରଙ୍କ କହିବା ଅନୁଯାୟୀ, ଠିଆ ହୋଇ ପାଣି ପିଇବା ଦ୍ୱାରା ପାଣିରେ ଥିବା ମିନେରାଲ୍ସ ଗୁଡ଼ିକ ପାକସ୍ଥଳୀକୁ ଯାଇପାରେ ନାହିଁ । 

ଏହା ସହ ଠିଆ ହୋଇ ପାଣି ପିଇବା ଅଭ୍ୟାସ ଫଳରେ ବଦହ ଜମ, ଏସିଡିଟି, କୋଷ୍ଠକାଠିନ୍ୟ ଓ ଏସିଡିଟି ସମସ୍ୟା ଦେଖାଯାଇ ଥାଏ । ଏହାଛଡ଼ା ଠିଆ ହୋଇ ପାଣି ପଇବା ଦ୍ୱାରା କିଡନୀ ଓ ଯକୃତ ଉପରେ ଖରାପ ପ୍ରଭାବ ପକାଇଥାଏ । ଭବିଷ୍ୟତରେ ଗଣ୍ଠି ଯନ୍ତ୍ରଣା ଓ ଅନ୍ୟାନ୍ୟ ଅସ୍ଥି ସମସ୍ୟା ଦେଖାଯାଇପାରେ । ସ୍ନାୟୁ ପ୍ରଣାଳୀ ଉପରେ ପ୍ରଭାବ ପକାଇ ଆପଣଙ୍କୁ ଗୁରୁତର କରିପାରେ । 

ଆଧିକ ପଢନ୍ତୁ : ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ

ତେବେ ଜାଣି ରଖନ୍ତୁ ସବୁବେଳେ ବସିକି ପାଣି ପଇବା ଉଚିତ୍ । ଏହାସହ ଯେତେବେଳେ ଆପଣ ପାଣି ପିଉଛନ୍ତି ଛୋଟ ଢୋକରେ ପାଣି ପିଅନ୍ତୁ । ଏବଂ ଶୀଘ୍ର ପାଣି ପିଇବା ଦ୍ୱାରା ଶରୀରରେ ପ୍ରଭାବ ପକାଇଥାଏ ତେଣୁ ଧୀରେ ଧୀରେ ପାଣି ପିଅନ୍ତୁ ଏହା ଶରୀରରେ ଇଲେକ୍ଟ୍ରୋଲାଇଟ ସନ୍ତୁଳନ ମଧ୍ୟ ସଠିକ୍ ରଖିବାରେ ସାହାଯ୍ୟ କରିଥାଏ । ଓ ଶରୀରକୁ ହାଇଡ୍ରେଟେଡ୍ ରଖିବା ସହ ସମସ୍ତ ଅଙ୍ଗ ପ୍ରତ୍ୟେଙ୍ଗକୁ ସୁସ୍ଥ ରଖିଥାଏ ।

ଆଧିକ ପଢନ୍ତୁ : ଏହି ୫ଟି ଅଭ୍ୟାସ ବ୍ରେନ୍ ଷ୍ଟ୍ରୋ୍‌କ ହେବାର ଆଶଙ୍କାକୁ ବୃଦ୍ଧି କରି ଥାଏ, ଜାଣନ୍ତୁ ସେହି ଅଭ୍ୟାସ ବିଷୟରେ 
 

Share this story