ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ, ଅଣଦେଖା କଲେ ଚାଲିଯିବ ଜୀବନ
 

Early Signs of a Heart Attack
ହାର୍ଟଆଟାକ୍ ଆସିବା ପୂର୍ବରୁ ଶରୀରରେ ଦେଖାଦିଏ ଏହିସବୁ ଲକ୍ଷଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ହୃଦଘାତ ଜନିତ ମୃତ୍ୟୁସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ନିକଟରେ ଘଟିଥିବା କିଛି ଘଟଣାକୁ ଆଧାର କରି ଏକ ରିପୋର୍ଟ ପ୍ରକାଶ ପାଇଛି ଯେ ଖାଲି ବୟସ୍କ ନୁହନ୍ତି, ଯୁବକମାନେ ମଧ୍ୟ ହୃଦଘାତରେ ମୃତ୍ୟୁମୁଖରେ ପଡୁଛନ୍ତି । ଖାଲି ପଚାଶ ବର୍ଷ ବୟସରୁ ଉର୍ଦ୍ଧ୍ୱ ନୁହେଁ, ଚାଳିଶି ବର୍ଷରୁ କମ ବୟସର ଲୋକ ମଧ୍ୟ ହୃତଘାତର ଶିକାର ହେଉଛନ୍ତି । 

ଖାଲି ସେତିକି ନୁହେଁ ବରଂ ମହିଳାମାନଙ୍କ ମଧ୍ୟ ହାର୍ଟ ସହ ଜଡ଼ିତ ରୋଗର ଆଶଙ୍କା ଆଜିକାଲି ସମୟରେ ବଢିବାକୁ ଲାଗିଛି । ତେବେ ଏହି ରୋଗର ସାମ୍ନା ସେତେବେଳେ କରିବାକୁ ପଡ଼ିଥାଏ ଯେତେବେଳେ ପର୍ଯ୍ୟାପ୍ତ ମାତ୍ରାରେ ରକ୍ତ ଏବଂ ଅମ୍ଳଜାନ ହାର୍ଟ ପାଖକୁ ପହଁଚି ନଥାଏ । ଧମନୀରେ କୋଲେକଷ୍ଟ୍ରୋଲ ଜମା ହେବା କାରଣ ମଧ୍ୟ ହୃଦୟ ସହିତ ସମ୍ବନ୍ଧିତ ରୋଗ ପରି ହାର୍ଟ ଆଟାକ ଏବଂ ଷ୍ଟ୍ରୋକ୍ ଆଦି ସମସ୍ୟାର ସାମ୍ନା କରିବାକୁ ପଡ଼ିଥାଏ । 

ଆଧିକ ପଢନ୍ତୁ : କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ 

ହୃଦୟ ସହ ସମ୍ବନ୍ଧିତ ଯେକୌଣସି ରୋଗ ହେବା ପୂର୍ବରୁ ତାହା ଶରୀରର ଅନ୍ୟାନ୍ୟ ଅଙ୍ଗରେ ଏହାର ଲକ୍ଷଣ ଦେଖିବାକୁ ମିଳିଥାଏ । ଆସନ୍ତୁ ଜାଣିବା ଶରୀରର କେଉଁ ଯାଗାରେ ହୃଦୟ ସହ ଜଡ଼ିତ ରୋଗର ଲକ୍ଷଣ ଦେଖାଯାଏ..

-: ଯଦି ପେଟ ଏବଂ ଛାତି ଜଳିବା ସହ ଅସ୍ଥିରତା ଦେଖାଦେଉଛି ତେବେ ଏହା ହୃଦୟ ସହ ଜଡ଼ିତ ରୋଗର ଲକ୍ଷଣ ହୋଇଥାଏ । ଯଦି ଏହି ସମସ୍ୟା କିଛିଦିନ ପର୍ଯ୍ୟନ୍ତ ରହୁଛି ତେବେ ଏହାକୁ ନେଇ ଆପଣ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

-: ଛାତି ଭାରି ଭାରି ଲାଗିବା ବା ଅତିରିକ୍ତ ଚାପ ଅନୁଭବ ହେବା ଆଦି ସମସ୍ୟା ହାର୍ଟ ଆଟାକର ସଂକେତ ଦେଇଥାଏ । ଯଦି ଆପଣଙ୍କ ଛାତିରେ ହେଉଥିବା କଷ୍ଟର ପରିମାଣ ବଢିଯାଏ ତେବେ ତୁରନ୍ତ ଯାଇ ଡ଼ାକ୍ତରଙ୍କୁ ଦେଖାନ୍ତୁ ।

-: ହାର୍ଟ ଆଟାକ ଅସିବା ବେଳେ କେବଳ ଛାତିକୁ କଷ୍ଟ ହୋଇନଥାଏ, ଏହା ସମଗ୍ର ଶରୀରର ବିଭିନ୍ନ ଅଙ୍ଗକୁ କଷ୍ଟ ହୋଇଥାଏ । ଯଦି ବିନା କାରଣରେ ଆପଣଙ୍କର ଜଙ୍ଘ କିମ୍ବା ବେକରେ ଯନ୍ତ୍ରଣା ଅନୁଭବ ହୁଏ ତେବେ ତୁରନ୍ତ ଆପଣ ଡ଼ାକ୍ତରଙ୍କ ସହିତ ଯୋଗାଯୋଗ କରିବା ଜରୁରୀ ଅଟେ ।

ଆଧିକ ପଢନ୍ତୁ : ଜଣେ ବୟସ୍କ ବ୍ୟକ୍ତି କମ୍ ବୟସର ଝିଅକୁ ବାହା ହେଲେ କଣ ହେବ ? ଜାଣନ୍ତୁ ଚାଣକ୍ୟ ନୀତି କଣ କହୁଛି...

-: ଏହି ଲକ୍ଷଣ ସାଧାରଣତଃ ମହିଳା ମାନଙ୍କ ପାଖରେ ଦେଖାଦେଇଥାଏ । ଏହି ସ୍ଥିତିରେ ବ୍ୟକ୍ତିକୁ ଅସ୍ଥରତା ଅନୁଭବ ହେବା ସହ ଶୋଇବାରେ ଏପରି ଅସୁବିଧା ହୋଇଥାଏ ଯେପରି ସାଙ୍ଗେସାଙ୍ଗେ ବାନ୍ତି ହୋଇଯିବ । କିନ୍ତୁ ଜରୁରୀ ଯେ, ଆପଣ ପେଟ ଫୁଲିବା ଏବଂ ବାନ୍ତି ହେବାର ସମସ୍ୟାକୁ ଅଣଦେଖା କରନ୍ତୁ ନାହିଁ ।

-: ହାର୍ଟ ସହ ଜଡ଼ିତ ସମସ୍ୟାର ସିଧା ସମ୍ବନ୍ଧ ଏହି କଥାରେ ଅଛି ଯେ, ଶରୀରର କିଛି ଅଂଶକୁ ରକ୍ତ ପ୍ରବାହ ପର୍ଯ୍ୟାପ୍ତ ପରିମାଣରେ ହୋଇନଥାଏ ଯାହଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ଏବଂ ଥକାପଣ ଅନୁଭବ ହୁଏ ।

-: ପାଦ ଫୁଲିବା ଏବଂ ନିଶ୍ୱାସ ନେବାରେ ଅସୁବିଧା ହାର୍ଟ ଆଟାକ୍ ର ସବୁଠାରୁ ସାଧାରଣ ଲକ୍ଷଣ ଅଟେ । ତେବେ ଏହା ହେଉଛି ହାର୍ଟ ଆଟାକର ଲାଷ୍ଟ ଷ୍ଟେଜ । ଏହି ଲକ୍ଷଣକୁ ଦେଖିବା ମାତ୍ରେ ତୁରନ୍ତ ଡ଼ାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

ଆଧିକ ପଢନ୍ତୁ : କିଡନୀ ଖରାପ ବୋଲି ଜାଣିବେ କେମିତି ? ଏସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ!   

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ, ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)
 


 

Share this story