କିଡନୀ ଖରାପ ବୋଲି ଜାଣିବେ କେମିତି ? ଏସବୁ ଲକ୍ଷଣ ଦେଖାଦେଲେ ହୋଇଯାଆନ୍ତୁ ସାବଧାନ! 
 

Symptoms of Kidney Disease
କିଡନୀ ଖରାପ ହେବାର ଲକ୍ଷଣ 
 

ଓଡ଼ିଆ ଗସିପ୍ ବ୍ୟୁରୋ: କିଡ଼ନୀ ଆମ ଶରୀରର ଏକ ଅତ୍ୟାବଶ୍ୟକ ଅଙ୍ଗ । ଏହା ଆମ ଶରୀରରୁ ଅତିରିକ୍ତ ତରଳ, ବିଷାକ୍ତ ପଦାର୍ଥ ବାହାର କରିବାରେ ସାହାଯ୍ୟ କରେ । ଏହା ବ୍ୟତୀତ ଏହା ଶରୀରରେ ଜଳ, ଲୁଣ, ମିନେରାଲଲ୍ସକୁ ସନ୍ତୁଳିତ ପରିମାଣରେ ରଖିବାରେ ସାହାଯ୍ୟ କରେ । ଏହା ବିନା ଶରୀରର ସ୍ନାୟୁ, କୋଷ ଓ ମାଂସପେଶୀ ସଠିକ୍ ଭାବରେ କାର୍ଯ୍ୟ କରିପାରିବ ନାହିଁ । 

କିଡ଼ନୀକୁ ପ୍ରଭାବିତ କରିବା ଦ୍ୱାରା ଅନେକ ଗମ୍ଭୀର ରୋଗ ହେବାର ଆଶଙ୍କା ବଢ଼ିଯାଏ । ଶରୀରକୁ ସୁସ୍ଥ ରଖିବା ପାଇଁ କିଡ଼ନୀକୁ ସୁସ୍ଥ ରଖିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯାହା ମୂତ୍ର ଆକାରରେ ଆମ ଶରୀରରେ ଥିବା ବର୍ଜ୍ୟବସ୍ତୁକୁ ବାହର କରିବା ସହ ଆମକୁ ସୁସ୍ଥ ରଖିଥାଏ । ହେଲେ ସଚେତନତା ଅଭାବରୁ କିଡନୀ ରୋଗ ସମୟରେ ଆମେ କେଉଁ ଖାଦ୍ୟରୁ ଦୂରେଇ ରହିବା ଉଚିତ୍ ଜାଣି ପାରନ୍ତି ନାହିଁ।  

କିନ୍ତୁ ଲାଇଫ୍‌ଷ୍ଟାଇଲ୍‌ରେ ପରିବର୍ତ୍ତନ କରି କିଡନୀ ସମସ୍ୟାକୁ ମୁକାବିଲା କରିହେବ ।ତେଣୁ ଏହାର ଯତ୍ନ ନେବା ନିତ୍ୟାନ୍ତ ଆବଶ୍ୟକ । ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞମାନଙ୍କ କହିବା ଅନୁଯାୟୀ, ଯେତେବେଳେ କିଡନୀରେ କୌଣସି ସମସ୍ୟା ସୃଷ୍ଟି ହୋଇଥାଏ ସେତେବେଳେ ଶରୀର କିଛି ସଂକେତ ଦେଇଥାଏ ଓ କିଛି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ। ଯାହାକୁ ଆଦୌ ଅଣଦେଖା କରିବା ଉଚିତ୍ ନୁହେଁ । ବର୍ତ୍ତମାନ ଆସନ୍ତୁ ଜାଣିବା ସେହି ଲକ୍ଷଣ ବିଷୟରେ…

ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍

-: ଯଦି କିଡନୀ ଫଙ୍କସନରେ ସାମାନ୍ୟ ସମସ୍ୟା ହୁଏ, ତେବେ ଏହାର ପ୍ରଭାବ ୟୁରିନର ରଙ୍ଗରୁ ସ୍ପଷ୍ଟ ଭାବେ ଜଣାପଡ଼ିଥାଏ । ଯଦି ଆପଣଙ୍କର ୟୁରିନର ରଙ୍ଗ ହଳଦିଆ ଦେଖାଯାଉଛି, ବାରମ୍ବାର ପରିସ୍ରା ଲାଗୁଛି ତେବେ ସଙ୍ଗେସଙ୍ଗେ ୟୁରିନକୁ ଟେଷ୍ଟ କରାଇବା ଦରକାର।

-: କିଡନୀ ସମସ୍ୟା ହେଲେ ଶରୀରରେ ଆଇରନ ସମେତ ବିଭିନ୍ନ ପ୍ରକାରର ପୋଷକ ତତ୍ତ୍ୱର ଅଭାବ ପରିଲକ୍ଷିତ ହୋଇଥାଏ । ଏଥିସହିତ ରକ୍ତରେ ଅକ୍ସିଜେନ ସ୍ତରକୁ ନିୟନ୍ତ୍ରଣରେ ରଖୁଥିବା ଲାଲ ରକ୍ତ କଣିକାର ନିର୍ମାଣ କମି ଯାଇଥାଏ । ଏହି କାରଣରୁ ଆରବିସି କମିଯାଇଥାଏ ଓ ଆମକୁ ଥକ୍କାପଣର ସାମ୍ନା କରିବାକୁ ପଡ଼ିଥାଏ ।

-: ଦାନ୍ତ ସଫା ନ କରିବା, ପିଆଜ-ରସୁଣ ସେବନ କରିବା ଆଦି ବିଭିନ୍ନ କାରଣରୁ ମୁଖ ଦୁର୍ଗନ୍ଧ ହୋଇଥାଏ । ଏହିସବୁ ସମସ୍ୟା ପରେ ପୁଣି ଯଦି ଦୁର୍ଗନ୍ଧ ଦେଖାଦିଏ ତେବେ ଏହା କିଡନୀ ବିମାରୀର ପ୍ରାରମ୍ଭିକ ଲକ୍ଷଣ ହୋଇପାରେ । କିଡନୀ ଫଙ୍କସନ ଠିକ୍ ଭାବେ ନ ହେବା କାରଣରୁ ଶରୀରରେ ମଇଳା ଜମି ରହିଥାଏ । ଫଳରେ ଏହାର ପ୍ରଭାବ ଆମ ଚର୍ମ ଓ ଚେହେରା ଉପରେ ପଡ଼ିଥାଏ ।

ଆଧିକ ପଢନ୍ତୁ : ବାହାଘର ପରେ ଝିଅମାନେ କାହିଁକି ମୋଟା ହୋଇଯାଆନ୍ତି ? ଜାଣନ୍ତୁ ଏହାର ଅସଲ କାରଣ

-: ଏଭଳି ଅନେକ ବିଶେଷଜ୍ଞଙ୍କ ମତରେ, ତ୍ୱଚାରେ ଦେଖାଯାଉଥିବା କିଛି ଲକ୍ଷଣ କିଡନୀ ସମସ୍ୟାର କାରଣ ହୋଇପାରେ । ଯଦି ଆପଣଙ୍କ ତ୍ୱଚାରେ ରଙ୍ଗ ପରିବର୍ତ୍ତନ ହେବାର ଦେଖାଯାଏ, ତେବେ ଏହା କିଡନୀ ରୋଗର ଲକ୍ଷଣ ହୋଇପାରେ । ଶରୀରରେ ବିଷାକ୍ତ ପଦାର୍ଥ ଜମା ହେବାରୁ ଏପରି ଘଟିଥାଏ ।

-: ଅନ୍ୟପକ୍ଷରେ କିଡନୀ ଖରାପ ହେବାର ଏକ ଲକ୍ଷଣ ହେଉଛି କ୍ୟାଲସିୟମ୍ ଜମା ହେବା । ବେଳେବେଳେ କିଡନୀ ରୋଗୀଙ୍କ କହୁଣୀ, ଆଣ୍ଠୁ, ଆଙ୍ଗୁଠିର ଚର୍ମ ତଳେ ଗୋଟିଏ ପ୍ରକାର ଗଣ୍ଠି ଭଳି ଦେଖାଯାଏ । କିଡନୀ ଆମ ଶରୀରରେ କିଛିଟା ମିନେରାଲ୍ସକୁ ସନ୍ତୁଳନ କରିଥାଏ । ଏହି ସନ୍ତୁଳନ ହୋଇ ନପାରିଲେ ଏହି ଲକ୍ଷଣ ଦେଖାଯାଇଥାଏ ।

-: ପାଦ ଓ ଗୋଡ଼ ଫୁଲିବା କିଡନୀ ରୋଗର ଗୋଟିଏ ଗୋଟିଏ ଲକ୍ଷଣ । ଏଥିସହିତ ମୂତ୍ରରେ ରକ୍ତ ପଡ଼ିବା, ବାରମ୍ବାର ଜ୍ୱର ହେବା, ବାନ୍ତି ଲାଗିବା, ହାଇ ବ୍ଲେଡ ପ୍ରେସର, ନିଦ ଲାଗିବା, ଭୋକ ନ ଲାଗିବା ଆଦି ମଧ୍ୟ ଏହାର ଲକ୍ଷଣ ହୋଇପାରେ ।

-: ଯଦି ଆପଣଙ୍କର ଶୁଷ୍କ ତ୍ୱଚା କୁଣ୍ଡାଇ ହୁଏ ତେବେ ଏହା କିଡନୀ ରୋଗର ପ୍ରାଥମିକ ଲକ୍ଷଣ ବୋଲି ରିସର୍ଚ୍ଚରୁ ପୂର୍ବରୁ ଜଣାପଡ଼ିଛି । ଏପରି ଅନୁଭବ କଲେ ଆପଣ ଡାକ୍ତରଙ୍କ ସହ ସମ୍ପର୍କ କରିବା ଆବଶ୍ୟକ।

ଆଧିକ ପଢନ୍ତୁ : କେମିତି ଜାଣିବେ ହୋଇଛି କି ପେଟ କ୍ୟାନସର ? ହେବା ପୂର୍ବରୁ ଦେଖାଦିଏ ଏସବୁ ଲକ୍ଷଣ 

( Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ସାଧାରଣ ସୂଚନା ଉପରେ ଆଧାରିତ। ଏହାକୁ ଗ୍ରହଣ କରିବା ପୂର୍ବରୁ ଦୟାକରି ବିଶେଷଜ୍ଞଙ୍କ ପରାମର୍ଶ ନିଅନ୍ତୁ ।)

Share this story