କେଉଁ ବୟସରେ ମା' ହେଲେ ଜେନେଟିକ୍ ରୋଗ ହେବାର ସମ୍ଭାବନା କମ୍, ଜାଣନ୍ତୁ ସଠିକ୍ ବୟସ କେତେ?
 

What is the best age to become a mother?
ମା' ହେବା ପାଇଁ ସଠିକ୍ ବୟସ କେତେ?
 

ଓଡ଼ିଆ ଗସିପ୍ ବ୍ୟୁରୋ: ଭାରତୀୟ ସମାଜରେ ସବୁ ସମ୍ପ୍ରଦାୟର ବିବାହ କରିବାର ସଠିକ ସମୟ ଏବଂ ତାରିଖ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ତେବେ ଆମ ମନରେ ସାଧାରଣତଃ ପ୍ରଶ୍ନ ଉଠୁଥିବ ଯେ କେଉଁ ବୟସରେ ବିବାହ କରିବା ଠିକ୍ ଏବଂ ଛୁଆ ଜନ୍ମ କରିବାର ସଠିକ ବୟସ କେତେ? ଯାହା ଦ୍ୱାରା ଜେନେଟିକ୍ ରୋଗ ହେବାର ସମ୍ଭାବନା କମ୍ ବୋଲି ବିବେଚନା କରାଯାଏ। 

ତେବେ ବିଜ୍ଞାନରେ ମଧ୍ୟ ଏହାର ବୟସ ଭିନ୍ନ ରହିଛି। ବୈଜ୍ଞାନିକଙ୍କ କହିବା ଅନୁସାରେ, ସନ୍ତାନ ପ୍ରାପ୍ତି ପାଇଁ ସଠିକ୍ ବୟସ ଅତିବେଶୀରେ ୩୨ ବର୍ଷ ଭିତରେ ହେବା ଆବଶ୍ୟକ।

ଆଧିକ ପଢନ୍ତୁ : ଧକ୍ ଧକ୍ ସହ ମୁଣ୍ଡର ଗୋଟିଏ ପଖାରେ ହେଉଛି କି ମୁଣ୍ଡବଥା? ଜାଣନ୍ତୁ ଏହାର କାରଣ ଓ ଉପଚାର...

ହଙ୍ଗେରୀର ବୁଦ୍ଧାପେଷ୍ଟର ସେମେଲୱିସ୍ ବିଶ୍ୱବିଦ୍ୟାଳୟର ଅନୁସନ୍ଧାନକାରୀମାନେ ପ୍ରକାଶ କରିଥିଲେ ଯେ, ସନ୍ତାନ ଜନ୍ମ କରିବାର ସର୍ବୋତ୍ତମ ବୟସ ୨୩ରୁ ୨୩ ବର୍ଷ ମଧ୍ୟରେ। କାରଣ ସେହି ସମୟ ମଧ୍ୟରେ ଛୁଆ ଏବଂ ମହିଳାଙ୍କୁ ରୋଗ ହେବାର ସମ୍ଭାବନା କମ୍ ରହିଥାଏ।

ଏହି ବୟସରେ ଜଣେ ମହିଳାଙ୍କ ଏକ ସୁସ୍ଥ ସନ୍ତାନ ଜନ୍ମ ଦେଇଥାନ୍ତି। ଏହି ସମୟରେ ଜେନେଟିକ୍ ରୋଗ ହେବାର ସମ୍ଭାବନା ମଧ୍ୟ କମ୍ ରହିଥାଏ। ଏବଂ ୨୩ରୁ ୩୨ ବର୍ଷ ମଧ୍ୟରେ ଏକ ସନ୍ତାନ ଜନ୍ମ କରିବା ପାଇଁ ଆଦର୍ଶ ବୟସ ହୋଇପାରେ।

ଆଧିକ ପଢନ୍ତୁ : କିଡ଼ନୀକୁ ରୋଗ ମୁକ୍ତ ରଖିବ ଏହି ୫ଟି ସୁପରଫୁଡ୍, ଷ୍ଟୋନ୍ ସୃଷ୍ଟି ହେବା ଆଶଙ୍କାକୁ ମଧ୍ୟ କରିବ କମ୍ !

୩୨ ବର୍ଷରୁ ଅଧିକ ବୟସ ହେଲେ ବିପଦ ୧୫ରୁ ୨୦ ପ୍ରତିଶତ ବୃଦ୍ଧି ପାଇଥାଏ ଅନ୍ୟପକ୍ଷରେ ଯେଉଁ ମହିଳାମାନେ ୨୩ ବର୍ଷରୁ କମ୍ ବୟସରେ ସନ୍ତାନ ପ୍ରସବ କରନ୍ତି, ସେମାନଙ୍କୁ ମଧ୍ୟ ଅନେକ ରୋଗ ହେବାର ଆଶଙ୍କା ଅଧିକ ଥାଏ। ବୟସ୍କ ମାଆଙ୍କ ଭ୍ରୁଣକୁ ପ୍ରଭାବିତ କରୁଥିବା ଅସ୍ୱାଭାବିକତା ମଧ୍ୟରୁ କେବଳ ମୁଣ୍ଡ, ବେକ, କାନ ଏବଂ ଆଖିର ଜନ୍ମଗତ ରୋଗ ହେବାର ଆଶଙ୍କା ଦେଖାଦେଇଥାଏ। ଜନ୍ମଗତ ରୋଗ ହେବାର ଆଶଙ୍କା ଅଧିକ ରହିଥାଏ। ଏକ ରିପୋର୍ଟ ଅନୁସାରେ ଏହା ମଧ୍ୟ କୁହା ଯାଇଛି ଯେ ୪୦ ବର୍ଷ ପରେ ମା’ ହେବା ଦ୍ବାରା ସ୍ନାୟୁ ପ୍ରଣାଳୀର ବିକୃତି ସବୁଠୁ ମୁଖ୍ୟ ସମସ୍ୟା ରହିଥାଏ।

ଆଧିକ ପଢନ୍ତୁ : ସକାଳୁ ସକାଳୁ ପେଟ ସଫା ହେଉନି କି ? କରନ୍ତୁ ଏହି କାମ, ଥରକେ ହେବ ସଫା...
 

Share this story