ସାବଧାନ! ବ୍ରେନ୍‌କୁ ନଷ୍ଟ କରିଦେବ ଏହିସବୁ ଖାଦ୍ୟ, ସୁସ୍ଥ ରହିବା ପାଇଁ ଯଥାଶୀଘ୍ର କମ୍ କରନ୍ତୁ...
 

Eating habits of these things affects your brain
ବ୍ରେନ୍‌କୁ ଖରାପ କରୁଛି ଏହିସବୁ ଖାଦ୍ୟ!
 

ଓଡ଼ିଆ ଗସିପ୍ ବ୍ୟୁରୋ: କହିବାକୁ ଗଲେ ଆମେ ସାଧାରଣତଃ ଆମ ଶରୀର ପ୍ରତି ଅନେକ ଯତ୍ନବାନ ହେଇଥାଉ ଏମିତିକି ଦୈନଦିନ ଜୀବନରେ କିଛି ନା କିଛି ଶାରୀରିକ ପରିଶ୍ରମ କରିବା ସହ ଖାଦ୍ୟପାନ ସହ ଆମ ନିଜକୁ ଫିଟ୍ ରଖିବା ପାଇଁ ସମୟ ଦେଇଥାଉ, କିନ୍ତୁ କହିବା କଥା ଏହା ଯେ ଆମେ ଯେମିତି ଆମ ଶରୀରର ଅବଶିଷ୍ଟ ଅଂଶର ଯତ୍ନ ନେଇଥାଉ ଠିକ୍ ସେହିଭଳି ଏବଂ ମସ୍ତିଷ୍ତ ଉପରେ ଆମେ ଧ୍ୟାନ ଦେଇ ନଥାଉ।

ମାନବ ଶରୀରର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହେଉଛି ମସ୍ତିଷ୍କ, ଏବଂ ଏହାକୁ ସୁସ୍ଥ ରଖିବା ପାଇଁ ଏହାର ଉପଯୁକ୍ତ ପୁଷ୍ଟିକର ଖାଦ୍ୟ ଆବଶ୍ୟକ। ତଥାପି, ଏପରି କିଛି ଖାଦ୍ୟ ଅଛି ଯାହା ଆମ ମସ୍ତିଷ୍କକୁ କ୍ଷତି ପହଞ୍ଚାଇପାରେ। ତେବେ ଏହି ଲେଖା ମାଧ୍ୟମରେ ଆସନ୍ତୁ ଜାଣିବା କେଉଁ ଖାଦ୍ୟ ମସ୍ତିଷ୍କକୁ କ୍ଷତି ପହଞ୍ଚାଇପାରେ।

ଆଧିକ ପଢନ୍ତୁ: ଏହି ୫ଟି ସଂକେତ ଦେଖାଦେଲେ ଭୁଲରେ କରନ୍ତୁ ନାହିଁ ଅଣଦେଖା! ହୋଇପାରେ କିଡନୀ ସମସ୍ୟା 

ମସ୍ତିଷ୍କକୁ ସୁସ୍ଥ ରଖିବା ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ୍ ନୁହେଁ ଆସନ୍ତୁ ଜାଣିବା।

ଚିନିଯୁକ୍ତ ଖାଦ୍ୟ- ଆମକୁ ପ୍ରାୟତଃ କୁହାଯାଏ ଯେ ଅତ୍ୟଧିକ ଚିନି ଖାଇବା ଦ୍ୱାରା ମଧୁମେହ ହେବାର ଆଶଙ୍କା ବଢ଼ିଥାଏ, କିନ୍ତୁ ଆପଣ ହୁଏତ ଜାଣି ନଥିବେ ଯେ ଅତ୍ୟଧିକ ମିଠା ଜିନିଷ ଖାଇବା ମଧ୍ୟ ମସ୍ତିଷ୍କ ପାଇଁ ଭଲ ନୁହେଁ। ଏହା କେବଳ ଇନସୁଲିନ୍ ପ୍ରତିରୋଧର କାରଣ ନୁହେଁ ବରଂ ମସ୍ତିଷ୍କକୁ ମଧ୍ୟ ବହୁତ କ୍ଷତି ପହଞ୍ଚାଇପାରେ।

କ୍ୟାଫିନ୍- ଭାରତରେ ଚା’କୁ ଭଲ ପାଉଥିବା ଲୋକଙ୍କର କୌଣସି ଅଭାବ ନାହିଁ। ଏହା ଜଳ ପରେ ସବୁଠାରୁ ଅଧିକ ପାନୀୟ, କିଛି ଲୋକ କଫି ମଧ୍ୟ ପିଇଥାଆନ୍ତି। ଉଭୟରେ ବିପୁଳ ପରିମାଣର କ୍ୟାଫନ୍ ମିଳିଥାଏ, ଯାହା ସ୍ନାୟୁ କୋଷକୁ ସିଧାସଳଖ ପ୍ରଭାବିତ କରିଥାଏ ଏବଂ ନିଦରୁ ମୁକ୍ତି ପାଇବାରେ ସାହାଯ୍ୟ କରିଥାଏ। ଦୀର୍ଘ ସମୟ ମଧ୍ୟରେ ଏହା ମସ୍ତିଷ୍କ ପାଇଁ ଭଲ ନୁହେଁ।

ଆଧିକ ପଢନ୍ତୁ: ସିଜରିଆନ୍ ଜନ୍ମର କେତେ ଦିନ ପରେ ଶାରୀରିକ ସମ୍ପର୍କ ରଖିବା ଉଚିତ୍ ? ଜାଣି ନାହାନ୍ତି ଯଦି ନିହାତି ଜାଣନ୍ତୁ 

ଅଧିକ ତେଲଯୁକ୍ତ ଖାଦ୍ୟ- ଯେଉଁମାନେ ଅଧିକ ତେଲଯୁକ୍ତ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ସେମାନେ ପ୍ରାୟତଃ ମେଦବହୁଳତା, ଉଚ୍ଚ କୋଲେଷ୍ଟ୍ରଲ, ମଧୁମେହ, ଉଚ୍ଚ ରକ୍ତଚାପ ଏବଂ ହୃଦଘାତର ଶିକାର ହୁଅନ୍ତି, ଏହା ବ୍ୟତୀତ ତେଲିଆ ଖାଦ୍ୟ ମଧ୍ୟ ଆମ ମସ୍ତିଷ୍କକୁ କ୍ଷତି ପହଞ୍ଚାଏ। ଅତ୍ୟଧିକ ପରିମାଣର ତେଲ ଏବଂ ଚର୍ବି ଥିବା ଖାଦ୍ୟ ଯେପରିକି ପ୍ରକ୍ରିୟାକୃତ ଖାଦ୍ୟ, ଭଜା ଖାଦ୍ୟ, ଏବଂ ମାର୍ଗାରାଇନ୍ ଇତ୍ୟାଦି ମସ୍ତିଷ୍କ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ।

ଜଲଦି ଜଲଦି ଖାଇବା- ଏହା ମଧ୍ୟ ମନେରଖନ୍ତୁ ଯେ ଅତ୍ୟଧିକ ଶୀଘ୍ର ଖାଇବା ଦ୍ୱାରା ଖାଦ୍ୟ ସଠିକ୍ ଭାବରେ ହଜମ ହୁଏ ନାହିଁ, ଯେଉଁ କାରଣରୁ ମସ୍ତିଷ୍କ ସଠିକ୍ ପରିମାଣର ନ୍ୟୁରୋଟ୍ରାନ୍ସମିଟର ପାଇ ନଥାଏ। ତେବେ ଜଲଦି ଜଲଦି ଖାଇବା ତମାଖୁ ପରି କାର୍ଯ୍ୟ କରିପାରେ, ଯାହା ଦ୍ବାରା ସ୍ମୃତି ଶକ୍ତି ହରାନ୍ତି ଲୋକ।

ଆଧିକ ପଢନ୍ତୁ: ଦ୍ବିତୀୟ ସନ୍ତାନ ପାଇଁ କରୁଛନ୍ତି କି ପ୍ଲାନ? ଜାଣନ୍ତୁ ସଠିକ୍ ସମୟ ବ୍ୟବଧାନ କେତେ ରହିବା ଉଚିତ୍
 

Share this story