ବ୍ରେନ୍‌ ଟ୍ୟୁମର କଣ ଓ କାହିଁକି ହୁଏ ? ଜାଣନ୍ତୁ କାରଣ ଓ ହେବା ପୂର୍ବରୁ ଶରୀରରେ ଲକ୍ଷଣ
 

Early signs and symptoms of a brain tumor
ବ୍ରେନ୍ ଟ୍ୟୁମର ହେବା ପୂର୍ବରୁ ଲକ୍ଷଣ
 

ଓଡ଼ିଆ ଗସିପ୍ ବ୍ୟୁରୋ: ମସ୍ତିସ୍କ ମାନେ ବ୍ରେନ ଏମିତି ଏକ ଜିନିଷ ଯାହା ମଣିଷ ଶରୀରର ମୁଖ୍ୟ ଅଙ୍ଗ ବୋଲି କୁହାଯାଏ l ବ୍ରେନ ଦେହର ସବୁ ଅଙ୍ଗକୁ କଣ୍ଟ୍ରୋଲ କରିଥାଏ l ଦେହର ପ୍ରେତେକ ଟି ଶିରାପ୍ରଶିରା ବ୍ରେନ ସହ ଯୋଡି ହୋଇଥାଏ l ତେବେ ବ୍ରେନ ଟ୍ୟୁମର କାହାକୁ କୁହାଯାଏ ?

ଆମ ମୁଣ୍ଡ ଭିତରେ ଅନେକ ଅଂଶ ରହୁଛି କିନ୍ତୁ ଯେତେବେଳେ ମସ୍ତିଷ୍କ ଭିତରେ ଥିବା ସେଲ ବା ଯେଉଁଠା ପ୍ରପର ମସ୍ତିଷ୍କ ସେଥିରେ କିଛି ଇମବେଲେନ୍ସ ବା ଏବନର୍ମାଲ ଦେଖାଯାଏ ସେତେବେଳେ ତାହାକୁ ବ୍ରେନ ଟ୍ୟୁମର କୁହାଯାଏ ।

ଅଧିକ ପଢନ୍ତୁ : ଏହି ସବୁ କାରଣ ପାଇଁ ହୋଇଥାଏ ହାର୍ଟ ଆଟାକ୍! ବେଳ ଥାଉ ଥାଉ ସତର୍କ ରହନ୍ତୁ ଓ ହାର୍ଟ ଆଟାକକୁ ଚିହ୍ନନ୍ତୁ 

ଆଉ ଏହି ବ୍ରେନ ଟ୍ୟୁମର ସାଧାରଣତଃ ଦୁଇ ପ୍ରକାରର ହେଇଥାଏ ଗୋଟିଏ ହେଉଛି ବିନାଇନ ବା ସାଧା ଟ୍ୟୁମର ହେଇଥାଏ ଆଉ ମେଳିଗନେଟ ଏହା ଟ୍ୟୁମର ର କ୍ୟାନ୍ସର ଷ୍ଟେଜ ଅଟେ । ତେବେ ମେଟେଷ୍ଟେଟିକ ଆଉ ଗୋଟିଏ ପ୍ରକାର ବ୍ରେନ ଟ୍ୟୁମର ଏଥିରେ ଶରୀରର ଗୋଟିଏ ଜାଗାର ଟ୍ୟୁମର ବ୍ରେନ କୁ ମାଡି ଯାଇଥାଏ ।

ସବୁବେଳେ ମୁଣ୍ଡବିନ୍ଧା ଅଧିକାଂଶ ସମୟରେ ବ୍ରେନ୍ ଟ୍ୟୁମରର କାରଣ ହୋଇପାରେ। ମୁଣ୍ଡ ବିନ୍ଧା ସହ ଯେକୌଣସି କାମ କରିବା ସମୟରେ ହାତ ଓ ପାଦ ଥରିବା ଏହାର ଲକ୍ଷଣ ହୋଇପାରେ। ତେବେ ଏହି ଟ୍ୟୁମର ଛୋଟ ଥିବା ବେଳେ ଆରମ୍ଭରେ କୌଣସି ଲକ୍ଷଣ ଦେଖାଯାଏ ନାହିଁ। କିନ୍ତୁ ଏହା ବଡ଼ ହେବା ପରେ ଏହାର ଲକ୍ଷଣ ଦେଖାଯିବା ଆରମ୍ଭ ହୋଇଥାଏ। ତେବେ ଆସନ୍ତୁ ଜାଣିବା ଏହାର କ'ଣ ସବୁ ରହିଛି ଏହାର ଲକ୍ଷଣ।

ଅଧିକ ପଢନ୍ତୁ : ଏହି ୬ ଟି ଖାଦ୍ୟ ବଢ଼ାଉଛି ଡାଇବେଟିସ୍ ହୋଇଯାଆନ୍ତୁ ସାବଧାନ! ନଚେତ୍... 

 ବ୍ରେନ ଟ୍ୟୁମରର ଲକ୍ଷଣଗୁଡ଼ିକ କ’ଣ?

କହିବାରେ ଅସୁବିଧା ଅନୁଭବ କରିବା, ଦୃଷ୍ଟି ଶକ୍ତି ଦୁର୍ବଳ ହୋଇଯିବା, ଶରୀରକୁ ସନ୍ତୁଳିତ କରିବାରେ ଅସୁବିଧା ଅନୁଭବ ହେବା, ସବୁବେଳେ ବାନ୍ତି ଲାଗିବା କିମ୍ବା ବାନ୍ତି ଅନୁଭବ କରିବା, ଶରୀରର ମାଂସପେଶୀ ସଙ୍କୁଚିତ ହେବାକୁ ଲାଗିବା, ସବୁବେଳେ ଥକାପଣ ଅନୁଭବ କରିବା, ହାତ ଓ ପାଦରେ ସମ୍ବେଦନଶୀଳତା, ସ୍ମରଣ ଶକ୍ତି ଦୁର୍ବଳ ହୋଇଯିବା, ସବୁବେଳେ ମୁଣ୍ଡ ବିନ୍ଧିବା।

ବ୍ରେନ ଟ୍ୟୁମରର କାରଣ:

ଡାକ୍ତରଙ୍କ ଅନୁଯାୟୀ, ବ୍ରେନ୍ ଟ୍ୟୁମର ମୁଣ୍ଡ ଭିତରେ ଜନ୍ମ ହୋଇଥିବା ଏକ ମାଂସ, ଯାହା ଧୀରେ ଧୀରେ ବଢ଼ିବାକୁ ଲାଗିଥାଏ। ଅନେକ ଥର ପଡ଼ିଯିବା ଦ୍ବାରା ଏହି ମାଂସ ସୃଷ୍ଟି ହୋଇଥାଏ ବେଳେବେଳେ ବଂଶଗତ କାରଣରୁ ମଧ୍ୟ ଏହା ହୋଇଯାଏ। ଯେଉଁମାନେ ବିକିରଣର ଅଧିକ ସଂସ୍ପର୍ଶରେ ଆସନ୍ତି, ସେମାନଙ୍କ ପାଖରେ ମଧ୍ୟ ବ୍ରେନ ଟ୍ୟୁମର ହେବାର ଆଶଙ୍କା ରହିଥାଏ।

ଅଧିକ ପଢନ୍ତୁ : କିଡନୀକୁ ସୁସ୍ଥ ରଖିବାକୁ ଚାହୁଁଛନ୍ତି କି ? ତେବେ ପ୍ରତିଦିନ ଖାଆନ୍ତୁ ଏହିସବୁ ଖାଦ୍ୟ

 

Share this story