ଋତୁସ୍ରାବ ବେଳେ  ପାର୍ଟନର ସହ ସୁଖ ବାଣ୍ଟିବାକୁ ବ୍ୟାକୁଳ କି? ଏହି ପାଞ୍ଚ ଉପାଦେୟ ଟିପ୍ସ ଗ୍ରହଣ କରନ୍ତୁ...

These healthy tips men should know while keeping physical during periods with women

ଓଡ଼ିଆ ଗସିପ୍ ବ୍ୟୁରୋ: ଆପଣଙ୍କ ସ୍ତ୍ରୀ କିମ୍ବା ପ୍ରେମିକାଙ୍କ ପିରିୟଡ ବା ଋତୁସ୍ରାବ ସମୟରେ ସେକ୍ସ କରିବା ସମ୍ପୂର୍ଣ୍ଣ ରୂପେ ଆପଣ ଏବଂ ଆପଣଙ୍କ ସାଥୀଙ୍କ ବ୍ୟକ୍ତିଗତ ପସନ୍ଦ ଅଟେ । ଏହାକୁ ନେଇ ନା ଆପଣଙ୍କୁ କିଏ ଆକଟ କରିବ ନା କିଏ ଅଟକାଇ ପାରିବ । ତେଣୁ ଏହା ସମ୍ପୂର୍ଣ୍ଣ ରୂପେ ଆପଣ ଦୁହିଁଙ୍କ ପ୍ରାଇଭେଟ୍ କଥା । ତେବେ ଆଜିର ଆଲୋଚନାରେ ଆମେ ଏ ସମ୍ପର୍କିତ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବା ଯାହା ଆପଣଙ୍କୁ ଏହି ସଂକ୍ରାନ୍ତୀୟ କିଛି ଜ୍ଞାନ ପ୍ରଦାନ କରିବ । ତେବେ ଆଉ ଡେରି କାହିଁକି ଆସନ୍ତୁ ଆରମ୍ଭ କରି ଆପଣଙ୍କୁ ଉତ୍ତେଜିତ କରୁଥିବା କିଛି ଭାବନାକୁ କେମିତି ସ୍ୱାସ୍ଥ୍ୟପୋଯୋଗୀ କରି ଦେହ ଖେଳର ସୁଖଦ ଅନୁଭବ ପାଇପାରିବେ ।

ପ୍ରଥମେ ଆପଣ ସ୍ୱଚ୍ଛତା ଉପରେ ଧ୍ୟାନ ଦିଅନ୍ତୁ । ମନେ ରଖିବେ ସ୍ୱାସ୍ଥ୍ୟ ହିଁ ସମ୍ପଦ । ସେକ୍ସ ବେଳେ ଏହାକୁ ଯଦି ଆପଣ ଢିଲା ଛାଡ଼ିଦେବେ ତେବେ ଅନେକ ଯୌନ ରୋଗ ସମ୍ବନ୍ଧୀୟ ସମସ୍ୟାର ଆପଣ ସମ୍ମୁଖିନ ହୋଇଯିବେ । ତେଣୁ ଯେତେଥର ବି ଆପଣ ସେକ୍ସ କରିବାକୁ ଯାଉଛନ୍ତି ତାହା ନର୍ମାଲ ଲାଇଫ୍ ହେଉନା କାହିଁକି ସ୍ୱଚ୍ଛତାକୁ ପ୍ରାଥମିକତା ଦେବାରୁ କୃପଣ ମନେ କରିବେ ନାହିଁ...

ଆହୁରି ପଢ଼ନ୍ତୁ : ଏମିତି ବି ମୃତ୍ୟୁ ଆସେ! ଡକାଡକି ହୋଇ ଆରପାରିକୁ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

ଏନେଇ ଜଣାଶୁଣା ଗାଏନୋକୋଲଜିଷ୍ଟ ସଂଗୀତା ଅଗ୍ରୱାଲ କପୁଲମାନଙ୍କ ଏହି ଆଗ୍ରହ ଓ ସମସ୍ୟାର ସମାଧାନ ଦିଗକୁ ଧ୍ୟାନରେ ରଖି କିଛି ଭଲ ଉପଦେଶ ନିମ୍ନ ପ୍ରକାରେ ଦେଇଛନ୍ତି ....

1- ଖଟ ଉପରେ ସଫା କପଡ଼ା ରଖନ୍ତୁ ଏହା କାମରେ ଆସିବ: ଆପଣ ଜାଣନ୍ତି ? ସେକ୍ସ ବେଳେ ସଫା କପଡା ବେଶ୍ ଦରକାରୀ ହୋଇଥାଏ । ଏହା ଆପଣଙ୍କୁ ଏବଂ ଆପଣଙ୍କ ପାର୍ଟନରଙ୍କୁ ସ୍ୱଚ୍ଛ ରଖିଥାଏ । ଆଉ ଯେତେବେଳେ ଋତୁସ୍ରାବ ସମୟରେ ସେକ୍ସ କଥା କୁହାଯାଉଛି ସେତେବେଳେ ଆପଣ ଏହାକୁ ପାଳନ କରିବା ସହ ସଫା ଓ ଧଳା ଟୱାଲ କିମ୍ବା କପଡା ରଖିବାକୁ ଭୁଲିବେ ନାହିଁ ।

ଯେହେତୁ ସେକ୍ସ ବେଳେ ଅପରିସ୍କାର କାହାକୁ ବି ପସନ୍ଦ ନାହିଁ ତେଣୁ ଆପଣ ବି ଏଥିପ୍ରତି ସଚେତନ ହେବା ଜରୁରୀ ଅଟେ । ଆଗକୁ ଯେତେବେଳେ ବି ଆପଣ ଋତୁସ୍ରାବ ସମୟରେ ସେକ୍ସ ପ୍ରତି ଆଗ୍ରହ ଦେଖାଇବେ ସେବେ ଆପଣ ଏହି ନିୟମ ମନେ ରଖି ଏହାକୁ କାର୍ଯ୍ୟରେ ଲଗାଇବେ....

2- ସେକ୍ସ ପରେ ନିଜକୁ ପରିସ୍କାର କରନ୍ତୁ ଏବଂ ପାର୍ଟନରଙ୍କୁ ବି ସଫା ହେବାକୁ କୁହନ୍ତୁ...

ମାନେ ନୁହେଁ ଆପଣ କେତେ ସମୟ ସେକ୍ସ କଲେ କି ଆନନ୍ଦ ପାଇଲେ ଅବା ଗୋଟିଏ ଥର ସେକ୍ସ ପରେ ସେକେଣ୍ଡ ଟାଇମ୍ ସେକ୍ସ କରିବାକୁ ଆଉ କେତେ ସମୟ ନେବେ । ଧ୍ୟାନ ରଖିବେ ଆପଣ ଯେତେବେଳେ ବି ଗୋଟିଏ ଗୋଟିଏ ଷ୍ଟ୍ରୋକ ସହ ସେକ୍ସ କୋର୍ସ ସମ୍ପୂର୍ଣ୍ଣ କରିବେ ସେହି ସମୟରେ ଆପଣ ସ୍ୱଚ୍ଛ ରହିବେ ଏବଂ ପାର୍ଟନରଙ୍କୁ ସ୍ୱଚ୍ଛତା ରହିବାକୁ ପରାମର୍ଶ ଦେବେ । ଏଥିପାଇଁ ଆପଣ ସେକ୍ସ ପରେ ସଫା ଓ ନଖ ଉଷୁମ୍ ଗରମ ପାଣିରେ ଭିଜିଥିବା ଟାୱାଲରେ ନିଜ ଅଙ୍ଗ ଓ ଶରୀରରୁ ପୋଛାପୋଛି କରି ସଫା କରିପାରିବେ । ନଚେତ ବାଥରୁମ୍ ଯାଇ ସାମାନ୍ୟ ସ୍ନାନ କରିପାରିବେ । ଦେଖିବେ ଏହା ଆପଣଙ୍କୁ ହାଲକା କରାଇବ ଏବଂ ଫୁର୍ତ୍ତିଲା ଲାଗିବା ସହ ତନରେ ଓ ମନରେ ଆଉ ଥରେ ଉତ୍ସାହ ବଢ଼ାଇବ...

ଆହୁରି ପଢ଼ନ୍ତୁ : ଦିତୀୟ ବିବାହ କରିବେ ବିଜେଡିର ପୂର୍ବତନ ମନ୍ତ୍ରୀ, ଜାଣନ୍ତୁ ଏହି ବୟସରେ କିଏ ହେବ ତାଙ୍କ ଜୀବନ ସାଥି...

3- ସ୍ୱଚ୍ଛତା ବଜାୟ ରଖନ୍ତୁ: ଯେମିତି କି ଆମେ ପୂର୍ବରୁ ମଧ୍ୟ ଆଲୋଚନା କରି ସାରିଛେ ଯେ, ସେକ୍ସରେ ସ୍ୱଚ୍ଛତା ଓ ସୁରକ୍ଷା ଗୁରୁତ୍ୱ । ତେଣୁ ଯେତେବେଳେ ଆପଣ ଏବଂ ଆପଣଙ୍କ ପାର୍ଟନର ପର୍ଯ୍ୟାୟକ୍ରମେ ଶାରୀରିକ ସମ୍ପର୍କ ରଖିବେ ସେତେବେଳେ ଧ୍ୟାନ ଦେବେ ଯେ, ତୁମେ କେବଳ ନିଜକୁ ନୁହେଁ ବରଂ ସମ୍ଭାବ୍ୟ ଖମୀର ସଂକ୍ରମଣ ହେବାର ଆଶଙ୍କା ମଧ୍ୟ ରଖିବ । ତେଣୁ ନିଶ୍ଚିତ କରନ୍ତୁ ଯେ ଆପଣ ଯୌନ ସମ୍ପର୍କ ପୂର୍ବରୁ ମଧ୍ୟ ଆପଣଙ୍କର ବ୍ୟକ୍ତିଗତ ଅଂଶକୁ ସଠିକ୍ ଭାବରେ ସଫା ରଖିବେ । ବିଶେଷ କରି ଲିଙ୍ଗର ଉପରି ଭାଗ ଧୋଇବା ଅତ୍ୟନ୍ତ ଜରୁରୀ କାରଣ ଏହା ଧୋଇ ନ ଥିବାରୁ ଏହା ସ୍ମେଗମା, ମୃତ ଚର୍ମ କୋଷଗୁଡ଼ିକର ଗଠନ ହୋଇପାରେ ଯାହା ସଂକ୍ରମଣ ଏବଂ ଉତ୍ତେଜନା ସୃଷ୍ଟି କରିପାରେ ।

4- ସେକ୍ସ ବେଳେ ସବୁ ପ୍ରକାର ପୋଜ୍ ଟ୍ରାଏ କରନ୍ତୁନି: ହୁଏତ ଏହା ଆପଣଙ୍କୁ ଟିକେ ଅବାଗିଆ ଲାଗୁଥିବ କିନ୍ତୁ ଏହା ସତ । ଏହା ଆପଣଙ୍କୁ ବାଧ୍ୟ ଯେ, ଆପଣଙ୍କ ପାର୍ଟନର ଯଦି ମାସିକ ପିରିୟଡରେ ଅଛନ୍ତି ଏବଂ ଆପଣ ସେକ୍ସ କରିବାକୁ ଯାଉଛନ୍ତି ତେବେ ଧ୍ୟାନ ଦିଅନ୍ତୁ ଯେ, ଆପଣ ସବୁ ପ୍ରକାର ସେକ୍ସ ପୋଜ୍ ର ମଜା ନେବାକୁ ଯାଇ ସେକ୍ସ କରିବେ । ଏହା ଆପଣଙ୍କ ପାର୍ଟନରଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇବ । କାହିଁକିନା ଆପଣଙ୍କ ସାଥୀ ଯେ, ସବୁ ପ୍ରକାର ପୋଜ୍ ବା ସେକ୍ସ ପୋଜ୍ ପାଇଁ ଆଗ୍ରହୀ ଏବଂ ସମର୍ଥ ତାହା ଭାବିବା ଭୁଲ୍ । ତେଣୁ ଧ୍ୟାନ ରଖିବେ ଏମିତି କିଛି ପୋଜ୍ ରେ ସେକ୍ସ ର ଆନନ୍ଦ ନିଅନ୍ତୁ ଯାହା ଆପଣଙ୍କ ପାର୍ଟନର ସହିବା ଓ ସହଯୋଗ କରିପାରୁଥିବା ଜରୁରୀ । ଏହା ସହ ଧ୍ୟାନ ଦେବେ ଯେ, ସେ ତାଙ୍କ ପିଠିରେ ଶୋଇଥିବା ସମୟରେ ଯୌନ ସମ୍ପର୍କ ରଖିବା ଦ୍ୱାରା ରକ୍ତସ୍ରାବ କମିଯାଏ ଏଣୁ ଏହା ଆପଣ କରିପାରିବେ...

ଆହୁରି ପଢ଼ନ୍ତୁ : ବିବାହ ପରେ ରାତିରେ ମହିଳାମାନେ ଗୁଗୁଲରେ ଯାହା ସର୍ଚ୍ଚ କରନ୍ତି, ଜାଣିବା ପରେ ଆପଣଙ୍କ ହୋସ ଉଡିଯିବ...

5- ସେକ୍ସ ବେଳେ ଏହି ସବୁ ସାବଧାନ ଗ୍ରହଣ କରନ୍ତୁ: ପାର୍ଟନରଙ୍କ ପିରିୟଡ ବା ଋତୁସ୍ରାବ ବେଳେ ଆପଣ ସେକ୍ସ କରୁଛନ୍ତି ଏବଂ ଯଦି ଭାବୁଥିବେ ଯେ, ଏହା ଗର୍ଭଧାରଣ ଲାଗି କୌଣସି ସମସ୍ୟା ସୃଷ୍ଟି କରିବ ନାହିଁ । ହୁଏତ ଏହା ହଁ କିନ୍ତୁ ସାବଧାନ ବି ଜରୁରୀ । ସବୁବେଳେ ସେକ୍ସ ବେଳେ କଣ୍ଡୋମ ବ୍ୟବହାର କରନ୍ତୁ । ଯାହା ଆପଣଙ୍କୁ ଯୌନ ସଂକ୍ରମଣରୁ ରକ୍ଷା କରିବ । ଏଣୁ ପ୍ରତି ଥର ସୁରକ୍ଷିତ ସେକ୍ସ ପାଇଁ ପ୍ରୋଟେକ୍ସନ ଭାବେ କଣ୍ଡୋମ୍ ବ୍ୟବହାର କରନ୍ତୁ ...

ଏଠାରେ ଆମେ ଆଉ ଥରେ କହୁଛୁ ଏହା କେବଳ ପ୍ରାପ୍ତ ବୟସ୍କଙ୍କ ପାଇଁ ଲେଖା ହୋଇଛି । ସ୍କୁଲ ଛାତ୍ର ଛାତ୍ରୀ, ନାବାଳକ ନାବାଳିକା ଓ କମ୍ ବୟସର ପିଲାମାନେ ଏହାକୁ ପଢ଼ନ୍ତୁ ନାହିଁ । ଆପଣ ଯଦି ଜଣେ ସାବାଳକ ଏବଂ ଏହା ଆପଣଙ୍କୁ ଅଧିକ ଜ୍ଞାନ ପ୍ରଦାନ କରିଛି ତେବେ ଏହାର ଲିଙ୍କ୍ ସେୟାର କରନ୍ତୁ ଏବଂ ଅନ୍ୟଙ୍କୁ ପଠାନ୍ତୁ ।...

Share this story

World Odia Language Conferene