ଏମିତି ବି ମୃତ୍ୟୁ ଆସେ! ଡକାଡକି ହୋଇ ଆରପାରିକୁ ଚାଲିଗଲେ ସ୍ୱାମୀ-ସ୍ତ୍ରୀ

couple died promising to die for one another in love

ଓଡ଼ିଆ ଗସିପ ବ୍ୟୁରୋ: ଏକା ସାଙ୍ଗରେ ଜିଇଁବେ, ଏକା ସାଙ୍ଗରେ ମରିବେ ବୋଲି କଥା ପରସ୍ପରକୁ କଥା ଦେଇଥିଲେ । କଥା ରଖି ଆଜି ଏକା ସଙ୍ଗେ ଦୁନିଆ ଛାଡ଼ି ଚାଲିଗଲେ ଏହି ଦମ୍ପତି ।

ସାତ ଜନ୍ମ ସାଥିରେ ରହିବେ ବୋଲି ପରସ୍ପରକୁ କଥା ଦେଇଥିଲେ । କଥା ଦେଇ କଥା ରଖିଲେ ମଧ୍ୟ । ସ୍ଵାମୀଙ୍କ ମୃତ୍ୟୁର ମାତ୍ର ଦେଢ଼ଘଣ୍ଟା ଭିତରେ ଦୁନିଆ ଛାଡ଼ିଲେ ପତ୍ନୀ । ନଭସାରି ଖେରଗାମର ତୋରାବନବେରା ଗାଁରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି ।

ଆହୁରି ପଢ଼ନ୍ତୁ : କାର୍ଯ୍ୟରତ ମହିଳା ଓ ଛାତ୍ରୀମାନଙ୍କୁ ସୁପ୍ରିମକୋର୍ଟର ଝଟକା, ଋତୁସ୍ରାବ ବେଳେ ଛୁଟି ପାଇଁ ହୋଇଥିବା ଆବେଦନକୁ କୋର୍ଟଙ୍କ ଖାରଜ

ସ୍ୱାମୀଙ୍କ ମୃତ୍ୟୁ ଖବର ଶୁଣି ପତ୍ନୀଙ୍କର ଦେହାନ୍ତ ହୋଇଛି । ସ୍ୱାମୀଙ୍କ ମୃତ୍ୟୁର ଦେଢ଼ ଘଣ୍ଟା ମଧ୍ୟରେ ପତ୍ନୀଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣା ପରେ ପରିବାରରେ ଶୋକ ପ୍ରକାଶ ପାଇଛି । ସ୍ୱାମୀଙ୍କ ବିୟୋଗ ପରେ ପତ୍ନୀ ମଧ୍ୟ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣା ସମଗ୍ର ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି ।

ଏକ ଦୁର୍ଘଟଣାରେ ଅରୁଣ ଗାବିତ ନାମକ ଜଣେ ୩୮ ବର୍ଷୀୟ ଯୁବକଙ୍କର ମୃତ୍ୟୁ ଘଟିଛି । ଏହି ଖବର ଶୁଣି ମୃତ ଅରୁଣଙ୍କ ପତ୍ନୀ ଭାବନା ଗାବିତ ବେହୋସ ପଡ଼ିଥିଲେ । ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇଥିଲା । ଡାକ୍ତରଖାନାରେ ହୃଦଘାତରେ ମୃତ୍ୟୁ ହୋଇଥିଲା ।

ଆହୁରି ପଢ଼ନ୍ତୁ : ଦିତୀୟ ବିବାହ କରିବେ ବିଜେଡିର ପୂର୍ବତନ ମନ୍ତ୍ରୀ, ଜାଣନ୍ତୁ ଏହି ବୟସରେ କିଏ ହେବ ତାଙ୍କ ଜୀବନ ସାଥି...

ସ୍ୱାମୀଙ୍କ ମୃତ୍ୟୁର ଦେଢ଼ ଘଣ୍ଟା ମଧ୍ୟରେ ପତ୍ନୀ ମଧ୍ୟ ଦୁନିଆ ଛାଡି ଚାଲିଯାଇଥିଲେ । ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ଅଛନ୍ତି । ସ୍ୱାମୀ-ସ୍ତ୍ରୀଙ୍କ ମୃତ୍ୟୁପରେ ବାପ ମା ଛେଉଣ୍ଡ ହୋଇଯାଇଛନ୍ତି ଦୁଇ ପିଲା । ମୃତ ଭାବନା ଖେରଗାମର ପୂର୍ବତନ ସରପଞ୍ଚ ଥିଲେ ।

ଏହି ଖବର ଶୁଣି ସମଗ୍ର ଅଞ୍ଚଳରେ ଶୋକକୁଳ ପରିସ୍ଥିତି ସୃଷ୍ଟି ହୋଇଛି । ବର୍ତ୍ତମାନ ଦୁଇ ପିଲାଙ୍କ ଦାୟିତ୍ୱ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଗ୍ରାମବାସୀ ।

Share this story

World Odia Language Conferene