ଦିତୀୟ ବିବାହ କରିବେ ବିଜେଡିର ପୂର୍ବତନ ମନ୍ତ୍ରୀ, ଜାଣନ୍ତୁ ଏହି ବୟସରେ କିଏ ହେବ ତାଙ୍କ ଜୀବନ ସାଥି...

MLA Dibyashankar Mishra is going to marry this girl

ଓଡ଼ିଆ ଗସିପ ବ୍ୟୁରୋ: ଯାହା ଚର୍ଚ୍ଚା ହେଉଥିଲା ତାହା ସତ ହୋଇଛି । ସରିଲା ନିର୍ବନ୍ଧ, ବିବାହ କରିବେ ଜୁନାଗଡ ବିଧାୟକ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର । ଧରିବେ ସଫ୍ଟଓୟାର ଇଞ୍ଜିନିୟର ପ୍ରିୟଙ୍କା ଅଗସ୍ଥିଙ୍କ ହାତ ।

ଉଭୟ ପକ୍ଷର ସମ୍ପର୍କୀୟଙ୍କ ଉପସ୍ଥିତିରେ ପିିପିଲିର ହୋଟେଲ ଆଭେଞ୍ଚରରେ ବିବାହ ଉତ୍ସବ ଅନୁଷ୍ଠିତ ହେବ । ବିବାହ ଉତ୍ସବରେ ସାମିଲ ହୋଇଛନ୍ତି ସମ୍ପର୍କୀୟ ଓ ଅତି ପାଖ ଲୋକ । ତେବେ ସବୁ ଲୋକଙ୍କୁ ବିବାହ ଉତ୍ସବକୁ ଛଡାଯାଉ ନାହିଁ । ଯେଉଁମାନଙ୍କ ନିକଟରେ ପାସ ଅଛି ସେମାନଙ୍କୁ ଛଡାଯିବାକୁ ଅନୁମତି ରହିଛି ।

ଆହୁରି ପଢ଼ନ୍ତୁ : ଓଡ଼ିଶାରେ ଏପ୍ରିଲ ପହିଲାରୁ ରାସ୍ତାରୁ ହଟିବ ପୁରୁଣା ଗାଡ଼ି, ଫିଟ୍ ନଥିବା ସମସ୍ତ ଗାଡି ସ୍କ୍ରାପ୍ କରାଯିବ: ଜାଣନ୍ତୁ ସରକାରଙ୍କ ସ୍କ୍ରାପ୍ ପଲିସି

କିଛି ଦିନ ହେଲା, କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ର ପୁଣି ବିବାହ କରୁଥିବା ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଥିଲା । ତାଙ୍କ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କାଙ୍କୁ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା । ଯାହା ଏବେ ସତ ହୋଇଛି ।

ତେବେ ଏହା ହେଉଛି କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କର ଦ୍ୱିତୀୟ ବିବାହ । ପୂର୍ବରୁ ସେ ଜୟପାଟଣାରେ ବିବାହ କରିଥିଲେ । କୌଣସି କାରଣ ପାଇଁ ସେ ତାଙ୍କ ପତ୍ନୀଙ୍କୁ ଛାଡପତ୍ର ଦେଇଛନ୍ତି । ଦିବ୍ୟଶଙ୍କରଙ୍କର ପୁଅ ଅଛନ୍ତି । ସେ ବାହାରେ ପାଠ ପଢ଼ୁଛନ୍ତି ।

ଶୁଣିବାକୁ ମିଳିଛି କି, ବିଧାୟକ ଦିବ୍ୟଶଙ୍କର ମିଶ୍ର ଯେଉଁ ଝିଅକୁ ବିବାହ କରୁଛନ୍ତି ସେ ଜଣେ ଆଇଟି ପ୍ରଫେସନାଲ ଏବଂ ସେ ତାଙ୍କ ପୁଅର ସାଙ୍ଗ ଥିବା ମଧ୍ୟ ଶୁଣିବାକୁ ମିଳିଛି ।

Share this story

World Odia Language Conferene