ଓଡ଼ିଶାରେ ଏପ୍ରିଲ ପହିଲାରୁ ରାସ୍ତାରୁ ହଟିବ ପୁରୁଣା ଗାଡ଼ି, ଫିଟ୍ ନଥିବା ସମସ୍ତ ଗାଡି ସ୍କ୍ରାପ୍ କରାଯିବ: ଜାଣନ୍ତୁ ସରକାରଙ୍କ ସ୍କ୍ରାପ୍ ପଲିସି

Odisha Government to remove old vehicles from road to scrap it

ଓଡ଼ିଆ ଗସିପ ବ୍ୟୁରୋ: ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ବିଭିନ୍ନ ସରକାରୀ ଅଫିସରେ ବ୍ୟବହାର ହେଉଥିବା ଅନ୍‌ଫିଟ୍ ଓ ୧୫ ବର୍ଷ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ । ଏପ୍ରିଲ ପହିଲାରୁ ରାଜ୍ୟରେ ପୁରୁଣା ଓ ଫିଟ୍ ନଥିବା ସମସ୍ତ ସରକାରୀ ଗାଡ଼ି ରାସ୍ତାରୁ ହଟିବ । ଏହି ସଂଖ୍ୟା ୬୪୨ ବୋଲି ରାଜ୍ୟ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି ।

ବିଭାଗ ସ୍ପଷ୍ଟ କରିଛି ଯେ, ରାଜ୍ୟରେ ପ୍ରାୟ ସରକାରୀ ପଞ୍ଜୀକୃତ ଗାଡ଼ି ସଂଖ୍ୟା ୧୭ ହଜାରରୁ ଅଧିକ । ସେଭିତରୁ କେବଳ ଫିଟ୍ ନଥିବା ଓ ୧୫ ବର୍ଷ ପୁରୁଣା ଗାଡ଼ି ସଂଖ୍ୟା ୬୪୨ । ପ୍ରଥମେ ଏହି ଗାଡ଼ିଗୁଡ଼ିକ ହଟିବା ପରେ ପରବର୍ତ୍ତୀ ସମୟରେ ଘରୋଇ ଭାବେ ବ୍ୟବହାର ହେଉଥିବା ପୁୁରୁଣା ଗାଡ଼ି କଥା ବିଚାର କରାଯିବ । ତେବେ ଏକ୍ସପର୍ଟଙ୍କ ମତରେ ସରକାର ଭିତ୍ତିଭୂମି ବିକାଶ ପରେ ପୁରୁଣାଗାଡ଼ି ହଟାଇବା କଥା ଚିନ୍ତା କରିବା ଜରୁରୀ ।

ଆହୁରି ପଢ଼ନ୍ତୁ : ସରିଲା ନିର୍ବନ୍ଧ, ଦ୍ୱିତୀୟ ବିବାହ କରିବେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର

୧୫ ବର୍ଷର ପୁରୁଣା ଗାଡ଼ି ଚଲାଇ ହେବନି । ସେଗୁଡିକୁ ସ୍କ୍ରାପ୍ କରାଯିବ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତି ଖାଲି ସରକାରୀ ନୁହେଁ, ବେସରକାରୀ ସ୍ତରରେ ଖୁବ୍ ଶୀଘ୍ର ହେବ କାର୍ଯ୍ୟକାରୀ । ୧୫ ବର୍ଷରୁ ଅଧିକ ପୁରୁଣା ଗାଡ଼ି ରଖିଥିବା ଲୋକଙ୍କ ମନରେ ପ୍ରଶ୍ନ । କେମିତି ପୁରୁଣା ଗାଡ଼ିକୁ ସ୍କ୍ରାପ୍ କରାଯିବ । ସରକାରଙ୍କ ସ୍କ୍ରାପ ପଲିସି (scrap policy) କ’ଣ ?

ପୁରୁଣା ଗାଡ଼ି ସ୍କ୍ରାପ କେମିତି କରିବେ । କାହା ସହିତ ଯୋଗାଯୋଗ କରିବାକୁ ପଡ଼ିବ ଓ ଗାଡ଼ି ସ୍କ୍ରାପ କଲେ ବଦଳରେ କେତେ ଅର୍ଥ ମିଳିବ । ସରକାରୀ ଭାବେ ଏ ସବୁରେ ସ୍ପଷ୍ଟତା ଆସିବା ଜରୁରୀ ବୋଲି ଲୋକେ ଅନୁଭବ କରୁଛନ୍ତି । ସୂଚନା ମିଳିଛି, ଖୋର୍ଦ୍ଧା ଏବଂ କଟକରେ ଦୁଇଟି ସ୍କାପିଂ ସେଣ୍ଟର କରାଯିବ । ଏପ୍ରିଲ ପହିଲା ପରଠାରୁ ଏହାକୁ ପର୍ଯ୍ୟାୟକ୍ରମେ କାର୍ଯ୍ୟକ୍ଷମ କରାଯିବ ।

ତାପରେ ଘରୋଇ ଗାଡ଼ି ଗୁଡ଼ିକ ପାଇଁ ସ୍କ୍ରାପିଂ ବ୍ୟବସ୍ଥା ଆରମ୍ଭ ହେବ । ଆଗକୁ ରାଜ୍ୟର ବିଭିନ୍ନ ଅଞ୍ଚଳରେ ସ୍କ୍ରାପିଂ ସେଣ୍ଟର କରାଯିବ । ଯେଉଁ ଗ୍ରାହକମାନେ ନିଜ ଆଡ଼ୁ ପୁରୁଣା ଗାଡ଼ିକୁ ସ୍କ୍ରାପ କରିବାକୁ ଚାହୁଁଛନ୍ତି ସେମାନେ ସ୍କ୍ରାପିଂ ସେଣ୍ଟର ସହିତ ଯୋଗାଯୋଗ କରିପାରିବେ । ଏଥିପାଇଁ ସେମାନଙ୍କୁ ନିକଟସ୍ଥ ଆରଟିଓଙ୍କ ଅନୁମତି ନେବାକୁ ପଡ଼ିବ ।

ଆହୁରି ପଢ଼ନ୍ତୁ : କାର୍ଯ୍ୟରତ ମହିଳା ଓ ଛାତ୍ରୀମାନଙ୍କୁ ସୁପ୍ରିମକୋର୍ଟର ଝଟକା, ଋତୁସ୍ରାବ ବେଳେ ଛୁଟି ପାଇଁ ହୋଇଥିବା ଆବେଦନକୁ କୋର୍ଟଙ୍କ ଖାରଜ

ତେବେ ଗାଡ଼ି ସ୍କ୍ରାପିଂ କଲେ ମୂଳ ଗାଡ଼ିର କେତେ ପ୍ରତିଶତ ଅର୍ଥ ମିଳିବ ସେ ଦିଗରେ ସ୍ପଷ୍ଟତା ଆସି ନାହିଁ । ଲୋକଙ୍କ ମତରେ ଯଦି ସରକାର ପ୍ରଥମେ ୧୫ ବର୍ଷ ପୁରୁଣା ଗାଡ଼ିଗୁଡ଼ିକୁ ଅଫରୋଡ଼ କରିବାକୁ ଯାଉଛନ୍ତି ସେନେଇ ସ୍ପଷ୍ଟତା ଆଣିବା ଜରୁରୀ । ଅନ୍ୟଥା ଲୋକେ ଏଥିରେ ବିଭ୍ରାନ୍ତ ଓ ଭୟଭୀତ ହେଉଛନ୍ତି ।

ଆସନ୍ତା ଏପ୍ରିଲ ପହିଲାରୁ ରାଜ୍ୟରେ ବିଭିନ୍ନ ସରକାରୀ ଅଫିସରେ ବ୍ୟବହାର ହେଉଥିବା ଅନ୍‌ଫିଟ୍ ଓ ୧୫ ବର୍ଷ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଇ ଦିଆଯିବ । ଜଏଣ୍ଟ୍ ରୋଡ଼ ସେଫଟି କମିଶନର ସଞ୍ଜୟ ବିଶ୍ୱାଳଙ୍କ ସୂଚନା ଅନୁସାରେ, ରାଜ୍ୟରେ ବିଭିନ୍ନ ସରକାରୀ ଅଫିସରେ କେବଳ ପଞ୍ଜୀକୃତ ସରକାରୀ ଗାଡ଼ି ସଂଖ୍ୟା ୧୭ ହଜାରରୁ ଅଧିକ ।

ସେ ଭିତରୁ ୬୪୨ଟି ସରକାରୀ ଗାଡ଼ିର ପଞ୍ଜୀକୃତ ସାର୍ଟିଫିକେଟ ୧୫ ବର୍ଷରୁ ଅଧିକ ପୁରୁଣା । ଅନ୍ୟ ଗାଡ଼ିଗୁଡ଼ିକ ବାସ୍ତବରେ ଅନ୍‌ଫିଟ୍ ଥିଲେ ମଧ୍ୟ ଏହା ୧୫ ବର୍ଷ ପୁରୁଣା ନ ହୋଇଥିବାରୁ ଏହାକୁ ବ୍ୟବହାର କରାଯିବ । ଏବେ ସୁଦ୍ଧା ନିର୍ମାଣଧୀନ ଥିବା ୨ଟି ସ୍କ୍ରାପିଂ ସେଣ୍ଟରରେ ଏହି ଗାଡ଼ିଗୁଡ଼ିକ ସ୍କ୍ରାପିଂ ପଲିସି ଅନୁସାରେ ଉପଯୋଗୀ ହୋଇପାରିବ ।

ଆହୁରି ପଢ଼ନ୍ତୁ : ଘନାଉଛି କଲେକ୍ଟର ଏବଂ ସିଡିଏମଓଙ୍କ କଳି : ବରଗଡ଼ ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ସିଡିଏମଓ ଚାରୁବାଳା ରଥ

ଲୋକଙ୍କ ମତରେ ଅନେକ ସମୟରେ ସାଧାରଣଙ୍କୁ ଭୟଭୀତ କରିବା ପାଇଁ ବିଭିନ୍ନ ସରକାରୀ ନିର୍ଦ୍ଦେଶକୁ ଭୁଲ ପ୍ରଚାର କରାଯାଉଛି । ତେଣୁ କୌଣସି ପ୍ରସଙ୍ଗରେ କିଛି ସୂଚନା ଦେବା ପୂର୍ବରୁ ସରକାର ଏହାର ଉଭୟ ଭଲ ଓ ମନ୍ଦ ଦିଗକୁ ଗୁରୁତ୍ୱ ଦେବା ଦରକାର ।

Share this story