ସରିଲା ନିର୍ବନ୍ଧ, ଦ୍ୱିତୀୟ ବିବାହ କରିବେ ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର

ring ceremony of MLA Captain Dibyashankar mishra ends marriage ahead

ଓଡ଼ିଆ ଗସିପ ବ୍ୟୁରୋ: ପୁଣି ଚର୍ଚ୍ଚାରେ ପୂର୍ବତନ ମନ୍ତ୍ରୀ ତଥା ଜୁନାଗଡ଼ର ବିଜେଡି ବିଧାୟକ ଦିବ୍ୟଶଙ୍କର ମିଶ୍ର । ଏଥରର ଚର୍ଚ୍ଚା, ତାଙ୍କର ଦ୍ୱିତୀୟ ବିବାହକୁ ନେଇ। ଦିବ୍ୟଶଙ୍କର ତାଙ୍କ ଜୁନାଗଡ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଗୋଲାମୁଣ୍ଡା ବ୍ଲକ ଦେକୋଟ ଗାଁର ପ୍ରିୟଙ୍କା ଅଗସ୍ତିଙ୍କୁ ବିବାହ କରିବାକୁ ଯାଉଛନ୍ତି ।

ପୁରୀ ଜିଲ୍ଲା ପିପିଲି ନିକଟ ଏକ ରିସୋର୍ଟରେ ଆଜି ତାଙ୍କର ବିବାହ ହେଉଛି । ନିରାଡମ୍ବର ଭାବେ ଆଜି ହେବାକୁ ଥିବା ଏହି ବିବାହ ଉତ୍ସବରେ କେବଳ ନିକଟତମ ସଂପର୍କୀୟ ଏବଂ କିଛି ବନ୍ଧୁବାନ୍ଧବ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଆହୁରି ପଢ଼ନ୍ତୁ : ପାର୍ଟନରଙ୍କ ସହ ମସ୍ତି ଭରା ରାତି କାଟିବାକୁ ଯଦି ଚାହାନ୍ତି ତେବେ ଗ୍ରୀନ୍ ଟି ସେବନ କରନ୍ତୁ ଅଧଘଣ୍ଟା ମଧ୍ୟରେ ଆପଣଙ୍କୁ ମିଳିବ ଶତସିଂହର ବଳ; କିନ୍ତୁ ଏହି ଟିପ୍ସ ସବୁ ମନେ ରଖନ୍ତୁ...

ମିଳିଥିବା ସୂଚନା ଅନୁସାରେ, ପ୍ରଥମେ ତାଙ୍କର ନିର୍ବନ୍ଧ ସରିଛି । ଏହାପରେ ତଥା ଅପରାହ୍ନରେ ବିବାହ ହେବ ବୋଲି ଜଣାପଡ଼ିଛି । ଅବଶ୍ୟ ଉଭୟଙ୍କର ଏହା ଦ୍ୱିତୀୟ ବିବାହ ।

ସୂଚନାଥାଉ କି, ଦିବ୍ୟଶଙ୍କର ପୂର୍ବରୁ ଜୟପାଟଣାରେ ବିବାହ କରିଥିଲେ । କିନ୍ତୁ କୌଣସି କାରଣକୁ ନେଇ ସେ ଛାଡପତ୍ର ଦେଇଥିଲେ । ଏନେଇ ଦିବ୍ୟଶଙ୍କରଙ୍କ କିମ୍ବା ତାଙ୍କ ପରିବାର ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ ।

Share this story

World Odia Language Conferene