ଘନାଉଛି କଲେକ୍ଟର ଏବଂ ସିଡିଏମଓଙ୍କ କଳି : ବରଗଡ଼ ଜିଲ୍ଲାପାଳଙ୍କ ବିରୁଦ୍ଧରେ ସାଂଘାତିକ ଅଭିଯୋଗ ଆଣିଲେ ସିଡିଏମଓ ଚାରୁବାଳା ରଥ

CDMO levels gross allegation against Baragarh Collector

ଓଡ଼ିଆ ଗସିପ ବ୍ୟୁରୋ: ବରଗଡ଼ ଜିଲ୍ଲାପାଳ ଓ ସିଡିଏମଙ୍କ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ନିକଟରେ ଜିଲ୍ଲାର ନୂଆ ସିଡିଏମଓ ଭାବେ ଯୋଗ ଦେଇଥିବା ଚାରୁବାଳା ରଥ, ଜିଲ୍ଲାପାଳ ମୋନିଷା ବାନାର୍ଜୀଙ୍କ ବିରୋଧରେ ଦୁର୍ବ୍ୟବହାର କରୁଥିବା ଅଭିଯୋଗ ଆଣିଛନ୍ତି । ବାରମ୍ବାର ଜିଲ୍ଲାପାଳଙ୍କ ଏଭଳି ଦୁର୍ବ୍ୟବହାରରେ ଅତିଷ୍ଠ ହୋଇ ସିଡିଏମଓ ଏ ସମ୍ପର୍କରେ ସ୍ୱାସ୍ଥ୍ୟ ସଚିବ ଓ ସଭାପତି ଓମ୍ସାଙ୍କୁ ଚିଠି ଲେଖିଛନ୍ତି ।

ଜିଲ୍ଲାପାଳ ମୋନିସା ବାନର୍ଜି ତାଙ୍କୁ ଅପଶବ୍ଦ କହି ବିନା କାରଣରେ ଗାଳିଗୁଲଜ କରୁଥିବା କଥା ତାଙ୍କ ଚିଠିରେ ଲେଖିଛନ୍ତି । ଏହି ଘଟଣା ଉପରେ ସ୍ୱାସ୍ଥ୍ୟ ସଚିବ ଓ ମୁଖମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ଚାରୁବାଳା ରଥ ।

ଆହୁରି ପଢ଼ନ୍ତୁ : ପ୍ରକୃତ ପ୍ରେମର ଏହି ୭ଟି ସଙ୍କେତ ରୁ ଆପଣ ଜାଣିପାରିବେ ସାଥୀ ଆପଣଙ୍କୁ ଟ୍ରୁ ଲଭ କରୁଛନ୍ତି କି ନାହିଁ ?

ଜିଲ୍ଲାପାଳଙ୍କ ବିରୋଧରେ ସିଡିଏମଓ ଦେଇଥିବା ଚିଠିରେ ସେ ଲେଖିଛନ୍ତି । ଗତ ୨୧ ତାରିଖ ଦିନ ୧୨ଟାରେ ବରଗଡ଼ ସଦର ବ୍ଲକ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଭୀମଭୋଇ ସ୍ୱାସ୍ଥ୍ୟ ଶିବିର ପରିଦର୍ଶନରେ ଯାଉଥିବା ବେଳେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଫୋନ୍ ଆସିଥିଲା । ସିଡିଏମଙ୍କୁ ଜିଲ୍ଲାପାଳ ଫୋନରେ ଏକ ଟେକ୍ନୋମ୍ୟାନେଜେରିଆଲ ଟେଣ୍ଡର ସମ୍ପର୍କରେ ପଚାରିଥିଲେ ।

ସିଡିଏମଓ କହିଥିଲେ ଯେ ଟେଣ୍ଡର ପ୍ରୋସେସ ଚାଲିଛି । ଯେହେତୁ ସେ ନୂଆ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି, ତେଣୁ ବିଭାଗୀୟ ଡିପିଏମଙ୍କୁ ପଚାରି ସବିଶେଷ ତଥ୍ୟ ଦେବେ ବୋଲି କହିଛନ୍ତି । ଏଥିରେ ଉତକ୍ଷିପ୍ତ ହୋଇ ଜିଲ୍ଲାପାଳ ଉଚ୍ଚ ସ୍ୱରରେ ସିଡିଏମଓଙ୍କୁ ଗାଳିଗୁଲଜ କରିଥିବା ସିଡିଏମଓ ଅଭିଯୋଗ ଆଣିଛନ୍ତି ।

ଆହୁରି ପଢ଼ନ୍ତୁ : ଚାରିଗୁଣା ବଢ଼ିବ ବିଜୁଳି ବିଲ୍ ! ଅସହ୍ୟ ତାତି ସାଙ୍ଗକୁ ଜନତାଙ୍କୁ କଲବଲ କରିବ ବଢୁଥିବା ବିଲ୍...

ଜିଲ୍ଲାପାଳଙ୍କ ଏଭଳି ବ୍ୟବହାର ପ୍ରଥମ ଘଟଣା ନୁହେଁ । ପୂର୍ବରୁ ମଧ୍ୟ ଜିଲ୍ଲାପାଳଙ୍କ ବିରୋଧରେ ଦୁର୍ବ୍ୟବହାର ନେଇ ଅନେକ ଅଭିଯୋଗ ଥିବା କହିଛନ୍ତି ସିଡିଏମଓ । ସିଡିଏମଓ କହିଛନ୍ତି, ଆଗରୁ ଜିଲ୍ଲାପାଳ ବହୁତ ଲୋକଙ୍କୁ ହଇରାଣ କରିଛନ୍ତି । କେବଳ ହଇରାଣ କରିନାହାନ୍ତି, ଜିଲ୍ଲାପାଳ ମାନସିକ ନିର୍ଯାତନା ମଧ୍ୟ ଦିଅନ୍ତି ବୋଲି ଅଭିଯୋଗ ଆଣିଛନ୍ତି ଚାରୁବାଳା ।

ଜିଲ୍ଲାପାଳଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟ ବିଭାଗକୁ ଅନୁରୋଧ କରିଛନ୍ତି ସିଡିଏମଓ । ସେପଟେ ସିଡିଏମଓଙ୍କ ଅଭିଯୋଗର ଜବାବ ଦେଇନାହାନ୍ତି ଜିଲ୍ଲାପାଳ ।

Share this story