ଓଡ଼ିଶାରେ ଜେଲ ବଦଳରେ ନିଜ ଘରେ ରହିବେ କଏଦୀ, ଗୋଡ଼ରେ ଲାଗିବ ଏହି ଡିଭାଇସ୍‌‌ ! ଜେଲ୍‌‌ ବିଭାଗର ନୂଆ ଯୋଜନା

No jail GPS tracking proposed for undertrials in non-heinous crimes in Odisha
ଜେଲ୍‌‌ ବିଭାଗର ନୂଆ ଯୋଜନା, ଓଡ଼ିଶାରେ ଜେଲ ବଦଳରେ ନିଜ ଘରେ ରହିବେ କଏଦୀ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଉ ଏକ ନୂଆ ସଂସ୍କାର ଯୋଜନା କରିଛି ଜେଲ ବିଭାଗ। ବିଚାରାଧୀନ କଏଦୀଙ୍କ ଗୋଡ଼ରେ ଜିପିଏସ୍‌‌ ଲଗାଯାଇ ସେମାନଙ୍କ ଉପରେ ନଜର ରଖାଯିବ। ଏହାଦ୍ୱାରା ଖର୍ଚ୍ଚ କାଟ ହୋଇପାରିବ। ଅଭ୍ୟାସଗତ ଅପରାଧୀଙ୍କ ଲାଗି ଏଭଳି ମାଷ୍ଟରପ୍ଲାନ ପ୍ରସ୍ତୁତ କରିଛି ଜେଲ ବିଭାଗ। ସଂସଦୀୟ ବ୍ୟାପାର କମିଟିକୁ ଏ ସଂକ୍ରାନ୍ତରେ ଜେଲ ବିଭାଗ ପ୍ରସ୍ତାବ ଦେଇଛି ଏବଂ କମିଟି ମଧ୍ୟ ଏଥିରେ ସହମତି ପ୍ରକାଶ କରିଛି।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ଅନେକ ସମୟରେ ଲୁଟ୍‌‌, ଚୋରି, ଛିନ୍‌‌ତାଇ, ସିନ୍ଧିଚୋର ଓ ନିଶା କାରବାରରେ ସମ୍ପୃକ୍ତ ଅଭ୍ୟାସଗତ ଅପରାଧୀ ଅପରାଧ ଘଟାଇ ଗିରଫ ହେଉଛନ୍ତି। ସେମାନଙ୍କୁ ଜେଲ ପଠାଯାଉଛି। ମାତ୍ର ଜାମିନରେ ଆସିବା ପରେ ସେମାନେ ପୁନର୍ବାର ଅପରାଧିକ କାର୍ଯ୍ୟରେ ସଂଶ୍ଲିଷ୍ଟ ରହୁଛନ୍ତି। ଏପରି ପେସାଦାର ବିଚାରଧୀନ କଏଦୀଙ୍କୁ ଜେଲରେ ରଖିବା ଫଳରେ ତାଙ୍କ ପିଛା ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ଏବେ ସେମାନଙ୍କ ଉପରେ ନଜର ରଖିବା ପାଇଁ ନୂଆ ପରିକଳ୍ପନା ହୋଇଛି। ବିଚାରଧୀନ କଏଦୀ ପାଇଁ ଜିପିଏସ୍‌‌-ସକ୍ଷମ ଟ୍ରାକିଂ ଡିଭାଇସ୍‌‌ ବ୍ୟବହାର କରିବାରେ ଓଡ଼ିଶା ପ୍ରଥମ ରାଜ୍ୟ ହେବ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

ଏହି ବ୍ୟବସ୍ଥାରେ ବିଚାରାଧୀନ କଏଦୀ ଜେଲରେ ନ ରହି ନିଜ ଘରେ ରହିବେ। ନିଜର ନିର୍ଦ୍ଦିଷ୍ଟ ଅଞ୍ଚଳ ପାଇଁ ଦିଆଯାଇଥିବା ଅନୁମତି ପରିଧି ପରିସରରେ ଯାତାୟତ କରିବେ। କିନ୍ତୁ ତାଙ୍କୁ ଏକ ଜିପିଏସ ଚିଫ ଜରିଆରେ ଟ୍ରାକିଂ କରାଯିବ। ଏକ ଜିପିଏସ ମେସିନ ତାଙ୍କୁ ବ୍ୟବହାର କରିବାକୁ ଦିଆଯିବ। ଯାହାକୁ ଭାଙ୍ଗିଲେ ବା ତା’ସହ କିଛି ଟାମ୍ପରିଂ କଲେ ତାହା ଆଲର୍ଟରେ ହେବା ସହ ପୁଲିସ ଜାଣିପାରିବ। ଯେଉଁ ଅଭ୍ୟାସଗତ ଅପରାଧୀ ଜାମିନ ପାଇଁ ଆବେଦନ କରିବ, କୋର୍ଟ ତାଙ୍କୁ ଜାମିନ୍‌‌ର ସର୍ତ୍ତ ଏହି ଟ୍ରାକିଂ ମେସିନ ପାଇଁ ନିର୍ଦ୍ଦେଶ ଦେବେ। 

ଅଧିକ ପଢ଼ନ୍ତୁ: ୨୪ ଘଣ୍ଟାରେ ପୂରଣ ହେଲା 5T ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତିଶୃତି, ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ସହାୟତା ରାଶି

ପାଇବାକୁ ହେଲେ ସେମାନଙ୍କ ପାଇଁ ଟ୍ରାକିଂ ଉପକରଣ ବାଧ୍ୟତାମୂଳକ କରାଯାଇପାରିବ। ଏଥିପାଇଁ ମେସିନ ବାବଦକୁ ୧୦ରୁ ୧୫ହଜାର ପର୍ଯ୍ୟନ୍ତ ଖର୍ଚ୍ଚ ହେବ। କଏଦୀ ଏହି ଜିପିଏସ୍‌‌ ଖର୍ଚ୍ଚ ବହନ କରିବ। ଫଳରେ ଅନ୍ତେବାସୀ ନିଜ ଘରେ ରହିପାରିବ ବା ନିଜର କିଛି କାମ କରିପାରିବ। ଟ୍ରାକିଂ ମେସିନ ଜରିଆରେ ସବୁ ବେଳେ ନଜରରେ ରହିବ। ଜାମିନରେ ଆସିଲେ ରାଜ୍ୟ ବାହାରକୁ ବା ଦେଶ ବାହାରକୁ ଖସିଯାଇ ପାରିବେନି। ଏପରିକି ସାକ୍ଷୀ ଘର ପାଖାପାଖି ଯାଇ ଧମକାଇଲେ ତାହା ଟ୍ରାକିଂ ମେସିନ୍‌‌ ଜରିଆରେ ଜଣାପଡ଼ିବ। ଏହି ଜିପିଏସ୍‌‌କୁ ଟ୍ୟାମ୍ପର ପ୍ରୁଫ୍‌‌ କରାଯାଇଛି।
 

Share this story