ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

Proven Health Benefits of Dates
ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି!

ଓଡ଼ିଆ ଗସିପ୍ ବ୍ୟୁରୋ: ଖଜୁରି (Dates)ଖାଇବା ଦ୍ବାରା ଶରୀରରକୁ ଅନେକ ଫାଇଦା ମିଳିଥାଏ । କାହିଁକିନା ଖଜୁରିରରେ ପ୍ରଚୁର ପରିମାଣର ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟରେ ଭରପୂର ମାତ୍ରାରେ ଥାଏ। ଖାସ୍ କରି ଖଜୁରିକୁ ଖାଲି ପେଟରେ ସକାଳୁ ଖାଇବା ଦ୍ବାରା ମଧ୍ୟ ଅନେକ ଫାଇଦା ମିଳିଥାଏ। 

କୁହାଯାଏ ଯେ, ଖଜୁରିରେ ତାଜା ଫଳ ଅପେକ୍ଷା ଅଧିକ ପରିମାଣରେ କ୍ୟାଲୋରୀ ଥାଏ । ଯାହା ଶରୀରରକୁ ଶକ୍ତି ଯୋଗାଇବାରେ ସହାୟକ ହୋଇଥାଏ । ଖାସ୍ କରି ପ୍ରତିଦିନ ସକାଳେ ଖାଲି ପେଟରେ ଖଜୁରି ଖାଇବା ଦ୍ବାରା ଅନେକ ଫାଇଦା ମିଳିଥାଏ। କେବଳ ସେତିକି ନୁହେଁ, ଖଜୁରି ଖାଇବା ଦ୍ବାରା ଅନେକ ରୋଗ ମଧ୍ୟ ଆପଣଙ୍କୁ ଛୁଇଁ ନଥାଏ ।  ଆସନ୍ତୁ ସେ  ଖଜୁରୀ ଖାଇବା ଦ୍ବାରା କଣ ସବୁ ଫାଇଦା ହୋଇଥାଏ...

ଅଧିକ ପଢନ୍ତୁ : କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ଖଜୁରି ଖାଇବା ଦ୍ବାରା ଶରୀରରକୁ ହୋଇଥାଏ ଏହି ୧୪ଟି ଫାଇଦା :

୧- କୋଷ୍ଠକାଠିନ୍ୟ ସମସ୍ୟାକୁ ଦୂର କରିଥାଏ।
୨- ହାର୍ଟକୁ ସୁସ୍ଥ ରଖିବାରେ ସହାୟକ ହୁଏ।  
୩- କୋଲେଷ୍ଟ୍ରଲକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରେ ।
୪-ହାଡକୁ ମଜବୁତ୍ କରେ ।
୫-ରକ୍ତଚାପକୁ ନିୟନ୍ତ୍ରଣ କରେ ।
୬-ଉଭୟ ପୁରୁଷ ଏବଂ ମହିଳାଙ୍କ ମଧ୍ୟରେ ଯୌନ ଶକ୍ତିକୁ ବୃଦ୍ଧି କରିବାରେ ସହାୟକ ହୁଏ। 
୭-ମସ୍ତିଷ୍କ ସ୍ୱାସ୍ଥ୍ୟକୁ ଠିକ୍ ରଖିବାରେ ସହାୟକ ହୁଏ। 
୮-ଥକାପଣ (ଦୁର୍ବଳତା)ରୁ ମୁକ୍ତି ପ୍ରଦାନ କରେ ।
୯-ରକ୍ତହୀନତା ଦୂର କରେ । 
୧୦-ଓଜନ ଠିକ୍ ରଖିବାରେ ସହାୟକ ହୁଏ।
୧୧- (Anemia) ଆନେମିଆ ରୋଗ ପାଇଁ ଖଜୁରି ଏକ ବରଦାନ ସଦୃଶ । 
୧୨-ଗର୍ଭାବସ୍ଥାରେ ଉଭୟ ଶିଶୁ ଏବଂ ମା ପାଇଁ ସର୍ବୋତ୍ତମ ଅଟେ।
୧୩-ଚର୍ମ ଏବଂ କେଶ ପାଇଁ ରାମବାଣ ଅଟେ । 
୧୪-ଖଜୁରି ଖାଇବା ଦ୍ବାରା ତ୍ବଚାରେ ଚମକ ଆସେ। 

ଆପଣ ଖଜୁରିକୁ ଖାସ୍ କରି ସକାଳେ ଖାଲି ପେଟରେ ଖାଇବା ଦ୍ବାରା ଲାଭ ମିଳିଥାଏ। ଏହାକୁ ଆପଣ ନିଜ ମିଲରେ ବା ମଧ୍ୟାହ୍ନ ଭୋଜନରେ ସାମିଲ କରିପାରିବେ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଓଜନ ବଢାଇବାରେ ସହାୟକ ହୋଇଥାଏ: ପ୍ରତିଦିନ ଆପଣ ୨ଟି ଖାଲି ଖଜୁରୀ ଖାଇପାରିବେ । ଯଦି ଆପଣ ଓଜନ ବଢାଇବା ପାଇଁ ଚାହୁଁଛନ୍ତି । ତେବେ, ଆପଣ  ୪ଟି ଖଜୁରୀକୁ ପାଣିରେ ଭିଜାଇ ଖାଇପାରିବେ। ଏହାକୁ ଏଭଳି ଦିର୍ଘ ୨ ମାସରୁ ତିନି ମାସ ସେବନ କରିବା ଦ୍ବାରା ଆପଣଙ୍କର ଓଜନ ବଢିବ ନିଶ୍ଚୟ । 

କାହିଁକି ଖଜୁରିକୁ ପାଣିରେ ଭିଜାଇ ଖାଇବା ଉଚିତ୍?

ଖଜୁରୀ ଭିଜାଇବା ଦ୍ବାରା ସେଥିରେ ଥିବା ଟେନିନ୍ ଏବଂ ଫାଇଟିକ୍ ଏସିଡ୍ ଅପସାରଣ କରିଥାଏ। ଯାହା ପୋଷକ ତତ୍ତ୍ୱ ଗ୍ରହଣ କରିବା ସହଜ କରିଥାଏ । ଭିଜା ହୋଇଥିବା ଖଜୁରୀ ଖାଇବା ଦ୍ବାରା ହଜମ ଭଲ ହୋଇଥାଏ । ତେବେ, ଖଜୁରୀ ଖାଇବା ପୂର୍ବରୁ ଏହାକୁ ରାତିସାରା ୮-୧୦ ଘଣ୍ଟା ପର୍ଯ୍ୟନ୍ତ ଭିଜାନ୍ତୁ। 

ପିଲାମାନଙ୍କ ପାଇଁ ଲାଭ: ପିଲାମାନଙ୍କର ସ୍ୱାସ୍ଥ୍ୟ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ  ଖଜୁରୀ ସର୍ବୋତ୍ତମ । କମ୍ ଓଜନ, କମ୍ ହେମୋଗ୍ଲୋବିନ୍, ଆଇରନ୍ ଏବଂ କମ୍ ପ୍ରତିରୋଧକ ଶକ୍ତି ଥିବା ଲୋକଙ୍କ ପାଇଁ ପ୍ରତିଦିନ ଗୋଟିଏ ଖଜୁରୀ ଖାଇବା ଅତ୍ୟନ୍ତ ଲାଭଦାୟକ। 

(Disclaimer: ଏଠାରେ ଦିଆଯାଇଥିବା ସୂଚନା ସାଧାରଣ ଅନୁମାନ ଉପରେ ଆଧାରିତ। କେବଳ ସୂଚନା ପାଇଁ ଦିଆଯାଇଛି। ଓଡ଼ିଆ ଗସିପ୍ ଏହା ନିଶ୍ଚିତ କରେ ନାହିଁ। କୌଣସି ଉପାୟ କରିବା ପୂର୍ବରୁ ସମ୍ପୃକ୍ତ ବିଷୟର ବିଶେଷଜ୍ଞଙ୍କ ସହିତ ପରାମର୍ଶ କରି ନିଶ୍ଚିତ ହୁଅନ୍ତୁ।)

Share this story