କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

Sea food fruits vegetables nuts whole grain will prevent death at early age change your diet today
କମ୍ ବୟସରେ ହେଉଥିବା ମୃତ୍ୟୁକୁ ରୋକା ଯାଇପାରିବ, ବାସ୍ ଆଜିଠୁ କରନ୍ତୁ ଏହି କାମ

ଓଡ଼ିଆ ଗସିପ୍ ବ୍ୟୁରୋ: ପ୍ରତି ବର୍ଷ କେବଳ ହୃଦଘାତ କାରଣୁ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ ଘଟିଛି । କେବଳ ଯେ ବୟସ୍କ ତାହା ନୁହେଁ ଯୁବ ବର୍ଗ ମଧ୍ୟ ହୃଦଘାତର ଶିକାର ହୋଇ ଜୀବନ ହାରୁଛନ୍ତି । ସାରା ବିଶ୍ୱରେ ହୃଦଘାତ ଜନୀତ ମୃତ୍ୟୁ ଏବେ ପ୍ରମୁଖ ଚିନ୍ତାର କାରଣ ପାଲଟିଛି । ଯାହାକି ବିଶେଷଜ୍ଞଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି । ବୈଜ୍ଞାନିକମାନେ ହୃଦରୋଗର ଚିକିତ୍ସା ପାଇଁ ନୂତନ ପରୀକ୍ଷଣ ଜାରି ରଖିଛନ୍ତି । କିନ୍ତୁ କମ୍ ବୟସରେ ହେଉଥିବା ହୃଦଘାତରୁ ରୋକାଯାଇ ପାରିବ । ଏଭଳି ଏକ ଦାବି କରିଛନ୍ତି ଚୀନର କିଛି ବିଶେଷଜ୍ଞ ।

ଅଧିକ ପଢନ୍ତୁ : କ୍ୟାନସର ରୋଗୀଙ୍କ ଚିକିତ୍ସା ବେଳ କେଶ ଝଡେ କାହିଁକି, ଜାଣନ୍ତୁ ଏହା ପଛର ଅସଲ କାରଣ

ଚାଇନାର ସେଣ୍ଟ୍ରାଲ୍ ସାଉଥ୍ ୟୁନିଭରସିଟିର ବିଶେଷଜ୍ଞଙ୍କ ଦାବି ଯେ, ନିୟମିତ ଖାଉଥିବା ଖାଦ୍ୟରେ ପରିବର୍ତ୍ତନ କରାଯାଇ ହୃଦଘାତ ମୃତ୍ୟୁକୁ ରୋକାଯାଇପାରିବ। ବିଶେଷଜ୍ଞମାନେ କହିଛନ୍ତି ଯେ, ସୁସ୍ଥ ଖାଦ୍ୟ ଖାଇବା ଦ୍ୱାରା ସାରା ବିଶ୍ୱରେ ହୃଦରୋଗ ସହିତ ଜଡିତ ଦୁଇ-ତୃତୀୟାଂଶରୁ ଅଧିକ ମୃତ୍ୟୁକୁ ରୋକଯାଇ ପାରିବ । ଗବେଷଣା ସୁସ୍ଥ ଖାଦ୍ୟର ମହତ୍ତ୍ୱ ଉପରେ ଗୁରୁତ୍ୱ ଦେଇଥାଏ, ଯାହା ସମସ୍ତଙ୍କ ପାଇଁ ଉପଲବ୍ଧ । ଅନୁସନ୍ଧାନକାରୀ କହିଛନ୍ତି, ଅସ୍ୱାସ୍ଥ୍ୟକର ଖାଦ୍ୟ ଖାଇବା କାରଣରୁ ରକ୍ତଚାପ ଏବଂ ହୃଦଘାତରେ ମୃତ୍ୟୁ ଅଧିକ ହେଉଛି ।

ଅଧିକ ପଢନ୍ତୁ : କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଗ୍ଲୋବାଲ୍ ବର୍ଡେନ୍ ଅଫ୍ ଡିଜିଜ୍‌ ପକ୍ଷରୁ ୨୦୧୭ ମସିହାରେ କରାଯାଇଥିବା ଏକ ଅଧ୍ୟୟନର ତଥ୍ୟ ବିଶ୍ଳେଷଣ କରାଯାଇଛି । ୧୯୯୦ ମସିହାରୁ ୨୦୧୭ ମଧ୍ୟରେ ପ୍ରାୟ ୧୯୫ଟି ଦେଶରେ ଏହି ଅଧ୍ୟୟନ କରାଯାଇଥିଲା । ସେଣ୍ଟ୍ରାଲ୍ ସାଉଥ୍ ୟୁନିଭରସିଟିର ପ୍ରଫେସର ତଥା ଅନୁସନ୍ଧାନର ମୁଖ୍ୟ ଡକ୍ଟର ଜିନିଆଓ ଲିୟୁ କହିଛନ୍ତି ଯେ, ତଥ୍ୟ ଅଧ୍ୟୟନରୁ ଜଣାପଡିଛି ଯେ, ବିକଶିତ ଦେଶମାନଙ୍କରେ ହୃଦରୋଗ ଚିକିତ୍ସାରେ ଅଗ୍ରଗତି ହୋଇଛି । ଏହା ସହିତ ଜନସଂଖ୍ୟା ବୃଦ୍ଧି ଏବଂ ବୟସ ବଢିବା କାରଣରୁ ବ୍ୟାଧି ମଧ୍ୟ ବଢିଛି ।

ଏହି ଖାଦ୍ୟ ଖାଆନ୍ତୁ:

ବିଶେଷଜ୍ଞଙ୍କ କହିବା ଅନୁଯାୟୀ ମାଛ, ଫଳ, ପନି ପରିବା, ବାଦାମ ତଥା ସନ୍ତୁଳିତ ଖାଦ୍ୟ ଖାଇଲେ ହୃଦଘାତ ଜନୀତ ମୃତ୍ୟକୁ ଦୁଇ ତୃତୀୟାଂଶ ହ୍ରାସ ପାଇବ । ଶର୍କରା ପାନୀୟ, ଅତ୍ୟଧିକ ଲୁଣ ଏବଂ ଚିନି ଖାଇବା କମ୍ କରିବା ଉଚିତ । ଏହା ସହିତ ନିୟମିତ ବ୍ୟାୟାମ କରିଲେ ମଧ୍ୟ ହୃଦଘାତକୁ ରୋକାଯାଇ ପାରିବ ।

କେତେ ପରିମାଣର ଖାଇବା ଉଚିତ?

ପ୍ରତିଦିନ ସାମୁଦ୍ରିକ ଖାଦ୍ୟରୁ ୨୦୦ରୁ ୩୦୦ ମିଲିଗ୍ରାମ୍ ଓମେଗା-୩ ଏସିଡ୍ ମିଳିଥାଏ ।
ପ୍ରତିଦିନ ୨୦୦ରୁ ୩୦୦ ଗ୍ରାମ ଫଳ ଖାଆନ୍ତୁ ।
୨୯୦ ରୁ ୪୩୦ ଗ୍ରାମ ପନିପରିବା ଖାଆନ୍ତୁ ।
ଖାଦ୍ୟରେ ପ୍ରତିଦିନ ୧୬ ରୁ ୨୫ ଗ୍ରାମ ବାଦାମ ଅନ୍ତର୍ଭୂକ୍ତ କରନ୍ତୁ।
୧୦୦ ରୁ ୧୫୦ ଗ୍ରାମ ଶସ୍ୟ ଜାତୀୟ ଖାଦ୍ୟ ଖାଆନ୍ତୁ।

 

Share this story