କ୍ୟାନସର ରୋଗୀଙ୍କ ଚିକିତ୍ସା ବେଳ କେଶ ଝଡେ କାହିଁକି, ଜାଣନ୍ତୁ ଏହା ପଛର ଅସଲ କାରଣ

Why does chemotherapy cause hair loss
କ୍ୟାନସର ରୋଗୀଙ୍କ ଚିକିତ୍ସା ବେଳ କେଶ ଝଡେ କାହିଁକି, ଜାଣନ୍ତୁ ଏହା ପଛର ଅସଲ କାରଣ

ଓଡ଼ିଆ ଗସିପ୍ ବ୍ୟୁରୋ: କେତେକ କ୍ୟାନସର ଚିକିତ୍ସା କରିବା ବେଳ କେଶ ଝଡ଼ିବା ଏକ ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା। ଏହା ମଧ୍ୟ ସାଧାରଣତଃ ଅସ୍ଥାୟୀ ଅଟେ। ଯଦି ଆପଣ କର୍କଟ ଚିକିତ୍ସା ପାଇଁ କେମୋଥେରାପି କରୁଛନ୍ତି, ତେବେ ଆପଣ କେଶ ଝଡ଼ିବା ଚିନ୍ତିତ । କିନ୍ତୁ ପ୍ରତ୍ୟେକ କେମୋଥେରାପି ମେଡ଼ିସିନ କେଶ ଝଡ଼େଇ ଥାଏ କି? ଆସନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ଜାଣିବା।

କ୍ୟାନସର ଏକ ଗମ୍ଭୀର ଏବଂ ମାରାତ୍ମକ ରୋଗ । ଯଦି ଉଚିତ ସମୟରେ ଏହି ରୋଗର ଚିକିତ୍ସା ନକରାଯାଏ ତେବେ ଏହା ମଣିଷ ଶରୀର ପାଇଁ ଘାତକ ସାବ୍ୟସ୍ତ ହୋଇପାରେ । କେମୋଥେରାପୀ କ୍ୟାନସର ଚିକିତ୍ସାର ଏକ ପ୍ରଭାବୀ ଓ ପ୍ରଚଳିତ ଉପାୟ । କ୍ୟାନସରର ଚିକିତ୍ସା ସମୟରେ ଅଧିକାଂଶ ଲୋକଙ୍କ କେଶ ଝଡିଥାଏ । ଏହି ସମୟରେ ରୋଗୀର ଚୁଟି ଝଡିବାର ମୁଖ୍ୟ କାରଣ କେମୋଥେରାପୀ । କାରଣ କେମୋ ଶରୀରରେ ଦ୍ରୁତ ଗତିରେ ବଢୁଥିବା କ୍ୟାନସର କୋଷିକାକୁ ଟାର୍ଗେଟ୍ କରିଥାଏ । ଏହା ଆମ କେଶର ମୂଳକୁ କ୍ଷତି ପହଞ୍ଚାଇଥାଏ ଯାହା ଫଳରେ କେଶ ଝଡିଥାଏ ।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ଏହା ବ୍ୟତୀତ ରେଡିଏସନ୍ ଥେରାପୀ ବି ବେଳେବେଳେ କେଶ ଉପୁଡିବାର କାରଣ ହୋଇଥାଏ । ଯେତେବେଳେ ଏହାର ଉପଯୋଗ ମୁଣ୍ଡ ଓ ବେକ କ୍ୟାନସରର ଚିକିତ୍ସା ଲାଗି କରାଯାଏ । ଏହା ଏହି ଦିଗ ଉପରେ ନିର୍ଭର କରିଥାଏ ଯେଉଁଠାରେ ରେଡିଏସନ୍ ଦିଆଯାଇଥାଏ । ତେବେ ସମସ୍ତ କେମୋଥେରାପୀ ରୋଗୀଙ୍କ କେଶ ଝଡି ନ ଥାଏ । ତେବେ ଆସନ୍ତୁ ଜାଣିବା ଏହା ପଛରେ ଥିବା କାରଣ ।

ସମସ୍ତ କେମୋଥେରାପୀ ମେଡିସିନ୍ କାରଣରୁ କେଶ ଝଡି ନ ଥାଏ ବରଂ ବିଭିନ୍ନ ପ୍ରକାର ମେଡିସିନ୍ କେଶ ଉପରେ ଅଲଗା ଅଲଗା ଭାବେ ପ୍ରଭାବ ପକାଇଥାଏ । ଯେପରିକି ବ୍ରେଷ୍ଟ କ୍ୟାନସରର ଉପଚାରରେ କେମୋଥେରାପୀ ନେବା ସମୟରେ କେଶ ନିଶ୍ଚୟ ଝଡିବ । ଏହି ପ୍ରକାର କେମୋଥେରାପୀ ସମୟରେ କ୍ୟାନସର ମେଡିସିନରେ ଏକ ବିଶିଷ୍ଟ ମିଶ୍ରଣର ଉପଯୋଗ କରାଯାଏ । କ୍ୟାନସର ଚିକିତ୍ସା ସମୟରେ କେଶ ଝଡିବା ବ୍ୟତୀତ, କେଶ ପତଳା ହେବା, ଚନ୍ଦାପଣ ଆଦି ସମସ୍ୟା ମଧ୍ୟ ଦେଖାଦିଏ ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

କେମୋଥେରାପୀ ଚିକିତ୍ସାର ୩ ସପ୍ତାହ ପରେ ଏହି କେଶ ଝଡିବା ସମସ୍ୟା ଦେଖାଦେଇଥାଏ । କିନ୍ତୁ କେମୋଥେରାପୀ ଦ୍ୱାରା ଆପଣ ସବୁଦିନ ପାଇଁ କେଶ ହରାଇ ନ ଥାନ୍ତି । ଚିକିତ୍ସା ସମାପ୍ତ ହେବାର କିଛି ମାସ ଭିତରେ ପୁଣି ମୁଣ୍ଡରେ କେଶ ଉଠିଥାଏ । ପ୍ରାୟତଃ ୩ରୁ ୫ ମାସ ଭିତରେ ପୁଣି ମୁଣ୍ଡରେ କେଶ ଉଠିଯାଏ ।

କିନ୍ତୁ ଆପଣ ମନେ ରଖିବେ କେଶ ଉଠିବାର ପ୍ରାରମ୍ବିକ ଅବସ୍ଥାରେ ଏହାର ଉପଚାର ବହୁତ ଯତ୍ନର ସହିତ କରିବେ । ଏହି ସମୟରେ କେଶ କୌଣସି ପ୍ରକାରର କଲରର ପ୍ରୟୋଗ କରିବେନାହିଁ । ଏହା ସହିତ କେଶରେ କୌଣସି ପ୍ରକାର ହିଟିଂ ଉପକରଣ ବି ଲଗାଇବେ ନାହିଁ । ଦେଖିବେ ଏହି ସବୁ ଦିଗକୁ ଧ୍ୟାନ ଦେଲେ ଆପଣଙ୍କ କେଶ ପୂର୍ବ ଭଳି ହୋଇଯିବ।
 

Share this story