କେମିତି ଜାଣିବେ ଆପଣଙ୍କୁ ହୋଇଛି ଲିଭର୍ କ୍ୟାନ୍ସର, ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

Liver cancer Symptoms and causes know details
ଲିଭର୍ କ୍ୟାନ୍ସର, କେମିତି ଜାଣିବେ ଆପଣ ? ଜାଣନ୍ତୁ ରୋଗର ଲକ୍ଷଣ ଏବଂ କାରଣ

ଓଡ଼ିଆ ଗସିପ୍ ବ୍ୟୁରୋ: ଆଜିକାଲି ଅଧିକାଂଶ ଲୋକମାନେ ଲିଭର ଜନିତ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଭାରତରେ ପ୍ରାୟତ ୩୦% ଲୋକ ଲିଭର ରୋଗରେ ପୀଡିତ ହେଉଛନ୍ତି। ସାଧାରଣତ ଏହି ସମସ୍ୟାକୁ ଫ୍ୟାଟି ଲିଭର କୁହାଯାଏ। ଯଦି ଅଧିକ ଚର୍ବି ଲିଭର ସେଲରେ ରହିବ ତା ହେଲେ ଫ୍ୟାଟି ଲିଭର ସମସ୍ୟା ହୋଇଥାଏ।

ଫ୍ୟାଟି ଲିଭର ସମସ୍ୟା କେଉଁମାନଙ୍କ କ୍ଷେତ୍ରରେ ଅଧିକ ହେବାର ସମ୍ଭାବନା ରହିଥାଏ ତାହା ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ। ଯେଉଁମାନେ ଅଧିକ ମାତ୍ରାରେ ମଦ୍ୟପାନ କରନ୍ତି ସେମାନଙ୍କ କ୍ଷେତ୍ରରେ ଫ୍ୟାଟି ଲିଭର ସମସ୍ୟା ହେବାର ସମ୍ଭାବନା ଅଧିକ ରହିଥାଏ।

ଅଧିକ ପଢନ୍ତୁ : ଭେଣ୍ଡିଆ ପୁଅର ସ୍ତନବୃଦ୍ଧି ସମସ୍ୟା! କାହିଁକି ଏମିତି ହେଉଛି, କଣ କଲେ କମିବ ସ୍ତନର ଆକାର ଜାଣନ୍ତୁ

ଏହା ଛଡା ଡାଇବେଟିସ, କୋଲେଷ୍ଟ୍ରୋଲ, ମୋଟାପଣ ଓ ଅଧିକ ମେଡ଼ିସିନ ଖାଉଥିଲେ ଫ୍ୟାଟି ଲିଭର ସମସ୍ୟା ଦେଖା ଯାଇଥାଏ। ଲିଭର ଜନିତ ସମସ୍ୟା ହେଲେ କିଛି ଖାସ ଲକ୍ଷଣ ଶରୀରରେ ଦେଖା ଯାଇଥାଏ। ଏଭଳି କ୍ଷେତ୍ରରେ ଶରୀର ଦୁର୍ବଳ ଲାଗିବା ସହ ଡାହାଣ ପଟ ପେଟରେ ହାଲକା ଯନ୍ତ୍ରଣା ଅନୁଭବ ହୁଏ।

ମଦ୍ୟପାନ କରୁଥିବା ଲିଭର ରୋଗର ଲକ୍ଷଣ ଗୁଡିକ ହେଉଛି ବାନ୍ତି ହେବା, ଭୋକ କମିଯିବା, ଜଣ୍ଡିସ ହେବା, ରକ୍ତ ବାନ୍ତି ହେବା ସହ କଳା ଝାଡା ହେବା। ଅନ୍ୟ କିଛି ବିଶେଷ କାରଣ ପାଇଁ ଲିଭର ରୋଗ ଦେଖା ଯାଇଥାଏ। ସେହି ସବୁ କାରଣ ଗୁଡିକ ହେଉଛି ଶୀଘ୍ର ଓଜନ ହ୍ରାସ ପାଇବା, ଡାକ୍ତରଙ୍କ ବୀନା ପରାମର୍ଶରେ ମେଡ଼ିସିନ ନେବା, ଅନେକ ସମୟରେ ଅପରେସନ ପରେ ଯକୃତରେ ଚର୍ବି ଜମା ହୁଏ ଓ ରକ୍ତରେ ଅଧିକ କୋଲେଷ୍ଟ୍ରୋଲ ଜମା ହେବା ଇତ୍ୟାଦି।

ଅଧିକ ପଢନ୍ତୁ : ଜୀବନରେ ସେକ୍ସ ନିହାତି ଆବଶ୍ୟକ କାହିଁକି ? ଜାଣନ୍ତୁ ସୁସ୍ଥ ଯୌନ ସମ୍ପର୍କର ୭ଟି ଉପକାରିତା ବିଷୟରେ 

ତେଣୁ ମଦ୍ୟପାନ ଜନିତ ଲିଭର ନ ହେବାର ଏକ ଉପାୟ ରହିଛି। ସେଥିପାଇଁ ମଦ୍ୟପାନ ଛାଡିବାକୁ ହେବ। ଫ୍ୟାଟି ଲିଭର ସମସ୍ୟା ହେବା ଆରମ୍ଭ ହେଲେ ଆପଣ ମଦ୍ୟପାନ ସେବନ ବନ୍ଦ କରି ଦେଲେ ଏହି ସବୁ ସମସ୍ୟା ଗୁଡିକ ଆଉ ଆଗକୁ ହେବ ନାହିଁ। ଯଦି ଲିଭର ଜନିତ କୌଣସି ସମସ୍ୟା ଆପଣ ଅନୁଭବ କରୁଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ କରନ୍ତୁ।

ଏହା ସହ ଖାଦ୍ୟପେୟ ଓ ଜୀବନଶୈଳୀରେ ଧ୍ୟାନ ଦିଅନ୍ତୁ। ଅଧିକ ତେଲ ଜାତୀୟ ଖାଦ୍ୟ ଖାଇବା ବନ୍ଦ କରନ୍ତୁ। ଶରୀରରେ ଅଧିକ ମୋଟାପଣ କମ୍ କରିବା ପାଇଁ ଯୋଗ ଓ ବ୍ୟାୟାମ ଅଭ୍ୟାସ କରନ୍ତୁ। ଏହା ସହ ଦିନକୁ ୪ରୁ ୫ ଲିଟର ପାଣି ପିଅନ୍ତୁ। ଏହି ସବୁ କଥା ପ୍ରତି ଯଦି ଆପଣମାନେ ଧ୍ୟାନ ଦେବେ ତେବେ ଆପଣଙ୍କୁ କେବେ ବି ଲିଭର ଜନିତ ସମସ୍ୟା ହେବ ନାହିଁ।

ଖାଦ୍ୟ ବାଣ୍ଟିବାବେଳେ ଲୋକମାନେ ସାଧାରଣତଃ ପରସ୍ପରର ଅଇଁଠା ଖାଆନ୍ତି। ଯଦି ଆପଣ ମଧ୍ୟ କାହାର ଅଇଁଠା ଖାଇବାକୁ ମୁକ୍ତ ମନେ କରନ୍ତି, ତେବେ ବର୍ତ୍ତମାନ ଆପଣଙ୍କୁ ସତର୍କ ହେବା ଆବଶ୍ୟକ ଅଛି।
 

Share this story