୨୪ ଘଣ୍ଟାରେ ପୂରଣ ହେଲା 5T ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତିଶୃତି, ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ସହାୟତା ରାଶି

Two Patients Got Financial Assistance From CM Relief Fund Through 5T Secy VK Pandian In Sanakhemundi
୨୪ ଘଣ୍ଟାରେ ପୂରଣ ହେଲା 5T ସଚିବ ଭିକେ ପାଣ୍ଡିଆନଙ୍କ ପ୍ରତିଶୃତି
 

ଓଡ଼ିଆ ଗସିପ୍ ବ୍ୟୁରୋ: 5T ସଚିବଙ୍କୁ ସମସ୍ୟା ଜଣାଇବାର ୨୪ ଘଣ୍ଟାରେ ପୂରଣ ହେଲା ପ୍ରତିଶ୍ରୁତି । ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକର ଦୁଇ ଶଯ୍ୟାଶାୟୀ ରୋଗୀଙ୍କୁ ମିଳିଲା ସହାୟତା । ଆଡ଼ପଡା ପଞ୍ଚାୟତ ମୋହିଗୁଡା ଗାଁ ସୁଦର୍ଶନ ଲେଙ୍କା ଏବଂ ଦୟାନିଧିପୁର ପଞ୍ଚାୟତ ନିସ୍ତିପୁର ଗାଁର ବଳରାମ ପ୍ରଧାନଙ୍କୁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରାଯାଇଛି ।

ଅଧିକ ପଢ଼ନ୍ତୁ: ଗର୍ଭାବସ୍ଥାରେ ଖାଆନ୍ତୁ ଏହିସବୁ ମହତ୍ଵପୂର୍ଣ୍ଣ ଖାଦ୍ୟ; ପିଲା ହେବ ବୁଦ୍ଧିମାନ ଏବଂ ସୁସ୍ଥସବଳ...

ଗତ ରବିବାର 5T ସଚିବ ସାନଖେମୁଣ୍ଡି ଗସ୍ତ କରି ଜନଅଭିଯୋଗର ଶୁଣାଣି କରିଥିଲେ । ଲୋକଙ୍କଠାରୁ ସମସ୍ୟା ସମ୍ପର୍କରେ ଅବଗତ ହୋଇ ଅଭିଯୋଗପତ୍ର ଗ୍ରହଣ କରିଥିଲେ । ଏହି ସମୟରେ ସୁଦର୍ଶନ ଓ ବଳରାମଙ୍କ ସମସ୍ୟାରେ ସମ୍ପର୍କରେ ଅଭିଯୋଗ ଗ୍ରହଣ କରିଥିଲେ । ଉଭୟ ଦୀର୍ଘଦିନ ଧରି ରୋଗରେ ପୀଡିତ ରହି ଶଯ୍ୟାଶାୟୀ ହୋଇଥିବାବେଳେ ସରକାରଙ୍କ ତରଫରୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଥିଲେ ।

ଅଧିକ ପଢ଼ନ୍ତୁ: ଯୌନ ସ୍ବାସ୍ଥ୍ୟ ପାଇଁ ବରଦାନ ଅଟେ ଖଜୁରି! ପ୍ରତିଦିନ ସେବନ କଲେ ମିଳିଥାଏ ଏହି ସବୁ ଜବରଦସ୍ତ ଫାଇଦା

5T ସଚିବ ଅଭିଯୋଗ ଗ୍ରହଣ କରି ସହାୟତା ପାଇଁ ପ୍ରତିଶ୍ରୁତି ଦେଇଥିଲେ । ଏହାର ୨୪ ଘଣ୍ଟା ଭିତରେ ସହାୟତା ଯୋଗାଇ ଦିଆଯାଇଛି । ସାନଖେମୁଣ୍ଡି ବିଡିଓ ଓ ତହସିଲଦାର ଉଭୟଙ୍କ ଘରେ ପହଞ୍ଚି ୩୦ ହଜାର ଟଙ୍କା ଲେଖାଏଁ ସହାୟତା ରାଶି ଯୋଗାଇଦେଇଛନ୍ତି । ଏଥିପାଇଁ ଉଭୟ 5T ସଚିବ ଭିକେ ପାଣ୍ଡିଆନ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି ।
 

Share this story