କେତେ ବଡ଼ବଡିଆଙ୍କୁ ସମ୍ଭାଳି ଥିଲା ଅର୍ଚ୍ଚନା, ବ୍ଲାକମେଲର ଲେଡିକୁ ହାତ ଯୋଡ଼ି ଏପରି ଇସାରା ଦେଲେ ବିଜେପି ବିଧାୟକ!

MLAs point on Archana Nag case disturbs odishas assembly

ଓଡ଼ିଆ ଗସିପ ବ୍ୟୁରୋ: ବିଜେପି ବିଧାୟକ କେ ନାରାୟଣ ରାଓଙ୍କ ମନ୍ତବ୍ୟକୁ ନେଇ ହାସ୍ୟରୋଳ । ଅର୍ଚ୍ଚନା ନାଗଙ୍କୁ ଧନ୍ୟବାଦ ଦେବା ସହ ହାତ ଯୋଡି ନମସ୍କାର କଲେ ବିଧାୟକ । କିଛି ଏପରି ଇସାରା ଏବେ ମଜାକର ଖୋରାକ ଯୋଗାଇଛି ବିଧାନସଭା ଭିତରେ । କିନ୍ତୁ ନେତା ଜଣଙ୍କ ମଧ୍ୟ ଜାଣି ପାରୁନାହାନ୍ତି କି ତାଙ୍କ ଦଳର ଜଣେ ଟାଣୁଆ ନେତା ମଧ୍ୟ ଅର୍ଚ୍ଚନାଙ୍କ କୋଳରେ ଛୋଟ ଛୁଆ ହୋଇ ନଟପଟ ହୋଇଛନ୍ତି ।

ପୁରା ଘଟଣା ହେଲା ବହୁ ଚର୍ଚ୍ଚିତ ନାଗ ଦମ୍ପତି ପ୍ରସଙ୍ଗରେ ବିଧାନସଭାରେ ଆଜି ଆଲୋଚନା ହୋଇଛି । ବିଜେପି ପକ୍ଷରୁ ଦିଆଯାଇଥିବା ମୁଲତବୀ ପ୍ରସ୍ତାଵ ଉପରେ ଆଲୋଚନା ଜାରି ହୋଇଛି । ଏହା ଭିତରେ ବିଜେପି ବିଧାୟକ କେ ନାରାୟଣ ରାଓଙ୍କ ମନ୍ତବ୍ୟକୁ ନେଇ ଗୃହରେ ହାସ୍ଯାତ୍ମକ ପରିବେଶ ସୃଷ୍ଟି ହୋଇଛି ।

ଅର୍ଚ୍ଚନା ନାଗ ପ୍ରସଙ୍ଗରେ ଆଲୋଚନା ବେଳେ ବିଜେପି ବିଧାୟକ କହିଛନ୍ତି ଅର୍ଚ୍ଚନାକୁ ମୁଁ ହାତ ଯୋଡି ନମସ୍କାର କରୁଛି । କେତେ ଲୋକଙ୍କୁ ସମ୍ଭାଳି ଥିଲା । ଆଇପିଏସ୍, ଆଇଇଏସ୍ ଓ ଅନେକ ବଡ଼ବଡିଆକୁ ସେ ସମ୍ଭାଳି ଥିଲା ତେଣୁ ତାକୁ ଧନ୍ୟବାଦ ଦେଉଛି ଓ ହାତ ଯୋଡି ନମସ୍କାର କରୁଛି କହି ବିଧାନସଭାରେ ନମସ୍କାର କରିଛନ୍ତି କେ ନାରାୟଣ ରାଓ ।

ଏହି ପ୍ରସଙ୍ଗରେ ମୁଲତବୀ ଆଲୋଚନା ବେଳେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀଙ୍କ ମନ୍ତବ୍ୟ ରଖିଛନ୍ତି । ଅର୍ଚ୍ଚନା ନାଗ ପ୍ରସଙ୍ଗ ଏକ ବଡ଼ ସେକ୍ସ ସ୍କାଣ୍ଡଲ । ଏଥିରେ ଆର୍ଥିକ ଅପରାଧ କାରବାର ହୋଇଛି । ଶାସକ ଦଳର ଅନେକ ନେତା ମନ୍ତ୍ରୀ, ବିଧାୟକ ଓ ସରକାରୀ ଅଧିକାରୀଙ୍କ ଏଥିରେ ସମ୍ପୃକ୍ତି ରହିଛି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ସଟ କୁ ୭ ହଜାର, ଫୁଲ ନାଇଟ ୩୦ ହଜାର : ଦେହ ଦଲାଲ ସୁନୀଲ ସହ ଡିଲ ବେଳର ଭିଡିଓ ଭାଇରାଲ

ତାଙ୍କ ମେଲ ଆଇଡିରୁ ୬୪ଜଣ ଙ୍କ ଫଟୋ ମିଳିଛି । ୫ ଟି ଡ଼ାଏରି, ୪ ଟି ଲାପଟପ ଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି । କିନ୍ତୁ ଅପରାଧୀକୁ ଖସେଇ ଦେବାକୁ ଉଦ୍ୟମ ହେଉଛି । ଏହି ଘଟଣା ମୁଖ୍ୟମନ୍ତ୍ରୀ ଚୁପ ରହିବା କେତେ ଦୂର ଉଚିତ ବୋଲି କହିଛନ୍ତି ମୋହନ ମାଝୀ ।

କେବଳ ବିଜେପି ନୁହେଁ ଅର୍ଚ୍ଚନା ନାଗ ପ୍ରସଙ୍ଗରେ ମୁଲତବୀ ଆଲୋଚନାରେ ଭାଗ ନେଇ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି କହିଛନ୍ତି, ତତ୍କାଳୀନ ବାଚସ୍ପତିଙ୍କ ଚ୍ୟାମ୍ବରରେ ଅର୍ଚ୍ଚନାଙ୍କୁ ଦେଖିଛି । ସ୍ପିକରଙ୍କ ଚ୍ୟାମ୍ବରଙ୍କୁ ଆସିଥିଲେ ନାଗୁଣୀ, କିଏ ଅନୁମତି ଦେଲେ ବୋଲି ପ୍ରଶ୍ନ କରିଛନ୍ତି ତାରା । ବିଜେଡି ଓ ବିଜେପିର ଫଟୋ ବାହାରିଥିଲା ।

ବିଜେପିର ରାଜାଙ୍କ ଫଟୋ ବି ଥିଲା । କଂଗ୍ରେସର କେହି ନାହାନ୍ତି । ନାଗୁଣୀଙ୍କୁ ୬ ତାରିଖରେ ଗିରଫ କରାଗଲା ନାଗକୁ କେବେ ଗିରଫ କରାଗଲା ବୋଲି ପ୍ରଶ୍ନ କଲେ । ଯେତେ ତଥ୍ୟ ଥିଲା ସବୁ ପ୍ରମାଣ ନଷ୍ଟ କାରଗଲା । କଣ ପାଇଁ ଜଗବନ୍ଧୁଙ୍କୁ ଛାଡ଼ି ଦିଆଯାଇଥିଲା ଗୃହ ମନ୍ତ୍ରୀଙ୍କୁ ପ୍ରଶ୍ନ କରିଛନ୍ତି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଶିକ୍ଷୟିତ୍ରୀଙ୍କ ସହ ୩ ଦ୍ୱାଦଶ ଛାତ୍ରଙ୍କ ଅଶ୍ଳୀଳ ଦୁର୍ବ୍ୟବହାର, ଇସାରା ନ ଦେବାରୁ ଛାତ୍ରମାନେ ସେମାନଙ୍କ ସହ କଲେ କନକନ କାଣ୍ଡ...

ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରା ଉତ୍ତର ରଖି କହିଛନ୍ତି, ସରକାର କେବେ ବି ଅପରାଧୀଙ୍କୁ ସୁରକ୍ଷା ଦିଅନ୍ତି ନାହିଁ । ଏହା ସମ୍ପୂର୍ଣ୍ଣ ଅସତ୍ୟ । ନାଗ ଦମ୍ପତ୍ତି ମାମଲାରେ ଦୁଇଟି ମାମଲା ହୋଇଥିଲା । ମାମଲା ଆଧାରରେ ନାଗ ଦମ୍ପତିଙ୍କୁ ଗିରଫ କରାଯାଇଛି ।

ଅକ୍ଷୟ ପରିଜାଙ୍କ ଏତଲା ଆଧାରରେ ନୟାପଲ୍ଲୀ ଥାନାରେ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଛି । ଶ୍ରଦ୍ଧାଞ୍ଜଳି ବେହେରାଙ୍କ ଏତଲା ଆଧାରରେ ଖଣ୍ଡଗିରି ଥାନାର ବି ମାମଲା ଜାରି ହୋଇଛି । ନାଗ ଦମ୍ପତିଙ୍କୁ ଗିରଫ କରାଯାଇ ତଦନ୍ତ ଚାଲିଛି ।
 

Share this story