ଶିକ୍ଷୟିତ୍ରୀଙ୍କ ସହ ୩ ଦ୍ୱାଦଶ ଛାତ୍ରଙ୍କ ଅଶ୍ଳୀଳ ଦୁର୍ବ୍ୟବହାର, ଇସାରା ନ ଦେବାରୁ ଛାତ୍ରମାନେ ସେମାନଙ୍କ ସହ କଲେ କନକନ କାଣ୍ଡ...

teacher subjected to molestation video went viral

ଓଡ଼ିଆ ଗସିପ ବ୍ୟୁରୋ: ଛାତ୍ରମାନେ ଶିକ୍ଷୟତ୍ରୀଙ୍କୁ ପ୍ରେମ ନିବେଦନ କରିବା ଏବଂ ନିର୍ଯାତନାର କାହାଣୀ ନିଶ୍ଚୟେ ଦେଖିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ପ୍ରକୃତ ଜୀବନ୍ତ କାହାଣୀ କହୁଛୁ ଯାହା ଉତ୍ତରପ୍ରଦେଶର ମିରଟର ଏକ ବିଦ୍ୟାଳୟରେ ଘଟିଛି ।

ଛାତ୍ରମାନେ ନିଜ ନିଜ ଶିକ୍ଷୟତ୍ରୀଙ୍କୁ ଖୋଲାଖୋଲି ପ୍ରେମ ପ୍ରସ୍ତାବ ଦେଇଛନ୍ତି । କେବଳ ଏତିକି ନୁହେଁ, ସେମାନେ ଅଶ୍ଳୀଳ ମନ୍ତବ୍ୟ ଏବଂ ନିର୍ଯାତନା ମଧ୍ୟ ଦେଉଥିବାର ଅଭିଯୋଗ ହୋଇଛି । ଏହା ପରେ ମଧ୍ୟ ଯେତେବେଳେ ଶିକ୍ଷକ କୌଣସି ପ୍ରତିକ୍ରିୟା ଦେଇନଥିଲେ, ହେଲେ ଛାତ୍ରମାନେ କିଛି ନ ମାନି ନିର୍ଯାତନା ଭିଡିଓ ଭାଇରାଲ କରିଥିଲେ ।

ଏତେସସବୁ ପରେ ଶିକ୍ଷୟତ୍ରୀ ବାଧ୍ୟ ହୋଇ ଛାତ୍ରମାନଙ୍କ କାର୍ଯ୍ୟକଳାପରେ ବିରକ୍ତ ହୋଇ ସେମାନଙ୍କ ବିରୋଧରେ ଏଫ୍ଆଇଆର୍ ଦାୟାର କରିଛନ୍ତି । ଏହି ମାମଲା ମିରଟର ଥାନା କିଥୋର ଅଞ୍ଚଳର ରାମ ମନୋହର ଲୋହିଆ ଇଣ୍ଟର କଲେଜରେ ଘଟିଛି । ବିଦ୍ୟାଳୟରେ ପଢ଼ୁଥିବା ତିନିଜଣ ଦ୍ୱାଦଶ ଛାତ୍ର ନିଜ ନିଜ ଶ୍ରେଣୀରେ ଶିକ୍ଷାଦାନ କରୁଥିବା ଶିକ୍ଷୟତ୍ରୀଙ୍କୁ ଖୋଲାଖୋଲି ଭାବେ ଅସଦାଚରଣ କରିଥିଲେ ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଓଡ଼ିଶାରେ 5 ଛାତ୍ରୀଙ୍କ ଉପରେ ମାଡିଗଲା କାର, ଭାଇରାଲ ହେଲା ଛାତିଥରା ଭିଡ଼ିଓ...

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ଗର୍ଲଫ୍ରେଣ୍ଡ ସହ ସେକ୍ସ ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ, ସତ ଜାଣିଲେ ଆହାଃ କହିବେ...

ତେବେ ଏହି ଏସଦାଚାରଣର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହୋଇଛି । ଏହି ଭାଇରଏଲ ଭିଡିଓରେ ଦେଖିବାକୁ ମିଳୁଛି ଯେ, ଛାତ୍ରମାନେ ଶ୍ରେଣୀ କକ୍ଷରେ ଶିକ୍ଷୟତ୍ରୀଙ୍କୁ ‘ମୁଁ ତୁମକୁ ଭଲ ପାଏ ଏବଂ ପ୍ରାର୍ଥନା ସଭାରେ ଅଶ୍ଳୀଳ ମନ୍ତବ୍ୟ ଦେଇ ଶିକ୍ଷକଙ୍କୁ ହଇରାଣ କରୁଛନ୍ତି । ତେବେ ଛାତ୍ରମାନେ ସମସ୍ତ ସୀମା ଅତିକ୍ରମ କରି ସୋସିଆଲ ମିଡିଆରେ ଏହି ଅଶ୍ଳୀଳ ଭିଡିଓ ଭାଇରାଲ କରିଥିଲେ ।

ପୁରା ଅଞ୍ଚଳରେ ବଦନାମର ବୋଝ ଜଣେ ଶିକ୍ଷୟତ୍ରୀ ମୁଣ୍ଡେଇବାରୁ ସେ ଛାତ୍ରମାନଙ୍କ ବରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଷ୍ପତ୍ତି ନେଇ ଏକ ଏଫଆଇଆର ଥାନାରେ ଦାଖଲ କରିଛନ୍ତି । ଶିକ୍ଷୟତ୍ରୀ ଜଣକ ତାଙ୍କ ଏଫ୍ଆଇଆରରେ  ଦର୍ଶାଇଛନ୍ତି ଯେ, ଅଭିଯୁକ୍ତ ଛାତ୍ରମାନେ ଦୀର୍ଘ ଦିନ ଧରି ତାଙ୍କୁ କ୍ରମାଗତ ଭାବରେ ଥଟ୍ଟା ଓ ଅଶ୍ଳୀଳ କମେଣ୍ଟ କରି ଆସୁଥିଲେ ।

ଏହା କରି ଛାତ୍ର ମାନେ ଆଇଟି ଆକ୍ଟ ଉଲ୍ଲଂଘନ କରିଥିବା ପୋଲିସ ସୂଚନା ଦେଇଛି । ଏଥିସହ ଏତଲା ଆଧାରରେ ପୋଲିସ ତଦନ୍ତ ଆଗକୁ ବଢ଼ାଇବା ସହ ଅଭିଯୁକ୍ତ ଛାତ୍ରମାନଙ୍କୁ ପଚରାଉଚରା କରିବା ଆରମ୍ଭ କରିଛି ।

Share this story

World Odia Language Conferene