ଗର୍ଲଫ୍ରେଣ୍ଡ ସହ ସେକ୍ସ ବେଳେ ଚାଲିଗଲା ୬୭ ବର୍ଷୀୟ ବୃଦ୍ଧଙ୍କ ଜୀବନ, ସତ ଜାଣିଲେ ଆହାଃ କହିବେ...

Bengaluru man dies during sex body dumped on roadside

ଓଡ଼ିଆ ଗସିପ ବ୍ୟୁରୋ: ଏମିତି ମୃତ୍ୟୁ ହେବ ବୋଲି କିଏ ଜାଣିଥିଲା । କାମ ବାସ୍ନାର ଭରପୁର ମଜା ଉଠାଇବା ପରିବର୍ତ୍ତେ ଚାଲିଗଲା ବୃଦ୍ଧଙ୍କ ଜୀବନ । ହଁ ଆଜ୍ଞା କର୍ଣ୍ଣାଟକାର ବେଙ୍ଗାଲୁରୁରୁ ଆସିଛି ଚକିତ କରିବା ଭଳି ଘଟଣା । ଗର୍ଲଫ୍ରେଣ୍ଡଙ୍କ ସହ ସେକ୍ସ କରିବା ବେଳେ ପ୍ରାଣ ହରାଇଛନ୍ତି ଜଣେ ୬୭ ବର୍ଷୀୟ ବୃଦ୍ଧ । ସପ୍ତାହକ ତଳେ ବେଙ୍ଗାଲୁରୁ ପୁଲିସ୍‌ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ୍‌ରୁ ବୃଦ୍ଧଙ୍କ ମୃତଦେହ ଜବତ କରିଥିଲା ।

ତଦନ୍ତ ବେଳେ ଏପରି ଆଶ୍ଚର୍ଯ୍ୟ ଚକିତ କରିବା ଭଳି ଘଟଣା ସାମ୍ନାକୁ ଆସିଛି । ସେକ୍ସ ବେଳେ ହୃଦଘାତ ହେବାରୁ ବୃଦ୍ଧଙ୍କ ଜଣଙ୍କ ପ୍ରାଣ ହରାଇଥିଲେ । ଏହାପରେ ତାଙ୍କ ଗର୍ଲଫ୍ରେଣ୍ଡ ନିଜ ସ୍ୱାମୀ ଓ ଭାଇଙ୍କୁ ଡାକି ମୃତଦେହକୁ ପ୍ଲାଷ୍ଟିକ ବ୍ୟାଗରେ ଭର୍ତ୍ତି କରି ନିଛାଟିଆ ସ୍ଥାନରେ ଫିଙ୍ଗି ଦେଇଥିଲେ ।

ପୁଲିସ୍‌ ଜାଣିବାକୁ ପାଇଛି ଯେ ୬୭ ବର୍ଷୀୟ ବ୍ୟବସାୟୀଙ୍କ ପ୍ରେମ ସମ୍ପର୍କ ତାଙ୍କ ଘରକୁ କାମ କରିବା ପାଇଁ ଆସୁଥିବା ୩୫ ବର୍ଷୀୟ ମହିଳାଙ୍କ ସହ ରହିଥିଲା । ନଭେମ୍ବର ୧୬ରେ ବୃଦ୍ଧ ଜଣଙ୍କ ତାଙ୍କ ଗର୍ଲଫ୍ରେଣ୍ଡଙ୍କ ଘରକୁ ଯାଇଥିଲେ । ସେଠାରେ ଉଭୟ ସେକ୍ସ କରୁଥିବା ବେଳେ ହଠାତ୍‌ ବୃଦ୍ଧଙ୍କ ମୃତ୍ୟୁ ଘଟିଥିଲା ।

ପ୍ରାଣ ହରାଇଥିବା ବୃଦ୍ଧ ଜଣଙ୍କ ହେଉଛନ୍ତି ବାଲା ସୁବ୍ରମଣିଅନ । ତାଙ୍କ ଘର ଜେପି ନଗରର ପୁଟ୍ଟେନାହାଲ୍ଲି । ନଭେମ୍ବର ୧୬ରେ ସେ ନିଜ ନାତିକୁ ବ୍ୟାଡମିଣ୍ଟନ କ୍ଲାସରେ ଛାଡ଼ିବା ପାଇଁ ଘରୁ ବାହାରିଥିଲେ । ଅପରାହ୍ନ ପ୍ରାୟ ୪.୫୫ରେ ସେ ତାଙ୍କ ବୋହୂଙ୍କୁ ଫୋନ କରିଥିଲେ ଓ ବ୍ୟକ୍ତିଗତ କାରଣ ପାଇଁ ଘରକୁ ଫେରିବାରେ ବିଳମ୍ବ ହେବ ବୋଲି କହିଥିଲେ ।

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ୨୫ ବର୍ଷୀୟା ଯୁବତୀଙ୍କ ଅନ୍ତଃବସ୍ତ୍ର ଖୋଲି ରାତିସାରା ଉପଭୋଗ କଲା ୧୯ ବର୍ଷୀୟା ଯୁବତୀ, ସାରା ଦେଶରେ ପ୍ରଥମ ଘଟଣା

ଏହି ଲିଙ୍କରେ କ୍ଲିକ କରି ଅଧିକ ପଢ଼ନ୍ତୁ : ରାଜଧାନୀ ବିଚରାସ୍ତାରେ ଗର୍ଲଫ୍ରେଣ୍ଡ୍‌ ପାଇଁ ଟଣାଟଣି ଦୁଇ ରସିକିଆ, ଦେଖନ୍ତୁ Exclusive ଭିଡ଼ିଓ...

ତେବେ ସେ ଆଉ ଘରକୁ ନ ଫେରିବାରୁ ତାଙ୍କ ପୁଅ ସୁବ୍ରମଣିୟା ନଗର ପୁଲିସ୍‌ ଷ୍ଟେସନରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗର ଦିନକ ପରେ ବାଲାଙ୍କ ମୃତଦେହ ଗୋଟିଏ ପ୍ଲାଷ୍ଟିକ ବ୍ୟାଗ ଭିତରୁ ବେଡଶିଟ୍‌ ଘୋଡ଼ା ଅବସ୍ଥାରେ ମିଳିଥିଲା ।

ପୁଲିସ୍‌ ତଦନ୍ତ କରୁଥିବା ବେଳେ ବାଲାଙ୍କ ଗର୍ଲଫ୍ରେଣ୍ଡ ବା ଘରର ସହାୟିକାଙ୍କ ପାଖରେ ପହଞ୍ଚିଥିଲା। ଜେରା ବେଳେ ସେ ପୁଲିସ ଆଗରେ ସବୁ କଥା କହିଥିଲେ । ଦୀର୍ଘ ଦିନ ହେଲା ବାଲା ଓ ତାଙ୍କ ଭିତରେ ପ୍ରେମ ସମ୍ପର୍କ ଥିଲା । ଏଥିପାଇଁ ବାଲା ନିୟମିତ ଭାବେ ଗର୍ଲଫ୍ରେଣ୍ଡଙ୍କ ଘରକୁ ଯାଉଥିଲେ । ହେଲେ ନଭେମ୍ବର ୧୬ରେ ଏପରି ଅଘଟଣ ଘଟିଛି । ବଲା ଗତବର୍ଷ ଆଞ୍ଜିଓପ୍ଲାଷ୍ଟି କରିଥିଲେ । ସମ୍ଭବତଃ ଏହି କାରଣ ପାଇଁ ସେକ୍ସ ବେଳେ ସେ ହୃଦଘାତର ଶିକାର ହୋଇଛନ୍ତି ।

ବାଲା ବେଡ ଉପରେ ପ୍ରାଣ ହରାଇବାରୁ ମହିଳା ଜଣଙ୍କ ଡରି ଯାଇଥିଲେ । ଏକାଥା ଜଣାପଡ଼ିଲେ ସେ ସୋସାଇଟରେ ଆଉ କାମ କରିପାରିବେ ନାହିଁ ବୋଲି ଆଶଙ୍କା କରିଥିଲେ । ଏଥିପାଇଁ ସେ ତୁରନ୍ତ ନିଜ ସ୍ୱାମୀ ଓ ଭାଇଙ୍କୁ ଡାକିଥିଲେ । ସେମାନଙ୍କ ସହାୟତାରେ ମହିଳା ଜଣଙ୍କ ପ୍ଲାଷ୍ଟିକ ବ୍ୟାଗରେ ବାଲାଙ୍କ ମୃତଦେହ ଭର୍ତ୍ତି କରିଥିଲେ ।

ଏହାପରେ ଜେପି ନଗରର ଗୋଟିଏ ପରିତ୍ୟକ୍ତ ସ୍ଥାନରେ ଏହାକୁ ଫିଙ୍ଗି ଦେଇଥିଲେ । ପୁଲିସ୍‌ ଏବେ ବାଲାଙ୍କ ମୃତଦେହର ବ୍ୟବଚ୍ଛେଦ ରିପୋର୍ଟକୁ ଅପେକ୍ଷା କରିଛି । ଯଦି ରିପୋର୍ଟରେ କୌଣସି ସନ୍ଦେହ କରିବା ଭଳି ତଥ୍ୟ ଆସେ, ତା’ହେଲେ ମହିଳାଙ୍କ ନାଁରେ ହତ୍ୟା ମାମଲା ରୁଜୁ ହେବ ବୋଲି ଜଣାପଡ଼ିଛି ।

Share this story

World Odia Language Conferene