World Odia Language Conferene

ରାଜଧାନୀ ବିଚରାସ୍ତାରେ ଗର୍ଲଫ୍ରେଣ୍ଡ୍‌ ପାଇଁ ଟଣାଟଣି ଦୁଇ ରସିକିଆ, ଦେଖନ୍ତୁ Exclusive ଭିଡ଼ିଓ...

high drama of two male lovers in Bhubaneswar

ଓଡ଼ିଆ ଗସିପ ବ୍ୟୁରୋ: ବିଚ ରାସ୍ତାରେ ଟଣାଟଣି ଆଉ ମାରପିଟ । ତାହା ପୁଣି ରାଜଧାନୀ ଭୁବନେଶ୍ୱର ରେ । ଏ କୌଣସି ଫିଲ୍ମ ସୁଟିଂ ନୁହେଁ ବରଂ ଗର୍ଲଫ୍ରେଣ୍ଡ୍‌ ପାଇଁ ଦୁଇ ରସିକିଆ ପ୍ରେମିକାଙ୍କ ନାଳୁଆ ସ୍ବପ୍ନ କଣ ନା ତାକୁ ପାଇବାକୁ ଇଚ୍ଛା ।

ଗର୍ଲଫ୍ରେଣ୍ଡ୍‌ ପାଇଁ ରାସ୍ତା ଉପରେ ହାଇଡ୍ରାମା ! ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ରାଜଧାନୀ ଭୁବନେଶ୍ୱରର ୨ କଲେଜ ଛାତ୍ରଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ସୂଚନା ମିଳିଛି । ଯାହାର ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି ।

ଭାଇରାଲ୍‌ ଭିଡିଓ ରେ ଦେଖିବାକୁ ମିଳିଛି, ଜଣେ ଛାତ୍ରଙ୍କୁ କିଛି ପିଲା ଘେରି ରହିଛନ୍ତି । ଏହାସହ ସମ୍ପୃକ୍ତ ଛାତ୍ରଙ୍କୁ ଆଣ୍ଠେଇ ତାଙ୍କୁ ଧମକ ଚମକ ଦିଆଯାଉଛି ।

ଖାଲି ଏତିକି ନୁହେଁ, ଉକ୍ତ ଛାତ୍ରଙ୍କୁ ଅଶ୍ଲୀଳ ଭାଷାରେ ଗାଳିିଗୁଲଜ କରାଯିବା ସହ ମାଡ଼ ମରାଯାଇଥିବାର ମଧ୍ୟ ଅଭିଯୋଗ ହୋଇଛି ।

ଦେଖନ୍ତୁ Exclusive ଭିଡ଼ିଓ:

ଛାତ୍ର ଜଣକ ରାଜଧାନୀର ଏକ  ଘରୋଇ ଇଞ୍ଜିନିୟରିଂ କଲେଜର ଛାତ୍ର ହୋଇଥିବା ବେଳେ ତାଙ୍କୁ ଧମକ ଚମକ ଦେଉଥିବା ଛାତ୍ର ଅନ୍ୟ ଏକ କଲେଜର ବୋଲି ଜଣାପଡ଼ିଛି ।

ନିର୍ଯାତନାର ଶିକାର ହୋଇଥିବା ଛାତ୍ର ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିବା ସୂଚନା ମିଳିଛି । ପୋଲିସ୍‌ ତାଙ୍କ ବୟାନ ରେକର୍ଡ କରିଛି । ପ୍ରେମ ବ୍ୟାପାରକୁ ନେଇ ଏଭଳି ଗଣ୍ଡଗୋଳ ଘଟିଥିବା ଜଣାପଡ଼ିଛି ।

Share this story