ସଟ କୁ ୭ ହଜାର, ଫୁଲ ନାଇଟ ୩୦ ହଜାର : ଦେହ ଦଲାଲ ସୁନୀଲ ସହ ଡିଲ ବେଳର ଭିଡିଓ ଭାଇରାଲ

watch viral video sex racket link with sunil meher by archana nag

ଓଡ଼ିଆ ଗସିପ୍ ବ୍ୟୁରୋ: ଅର୍ଚ୍ଚନା ନାଗ ଘଟଣାରେ ଏକ ନିର୍ଦ୍ଧିଷ୍ଟ ଗଣମାଧ୍ୟମ ହାତରେ ଲାଗିଛି ସାଙ୍ଘାତିକ ତଥ୍ୟ । ସେକ୍ସ କାରବାର ନେଇ ଚାଲିଛି ଖୁଲମଖୁଲା ଯୋଗାଯୋଗ । ଯେଉଁଥିରେ ସିଧାସଳଖ ଅର୍ଚ୍ଚନା ନାଗ ଜଣେ ସେକ୍ସ ରାକେଟ ମାଷ୍ଟର ମାଇଣ୍ଡ ଦଲାଲ ସହ କଥା ହେଉଥିବା ଶୁଣିବାକୁ ମିଳିଛି । ମୂଲଚାଲ ହେଉଥିବା ଦେଖାଦେଇଛି କେତେ ନବ କେତେ ଦବ ସିଧା ବେଧଡକ କଥା ବାର୍ତ୍ତାର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ତେବେ କିଏ ଏହି ସୁନୀଲ ଭାଇ, ଯିଏ ଯୋଗାଉଥିଲା ଝିଅ ? ସୁନ୍ଦରୀ ଯୁବତୀଙ୍କ ରେଟ ନେଇ କିଏ କରୁଥିଲା ମୁଲଚାଲ ? ଭିଡିଓ ପ୍ରସାରଣ ପରେ ବଦବଡ଼ିଆଙ୍କ ହଜିଯିବ ନିଦ ।

ଅର୍ଚ୍ଚନା ନାଗ ଘଟଣାରେ ଗଣମାଧ୍ୟମ ହାତରେ ଲାଗିଛି Exclusive ଭିଡିଓ । ଯେଉଁ ଭିଡ଼ିଓରେ ଅର୍ଚ୍ଚନା ଜଣେ ଯୁବକଙ୍କୁ ମେସେଜ ଦେଉଥିବା କଥା ଦେଖାଯାଇଛି । ଉକ୍ତ ଯୁବକଙ୍କ ନାଁ ନିଜ ମୋବାଇଲରେ Sunil bhai M ବୋଲି ଲେଖିଛନ୍ତି ଅର୍ଚ୍ଚନା । ସ୍ନେହରେ ସୁନୀଲ ଭାଇ ଅର୍ଚନାଙ୍କୁ ଅର୍ଚୁ ବୋଲି ସମ୍ବୋଧନ କରୁଛନ୍ତି ।

ଭୁବନେଶ୍ୱର ରେ ଆଗାମୀ ଶନିବାର ପାଇଁ ୨ ଜଣ ଯୁବତୀ ଦରକାର । ମିଳିପାରିବ କି ? ଅର୍ଚ୍ଚନା ଙ୍କ ଏଭଳି ପ୍ରଶ୍ନ ପରେ ସେପଟୁ ଆସିଥିଲା ଉତ୍ତର । ଗୋଟିଏ ପରେ ଗୋଟିଏ ସୁନ୍ଦରୀ ବେଙ୍ଗଲି ଝିଅଙ୍କ ଫଟୋ ପଠାଇ ଚାଲିଥିଲେ ସୁନୀଲ ଭାଇ । ସବୁ ଫଟୋ ଦେଖିବା ପରେ ହଳଦିଆ ରଙ୍ଗ ଡ୍ରେସ ପିନ୍ଧିଥିବା ଯୁବତୀ ଜଣଙ୍କୁ ଫାଇନାଲ କରିଥିଲେ ଅର୍ଚ୍ଚନା ।

ଏଠାରେ ପ୍ରଶ୍ନ ଉଠୁଛି କାହାକୁ ଖୁସି କରିବାକୁ ଯୁବତୀ ମଗାଉଥିଲେ ଅର୍ଚ୍ଚନା ? ଏହି Sunil Bhai M ଜଣଙ୍କ ଦେହ ଦଲାଲ ସୁନୀଲ ମେହେର ନୁହେଁ, ତ ? ଯଦି ଏ ସୁନୀଲ ମେହେର, ତେବେ ସେ ଦିଗରେ ପୋଲିସ ଅଧିକ ତଦନ୍ତ କରୁଛି ତ ? ସେପଟେ ନିଜ ନାମ ଗୋପନ ରଖି ଜଣେ ପୋଲିସ ଅଧିକାରୀଙ୍କ କହିବା ମୁତାବକ ଜଣେ ପ୍ରତିଷ୍ଠିତ ହୋଟେଲ ମାଲିକଙ୍କ ପାଇଁ ଯୁବତୀ ଯୋଗାଉଥିଲେ ଅର୍ଚ୍ଚନା ।

ଏଥିରେ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ମଧ୍ୟ ତାଙ୍କୁ ସହଯୋଗ କରିଥିଲେ । ରୁପା ଗ୍ଲାସ ରେ ମଦ ପିଉଥିବା ଏହି ସ୍ୱାମୀ ସ୍ତ୍ରୀ ଏବେ ଜେଲ ହାଜତ ଭିତରେ । କିନ୍ତୁ ଏହି ଦେହ ବେପାର ର ଲିଙ୍କ ପର୍ଦ୍ଦାଫାସ ହେଲେ ବହୁ ବଡ଼ବଡ଼ିଆଙ୍କ ଅସଲ ଚରିତ୍ର ପଦାକୁ ଆସିପାରିବ । ଅର୍ଚ୍ଚନାର ନାଗର ଜାଲରେ କେତେ ରାଜନେତା, ବ୍ୟବସାୟୀ, ଅଭିନେତା ଫସିଛନ୍ତି , ସେ ନେଇ ମଧ୍ୟ ପୁରା ତଥ୍ୟ ପୋଲିସ ପାଇପାରିବ । ଖୁବଶୀଘ୍ର ଏ ସମ୍ପର୍କିତ ଆହୁରି ରୋଚକ ତଥ୍ୟ ସାମ୍ନାକୁ ଆଣିବୁ ଆମେ ।

ଏହି ଲିଙ୍କ କ୍ଲିକ କରି ଅଧିକ ପଢ଼ନ୍ତୁ: ଅର୍ଚ୍ଚନା ନାଗ ଲିଙ୍କରେ ୨୭ ରାଜନେତା: ଦୁଇ ଆଇଏଏସ ଅଧିକାରୀଙ୍କୁ ସମନ, ଢେଙ୍କାନାଳ ନେତାଙ୍କ ଟଙ୍କାରେ କିଣାଯାଇଛି ଏଣ୍ଡେଭର!

ଏହି ଲିଙ୍କ କ୍ଲିକ କରି ଅଧିକ ପଢ଼ନ୍ତୁ: ସେକ୍ସ ଲେଡି ଅର୍ଚ୍ଚନା ନାଗ ଲିଙ୍କରେ ଦୁଇ ଆଇଏଏସ ଅଫିସରଙ୍କୁ ଇଡ଼ି କରିବ ଜେରା, କଲା ସମନ, ଜାଣନ୍ତୁ କିଏ ସେହି ଆଇଏଏସ ଅଧିକାରୀ?

ସେପଟେ ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଭାର ଯେବେଠୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ହାତକୁ ନେଇଛି ତେବେଠୁ ବହୁ ବଡ଼ବଡ଼ିଆଙ୍କ ଗୁମର ପଦାକୁ ଆସିବାରେ ଲାଗିଛି । ଖାଲି ଏତିକି ନୁହେଁ ଏହି ମାମଲାକୁ ଆହୁରି ରୋଚକ କରିଦେଉଛନ୍ତି ତଦନ୍ତକାରୀ ଟିମ୍ । କାହିଁକି ନା ଦିନକୁ ଦିନ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଜେରା ଲାଗି ଇଡ଼ି ସମନ କରି ସେମାନଙ୍କଠାରୁ ଓଗାଳିଛି ବହୁ ରାଜନେତା, ବ୍ୟବସାୟୀ ଏବଂ ନାମିଦାମୀ ବ୍ୟକ୍ତିଙ୍କ ନାଁ । ଯାହାଙ୍କୁ ଖୁବ୍‌ଶୀଘ୍ର ଜେରା ଲାଗି ସମନ କରିବାକୁ ଯାଉଛି ଇଡ଼ି ।

କିନ୍ତୁ ସବୁଠୁ ବଡ କଥା ହେଲା ଗତ ୩ଦିନ ହେଲା ଇଡ଼ି କ୍ୟାପିଟାଲ ଫର୍ଡ ସୋରୁମର ମାଲିକ ସିଦ୍ଧାର୍ଥ ଗର୍ଗଙ୍କୁ ଅର୍ଚ୍ଚନାଙ୍କ ସମ୍ପତ୍ତି ଖୋଳତାଡ଼ ଏବଂ ଟଙ୍କା ଲେଣଦେଣ ନେଇ ମାରାଥନ ଜେରା କରିଛି । ଜେରା ବେଳେ ଅର୍ଚ୍ଚନାଙ୍କଠୁ ସିଦ୍ଧାର୍ଥ କେତେ ଟଙ୍କା ମୁନାଫା ପାଇଛନ୍ତି ସେନେଇ ଜେରା କରିଥିବା ଜଣାପଡିଛି ।

ଖାଲି ଏତିକି ନୁହେଁ ଗତକାଲି ଇଡ଼ି ଜବତ କରିଥିବା ଅର୍ଚ୍ଚନା ନାଗଙ୍କ ଫର୍ଡ ଏଣ୍ଡେଭର ଗାଡ଼ିକୁ ନେଇ ଖାଲତାଡ଼ ଜାରି ରଖିଛି । କାହିଁକି ନା ଇଡ଼ି ଜାଣିବାକୁ ଚାହୁଁଛି କି ଏହି ଗାଡ଼ିର ଦାମ ୪୦ଲକ୍ଷ୍ୟରୁ ଉର୍ଦ୍ଧ୍ୱ ଟଙ୍କା ଥିବା ବେଳେ ସୋରୁମ ମାଲିକ ସିଦ୍ଧାର୍ଥ ଗର୍ଗ ତାଙ୍କୁ ଏହି ଗାଡ଼ିଟିକୁ ନଗଦ ୩୩ ଲକ୍ଷ ଟଙ୍କା ରେ କେମିତି ଦେଇଥିଲେ । ଏଥିରେ ତାଙ୍କର କ’ଣ ବଡ଼ ଭୂମିକା ରହିଛି ବୋଲି ଇଡ଼ି ସିଦ୍ଧାର୍ଥ ଗର୍ଗଙ୍କୁ ପଚରାଉଚରାରେ ଝାଳନାଳ କରିଦେଇଥିଲା ।

କ’ଣ ସିଦ୍ଧାର୍ଥ ଅର୍ଚ୍ଚନାଙ୍କ ଠାରୁ କିଛି ସୁବିଧାସୁଯୋଗ ହାତେଇ ଥିଲେ କି? ଏହା ବି ଶୁଣିବାକୁ ମିଳିଛି କେଉଁଠି ଅର୍ଚ୍ଚନା ସିଦ୍ଧାର୍ଥଙ୍କୁ ସୁନ୍ଦରୀ ଯୁବତୀ ଯୋଗାଇଅସୁଥିଲେ ସେଥିପାଇଁ ବୋଧେ ହୁଏ ସିଦ୍ଧାର୍ଥ ଅର୍ଚ୍ଚନାଙ୍କୁ ଗାଡ଼ି କିଣା ପ୍ରତି ବାକି ୭ଲକ୍ଷ୍ୟ ଟଙ୍କା ଛାଡ଼ କରି ଦେଇଥାଇପାରନ୍ତି । ତେବେ ଏହି ସବୁ ଟଙ୍କା ଲେଣଦେଣ ତଥ୍ୟ ତେବେ ସାମ୍ନାକୁ ଆସିବ ଯେତେବେଳେ ଇଡ଼ି ଏହି ଘଟଣାରେ ଜଡିତ ଥିବା ଢ଼େଙ୍କାନାଳର ଜଣେ ଟାଣୁଆ ଏବଂ ପଇସାବାଲା ରାଜନେତାଙ୍କୁ ସମନ କରି ପଚରାଉଚରା କରିବ ।

Share this story

World Odia Language Conferene