ସେକ୍ସ ଲେଡି ଅର୍ଚ୍ଚନା ନାଗ ଲିଙ୍କରେ ଦୁଇ ଆଇଏଏସ ଅଫିସରଙ୍କୁ ଇଡ଼ି କରିବ ଜେରା, କଲା ସମନ, ଜାଣନ୍ତୁ କିଏ ସେହି ଆଇଏଏସ ଅଧିକାରୀ?

ED has summoned two IAS officer to grill them in Archana Nag case

ଓଡ଼ିଆ ଗସିପ୍ ବ୍ୟୁରୋ: ଲେଡି ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ମାମଲାର ତଦନ୍ତ ଭାର ଯେବେଠୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡ଼ି) ହାତକୁ ନେଇଛି ତେବେଠୁ ବହୁ ବଡ଼ବଡ଼ିଆଙ୍କ ଗୁମର ପଦାକୁ ଆସିବାରେ ଲାଗିଛି । ଖାଲି ଏତିକି ନୁହେଁ ଏହି ମାମଲାକୁ ଆହୁରି ରୋଚକ କରିଦେଉଛନ୍ତି ତଦନ୍ତକାରୀ ଟିମ୍ । କାହିଁକି ନା ଦିନକୁ ଦିନ ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ଜେରା ଲାଗି ଇଡ଼ି ସମନ କରି ସେମାନଙ୍କଠାରୁ ଓଗାଳିଛି ବହୁ ରାଜନେତା, ବ୍ୟବସାୟୀ ଏବଂ ନାମିଦାମୀ ବ୍ୟକ୍ତିଙ୍କ ନାଁ । ଯାହାଙ୍କୁ ଖୁବ୍‌ଶୀଘ୍ର ଜେରା ଲାଗି ସମନ କରିବାକୁ ଯାଉଛି ଇଡ଼ି ।

ସେପଟେ ଇଡ଼ି ଏହି ମାମଲାରେ ଦୁଇ ଆଇଏଏସ୍‌ ଅଫିସରଙ୍କୁ ଜେରା ଲାଗି ସମନ କରିଛି । ସେମାନଙ୍କର ଏହି ଘଟଣାରେ କ’ଣ ଲିଙ୍କ୍ ରହିଛି ତାହା ଇଡ଼ିର ପଚରାଉଚରା ପରେ ହିଁ ଜଣାପଡିବ । ଏହି ଦୁଇ ଆଇଏଏସ୍ ପୂର୍ବରୁ ଜଣେ ବିଏମ୍‌ସି କମିଶନର ରହିଆସିଥିବା ବେଳେ ଆଉ ଜଣେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ଭାବେ କାର୍ଯ୍ୟ କରି ଆସିଛନ୍ତି । ଏହି ବାବଦରେ ସେମାନଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେମାନଙ୍କଠାରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

କିନ୍ତୁ ସବୁଠୁ ବଡ କଥା ହେଲା ଗତ ୩ଦିନ ହେଲା ଇଡ଼ି କ୍ୟାପିଟାଲ ଫର୍ଡ ସୋରୁମର ମାଲିକ ସିଦ୍ଧାର୍ଥ ଗର୍ଗଙ୍କୁ ଅର୍ଚ୍ଚନାଙ୍କ ସମ୍ପତ୍ତି ଖୋଳତାଡ଼ ଏବଂ ଟଙ୍କା ଲେଣଦେଣ ନେଇ ମାରାଥନ ଜେରା କରିଛି । ଜେରା ବେଳେ ଅର୍ଚ୍ଚନାଙ୍କଠୁ ସିଦ୍ଧାର୍ଥ କେତେ ଟଙ୍କା ମୁନାଫା ପାଇଛନ୍ତି ସେନେଇ ଜେରା କରିଥିବା ଜଣାପଡିଛି ।

ଖାଲି ଏତିକି ନୁହେଁ ଗତକାଲି ଇଡ଼ି ଜବତ କରିଥିବା ଅର୍ଚ୍ଚନା ନାଗଙ୍କ ଫର୍ଡ ଏଣ୍ଡେଭର ଗାଡ଼ିକୁ ନେଇ ଖାଲତାଡ଼ ଜାରି ରଖିଛି । କାହିଁକି ନା ଇଡ଼ି ଜାଣିବାକୁ ଚାହୁଁଛି କି ଏହି ଗାଡ଼ିର ଦାମ ୪୦ଲକ୍ଷ୍ୟରୁ ଉର୍ଦ୍ଧ୍ୱ ଟଙ୍କା ଥିବା ବେଳେ ସୋରୁମ ମାଲିକ ସିଦ୍ଧାର୍ଥ ଗର୍ଗ ତାଙ୍କୁ ଏହି ଗାଡ଼ିଟିକୁ ନଗଦ ୩୩ ଲକ୍ଷ ଟଙ୍କା ରେ କେମିତି ଦେଇଥିଲେ । ଏଥିରେ ତାଙ୍କର କ’ଣ ବଡ଼ ଭୂମିକା ରହିଛି ବୋଲି ଇଡ଼ି ସିଦ୍ଧାର୍ଥ ଗର୍ଗଙ୍କୁ ପଚରାଉଚରାରେ ଝାଳନାଳ କରିଦେଇଥିଲା ।

କ’ଣ ସିଦ୍ଧାର୍ଥ ଅର୍ଚ୍ଚନାଙ୍କ ଠାରୁ କିଛି ସୁବିଧାସୁଯୋଗ ହାତେଇ ଥିଲେ କି? ଏହା ବି ଶୁଣିବାକୁ ମିଳିଛି କେଉଁଠି ଅର୍ଚ୍ଚନା ସିଦ୍ଧାର୍ଥଙ୍କୁ ସୁନ୍ଦରୀ ଯୁବତୀ ଯୋଗାଇଅସୁଥିଲେ ସେଥିପାଇଁ ବୋଧେ ହୁଏ ସିଦ୍ଧାର୍ଥ ଅର୍ଚ୍ଚନାଙ୍କୁ ଗାଡ଼ି କିଣା ପ୍ରତି ବାକି ୭ଲକ୍ଷ୍ୟ ଟଙ୍କା ଛାଡ଼ କରି ଦେଇଥାଇପାରନ୍ତି । ତେବେ ଏହି ସବୁ ଟଙ୍କା ଲେଣଦେଣ ତଥ୍ୟ ତେବେ ସାମ୍ନାକୁ ଆସିବ ଯେତେବେଳେ ଇଡ଼ି ଏହି ଘଟଣାରେ ଜଡିତ ଥିବା ଢ଼େଙ୍କାନାଳର ଜଣେ ଟାଣୁଆ ଏବଂ ପଇସାବାଲା ରାଜନେତାଙ୍କୁ ସମନ କରି ପଚରାଉଚରା କରିବ ।

ଏହି ଲିଙ୍କ କ୍ଲିକ କରି ଅଧିକ ପଢ଼ନ୍ତୁ: ଚଉଠି ରାତିରେ ଶାରୀରିକ ସମ୍ପର୍କ ରଖିବାକୁ ମନା କଲେ ପତ୍ନୀ, ଓଢ଼ଣା ଉଠାଇବା ମାତ୍ରେ ବରର ଉଡ଼ିଲା ହୋସ୍‌, ଜାଣନ୍ତୁ ଏମିତି କଣ ଘଟିଲା...

ଏହି ଲିଙ୍କ କ୍ଲିକ କରି ଅଧିକ ପଢ଼ନ୍ତୁ: ନାବାଳିକା ଝିଅ ଚିଲେଇ ଚିଲେଇ ଚିତ୍କାର କରୁଥାଏ 'ବାପା ମୁଁ ତୁମ ଝିଅ ମତେ ଛାଡିଦିଅ', ହେଲେ ବାପା, ଭାଇ ଏବଂ ପରିବାରର ଅନ୍ୟ ଦୁଇ ସଦସ୍ୟ ଝୁଣି ଖାଇଲେ ତାର ଦେହ...

ଇଡ଼ିର ଭିତିରି ମହଲରୁ ସୂଚନା ମିଳିଛି ଯେ ସିଦ୍ଧାର୍ଥଙ୍କୁ ପଚରାଉଚରା ବେଳେ ତଦନ୍ତକାରୀ ଅଧିକାରୀ ଜାଣିବାକୁ ପାଇଛନ୍ତି ଯେ ଏହି ରାଜନେତା ଜଣଙ୍କ କୋଉଠି ଅର୍ଚ୍ଚନାଙ୍କୁ ଏହି ଗାଡ଼ି ଗିଫ୍ଟ କରିଥିଲେ । ଆଉ ଗାଡି ମୋଲଚାଲ କରିବା ବେଳେ ଏହି ରାଜନେତା କୁଆଡ଼େ ଭାରି ମୁଣ୍ଡ ପୁରାଇଥିଲେ । ଯଦି ଏହା ସତ ହୋଇଥାଏ ତେବେ ଆଗକୁ ସ୍ଥିତି ଭାରି ଗମ୍ଭୀର ଆଡ଼କୁ ଯିବ କୋଲି ଚର୍ଚ୍ଚା ଜୋର ଧରିଛି । କୁଆଡ଼େ ଜଣାପହିଛି କି ଏହି ରାଜନେତାଙ୍କର ଭୁବନେଶ୍ୱର-କଟକରେ ଗାଡି ସୋରୁମ ରହିଛି ।

ଏହାଛଡ଼ା ଅର୍ଚ୍ଚନା ନାଗ ମାମଲାରେ କୁଆଡ଼େ ୨୭ ରାଜନେତା ଅର୍ଚ୍ଚନାଙ୍କଠାରୁ ବହୁତ ମାତ୍ରାରେ ଉପକୃତ ହୋଇଛନ୍ତି । ଅର୍ଚ୍ଚନା ଏବଂ ଏହି ସମସ୍ତ ରାଜନେତାଙ୍କ ଭିତରେ କୌଣସି ଟଙ୍କା ଲେଣଦେଣ ହୋଇଛି କି ସେନେଇ ଖୁବ୍‌ଶୀଘ୍ର ଇଡ଼ି ୨୭ ରାଜନେତାଙ୍କୁ ଜେରା ଲାଗି ସମନ କରିବ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି ।

Share this story