ଚଉଠି ରାତିରେ ଶାରୀରିକ ସମ୍ପର୍କ ରଖିବାକୁ ମନା କଲେ ପତ୍ନୀ, ଓଢ଼ଣା ଉଠାଇବା ମାତ୍ରେ ବରର ଉଡ଼ିଲା ହୋସ୍‌, ଜାଣନ୍ତୁ ଏମିତି କଣ ଘଟିଲା...

wife refuses to be physical with husband on first night in uttar pradesh know the reason

ଓଡ଼ିଆ ଗସିପ ବ୍ୟୁରୋ: ଉତ୍ତର ପ୍ରଦେଶରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଯୁବକଙ୍କ ବାହାଘରରେ ସବୁକିଛି ସୁରୁଖୁରୁରେ ହେଇସାରିଥିଲା, ବାହାଘର ପରେ କନ୍ୟା ତାଙ୍କ ଶାଶୁ ଘରକୁ ଆସିଯାଇଥିଲେ । ଏହି ସମୟରେ ଯୁବକ ଜଣକ ଏକାନ୍ତରେ ତାଙ୍କ ପତ୍ନୀଙ୍କ ସହ କଥା ହେବାର ସୁଯୋଗ ପାଇଥିଲେ ।

ବାହାଘର (Marriage) ଅବସରରେ ବର (Bride) ଓ କନ୍ୟା (Groom) ଙ୍କ ଘରେ ଖୁସିର ପରିବେଶ ଦେଖାଦେଇଥାଏ । ଏହି ସମୟରେ ସମ୍ପର୍କୀୟ ଓ ବନ୍ଧୁମାନେ ମଧ୍ୟ ଏହି ବାହାଘରର ସାକ୍ଷୀ ହେବାକୁ ଚାହାଁନ୍ତି । କିନ୍ତୁ ବାହାଘହ ସମୟରେ ଯଦି ଝିଅ କିମ୍ବା ପୁଅ ପକ୍ଷରୁ କୌଣସି ତଥ୍ୟ ଲୁଚାଇ ବାହାଘର କରାଯାଇଥାଏ, ତେବେ ବ୍ୟକ୍ତି ଜଣକ ନିଜକୁ ଠକାମିର ଶିକାର ହୋଇଥିବା ଅନୁଭବ କରନ୍ତି ।

ଏପରି କିଛି ଉତ୍ତର ପ୍ରଦେଶର ଏଟାରେ ଘଟିଛି । ଏଟାରେ ଏକ ଅଜବ ମାମଲା ସାମ୍ନାକୁ ଆସିଛି । ଯେଉଁଠାରେ ଜଣେ ଯୁବକଙ୍କ ବାହାଘରରେ ସବୁକିଛି ସୁରୁଖୁରୁରେ ହେଇସାରିଥିଲା, ବାହାଘର ପରେ କନ୍ୟା ତାଙ୍କ ଶାଶୁ ଘରକୁ ଆସିଯାଇଥିଲେ ।

ଏହି ସମୟରେ ଯୁବକ ଜଣକ ଏକାନ୍ତରେ ତାଙ୍କ ପତ୍ନୀଙ୍କ ସହ କଥା ହେବାର ସୁଯୋଗ ପାଇଥିଲେ । ଏହାସହ ଯୁବକ ଜଣକ ଚଉଠି ରାତିରେ ତାଙ୍କ ପତ୍ନୀଙ୍କ ସହ ଶାରୀରିକ ସମ୍ପର୍କ ରଖିବାକୁ ଇଚ୍ଛା ପ୍ରକାଶ କରିଥିଲେ ।

କିନ୍ତୁ ଏହି ସମୟରେ ପତ୍ନୀ ଶାରୀରିକ ସମ୍ପର୍କ ଗଢ଼ିବାକୁ ମନା କରିଦେଇଥିଲେ । ଯୁବକ ଜଣକ ପ୍ରଥମ ଦିନରେ ରାଜି ହୋଇଯାଇଥିଲେ । ପରଦିନ ରାତିରେ ଶାରୀରିକ ସମ୍ପର୍କ ଗଢ଼ିବା ପୂର୍ବରୁ ଯେତେବେଳେ ସେ ନିଜ ପତ୍ନୀଙ୍କ ଓଢ଼ଣା ଉଠାଇଲେ, ସେ ଚିତ୍କାର କରିବାକୁ ଲାଗିଲେ ।

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : ବିଶ୍ୱ କପରୁ ହାରିଲା ପରେ ଟିମ୍ ଇଣ୍ଡିଆରେ ODI ଓ T20କୁ ନେଇ ହେବ ଏହି ବଡ଼ ପରିବର୍ତ୍ତନ, ଜାଣନ୍ତୁ କିଏ ସମ୍ଭାଳିବ ଅଧିନାୟକ ପଦ?

ଏହି ଲିଙ୍କ କ୍ଲିକ କରି ଅଧିକ ପଢନ୍ତୁ : ପଦ୍ମପୁର ଉପନିର୍ବାଚନରେ ଶ୍ୱଶୁର ରମାରଞ୍ଜନଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ ବୋହୁ ବର୍ଷା

ଏହା ଶୁଣି ପରିବାର ସଦସ୍ୟ ମଧ୍ୟ ଦ୍ୱନ୍ଦ୍ୱରେ ପଡ଼ିଯାଇଥିଲେ । ଯୁବକ ଜଣକ କହିଲା ମୋ ପତ୍ନୀ ଜଣେ କିନ୍ନର (Kinnar) । ଏହା ଶୁଣି ପରିବାର ସଦସ୍ୟ ମଧ୍ୟ ଆଶ୍ଚର୍ଯ୍ୟ ଚକିତ ହୋଇଗଲେ । କୁହାଯାଉଛି ଏହି ଘଟଣା ପରେ ଯୁବକ ଜଣକ ପାଞ୍ଚ ରାତି ଶୋଇପାରି ନଥିଲେ ।

ଯୁବକ କହିଛନ୍ତି ଯେ, ଲୋକ ଲଜ୍ଜା ଭୟରେ ଏହି ମାମଲା କିଛି ଦିନ ପର୍ଯ୍ୟନ୍ତ ଲୁଚାଇ ରଖାଯାଇଥିଲା । ଅଭିଯୋଗ ହୋଇଛି ଯେ ପାଞ୍ଚ ଦିନ ପରେ ଅଭିଯୁକ୍ତ ପତ୍ନୀ, ଶାଶୁ, ଶ୍ୱଶୁର, ଶାଳୀ ଆସିଥିଲେ ଓ ଅଳଙ୍କାର, ଟଙ୍କା ନେଇ ପଳାଇ ଯାଇଥିଲେ । ଯେତେବେଳେ ପୀଡିତ଼ ଯୁବକ ଅଳଙ୍କାର ଓ ଟଙ୍କା ମାଗିଥିଲେ, ଅଭିଯୁକ୍ତମାନେ ତାଙ୍କୁ ଆକ୍ରମଣ କରି ଆହତ କରିଦେଇଥିଲେ । ହତ୍ୟା କରିବାକୁ ଧମକ ମଧ୍ୟ ଦେଇଛନ୍ତି ।

ପୀଡିତ଼ ଯୁବକ ବର୍ତ୍ତମାନ ଜୈଥାରା ଥାନାରେ ମାମଲା ରୁଜୁ କରିଛନ୍ତି । ଯୁବକଙ୍କ ଅଭିଯୋଗ ଉପରେ ପୋଲିସ ଏକ ରିପୋର୍ଟ ପଞ୍ଜିକରଣ କରି ତଦନ୍ତ ଆରମ୍ଭ କରିଛି । ମାମଲା ରୁଜୁ କରିବାବେଳେ SHO ଜୈଥାରା ରମେନ୍ଦ୍ର ଶୁକ୍ଲା କହିଛନ୍ତି ଯେ, ଏହି ମାମଲା ରୁଜୁ ହୋଇସାରିଛି । ଘଟଣାର ତଦନ୍ତ କରାଯାଉଛି ।

ପୀଡ଼ିତ ଯୁବକ ଜଣାଇଛନ୍ତି ଯେ, ଯେତେବେଳେ ସେ କନ୍ୟାର ଓଢ଼ଣା ଉଠାଇଲେ ସେତେବେଳେ ସେ ନିଜକୁ ଠକାମିର ଶିକାର ହୋଇଥିବା ଅନୁଭବ କଲେ । ସେ କହିଛନ୍ତି ଯେ ଯେତେବେଳେ ସେ ଜାଣିବାକୁ ପାଇଲେ ଯେ ପତ୍ନୀ ଜଣେ କିନ୍ନର, ସେ ପାଞ୍ଚ ଦିନରାତିରେ ଶୋଇପାରି ନଥିଲେ ।

ଯେତେବେଳେ ସେ ଝିଅକୁ ଦେଖିବାକୁ ଯାଇଥିଲେ, ସେହି ସମୟରେ କନ୍ୟା ପକ୍ଷର ଲୋକମାନେ ତାଙ୍କୁ କିଛି କହି ନଥିଲେ । ତେବେ ତାଙ୍କ ସହ ଘଟିଥିବା ଠକେଇ ସମ୍ପର୍କରେ ବର ପକ୍ଷ ପୋଲିସରେ ଏକ ମାମଲା ରୁଜୁ କରିଛି । ପୋଲିସ ତଦନ୍ତ ଆରମ୍ଭ କରିଛି ।

Share this story

World Odia Language Conferene