ପଦ୍ମପୁର ଉପନିର୍ବାଚନରେ ଶ୍ୱଶୁର ରମାରଞ୍ଜନଙ୍କ ବିରୋଧରେ ମୈଦାନକୁ ଓହ୍ଲାଇବେ ବୋହୁ ବର୍ଷା

sasura bohu1

ଓଡ଼ିଆ ଗସିପ ବ୍ୟୁରୋ: ବହୁ କସରତ ପରେ ପଦ୍ମପୁର ଉପନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି । ଦିବଙ୍ଗତ ବିଜେଡି ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବଡ଼ ଝିଅ ବର୍ଷା ସିଂ ବରିହାଙ୍କୁ ବିଜେଡି ଆଜି ତାର ପ୍ରାର୍ଥୀ ଭାବେ ଘୋଷଣା କରିଛି । 

ଏ ନେଇ ଦଳର ସଭାପତି ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି । ଦିବଙ୍ଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ଝିଅ ବର୍ଷାଙ୍କୁ ଦଳୀୟ ପ୍ରାର୍ଥୀ କରିଛି ବିଜୁ ଜନତା ଦଳ । ସେ ଇତିହାସରେ ସ୍ନାତକୋତ୍ତର କରିବା ପରେ ବେଙ୍ଗାଲୁରୁରେ ଆଇନରେ ସ୍ନାତକ କରିଛନ୍ତି । ବର୍ଷା ହେଉଛନ୍ତି ଉପକୂଳ ଓଡ଼ିଶାର ବିଜେପି ନେତା ତଥା ପୂର୍ବତନ ବିଧାୟକ ରମାରଞ୍ଜନ ବଳିୟାରସିଂଙ୍କ ପୁତ୍ରବଧୂ ।

ପ୍ରାର୍ଥୀ ଘୋଷଣା ପୂର୍ବରୁ ଗଣମାଧ୍ୟମ ରମାରଞ୍ଜନଙ୍କୁ ପ୍ରଶ୍ନ କରିଥିଲେ ଯେ ବର୍ଷାଙ୍କୁ ପ୍ରାର୍ଥୀ କରିପାରେ ବିଜେଡି । ଏହାର ଉତ୍ତରରେ ସେ କହିଥିଲେ, ମୁଁ ଦଳର ସାଧାରଣ ଏବଂ ଶୃଙ୍ଖଳିତ ସଭ୍ୟ, ତେଣୁ ଏ ପ୍ରଶ୍ନର କୌଣସି ଯଥାର୍ଥତା ନାହିଁ । ତେବେ ଦଳ ନା ବୋହୂ ଆଗ ପ୍ରଶ୍ନରେ ସେ କହିଥିଲେ ମୁଁ ଦଳର କର୍ମୀ ଦଳ ପାଇଁ କାମ କରିବି ।

ଏଠି କ୍ଲିକ କରି ଅଧିକ ପଢ଼ନ୍ତୁ : ପଦ୍ମପୁର ଉପନିର୍ବାଚନ ପାଇଁ ବର୍ଷା ସିଂହ ବରିହାଙ୍କୁ ପ୍ରାର୍ଥୀ ଭାବେ ବାଛିଲା ବିଜେଡି, ଜାଣନ୍ତୁ ସେ କିଏ?

ଗୋଟିଏ ପଟେ ଦଳ ଆଉ ଗୋଟିଏ ପଟେ ବୋହୂ, ରମାରଞ୍ଜନ କାହାକୁ ସହଯୋଗ କରିବା ତାହା ଗୋଟିଏ ବଡ ପ୍ରଶ୍ନ । ବର୍ଷା କିନ୍ତୁ ଏହାକୁ ନେଇ ସ୍ପଷ୍ଟ ଉତ୍ତର ରଖିଛନ୍ତି । ସେ କହିଛନ୍ତି ବିଜେଡିରୁ ପ୍ରାର୍ଥୀ ହେବା ପୂର୍ବରୁ ଉଭୟ ପରିବାର ମଧ୍ୟରେ ଆଲୋଚନା ହୋଇଛି । ଏଥିପାଇଁ ତାଙ୍କୁ କେହି ବାଧ୍ୟ କରିନାହାନ୍ତି । ଉଭୟ ପରିବାର ଆଶୀର୍ବାଦ ମୋ ସହ ରହିଛି । ମୋ ନିଷ୍ପତ୍ତିକୁ ମଧ୍ୟ ଉଭୟ ପରିବାର ସହମତି ଜଣାଇଛନ୍ତି ।

ସୂଚନାଯୋଗ୍ୟ, ପଦ୍ମପୁର ଉପନିର୍ବାଚନ ପାଇଁ ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ବିଜେପିର ପ୍ରାର୍ଥୀ ହୋଇଛନ୍ତି । ଏ ସଂକ୍ରାନ୍ତରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ବିଧିବଦ୍ଧ ଘୋଷଣା କରିଥିଲା । ଆଜି ବିଜେଡି ପ୍ରାର୍ଥୀ ଘୋଷଣା କରିଛି ।

ତେଣେ ସତ୍ୟଭୂଷଣ ସାହୁଙ୍କୁ  କଂଗ୍ରେସ ଦଳ ପକ୍ଷରୁ ପ୍ରାର୍ଥୀ କରାଯାଇଛି । ପଦ୍ମପୁର ବିଧାୟକ ବିଜୟ ରଂଜନ ସିଂହ ବରିହାଙ୍କର ଗତ ମାସ ୩ ତାରିଖରେ ପରଲୋକ ହେବା ପରେ ଏଠାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି ।

Share this story