ସମଲିଙ୍ଗୀ ବିବାହ ମାମଲା : କାହିଁକି ଅନୁମତି ପାଇଁ ହେଉଛି ଦାବି ? ଘୁଞ୍ଚିଲା ସୁପ୍ରିମକୋର୍ଟର ଶୁଣାଣି...

same sex marriage is at stake as Supreme Court will rule on it on March 18

ଓଡ଼ିଆ ଗସିପ୍ ବ୍ୟୁରୋ: ସମଲିଙ୍ଗୀ ବିବାହ ମାମଲାର ଶୁଣାଣି କରିଛନ୍ତି କେନ୍ଦ୍ର ସରକାର । କିନ୍ତୁ ସୁପ୍ରିମକୋର୍ଟରେ ସତ୍ୟପାଠ ଦାଖଲ କରି କେନ୍ଦ୍ର ସରକାର ସମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ବିରୋଧ କରିଛନ୍ତି । ଏହା ଭାରତୀୟ ବିବାହ ଓ ପରିବାର ବ୍ୟବସ୍ଥାର ବିରୁଦ୍ଧାଚରଣ କରୁଛି ବୋଲି ସତ୍ୟପାଠରେ ଦର୍ଶାଇଛନ୍ତି ମୋଦୀ ସରକାର ।

ଖାଲି ଏତିକି ନୁହେଁ, ସମଲିଙ୍ଗୀ ବିବାହକୁ ଭାରତୀୟ ବିବାହ ପରମ୍ପରା ସହିତ ତୁଳନା କରାଯାଇପାରିବ ନାହିଁ ବୋଲି କହିଛନ୍ତି କେନ୍ଦ୍ର ସରକାର । ସେପଟେ ସମଲିଙ୍ଗୀ ବିବାହ ମାମଲା ନେଇ ସୁପ୍ରିମକୋର୍ଟରେ ଘୁଞ୍ଚିଲା ଶୁଣାଣି । ଏପ୍ରିଲ ୧୮ ତାରିଖରେ ହେବ ମାମଲାର ପରବର୍ତ୍ତୀ ଶୁଣାଣି । ୫ ଜଣିଆ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବେ ।

ଆହୁରି ପଢ଼ନ୍ତୁ : କୁକୁର ସହ ଶାରୀରିକ ସମ୍ପର୍କ ରଖିଲେ ଜଣେ ସୁସ୍ଥ ମାନସିକତାର ଆଧୁନିକ ଯୁଗର ମହିଳା, ଆଉ ତା ପରେ...

ଏହି ମାମଲା ସାଧାରଣ ଲୋକଙ୍କ ସହ ଜଡିତ ଓ ଗୁରୁତ୍ୱପୂର୍ଣ୍ଣ ବୋଲି ଏହାକୁ ଲାଇଭ ଷ୍ଟ୍ରିମିଂ କରିବାକୁ ଦାବି କରିଛନ୍ତି ଆବେଦନକାରୀ । ସେମାନେ କହିଛନ୍ତି କି ପୂରା ଦେଶ ଜାଣିବା ଦରକାର କଣ ଶୁଣାଣି ହେଉଛି ।

ବିବାହ କହିଲେ ଦୁଇ ବିପରୀତ ଲିଙ୍ଗ ବ୍ୟକ୍ତିଙ୍କ ମଧ୍ୟରେ ମିଳନ ଅପରିହାର୍ଯ୍ୟ ବୋଲି ବୁଝାଯାଏ । ଏହି ସଂଜ୍ଞା ସାମାଜିକ, ସାଂସ୍କୃତିକ ଓ ଆଇନଗତ ଭାବେ ବିବାହର ଅବଧାରଣା ହୋଇ ରହିଆସିଛି । ଏହାକୁ ନ୍ୟାୟିକ ବ୍ୟାଖ୍ୟା ଦ୍ୱାରା ବଦଳାଇବା ଉଚିତ ନୁହେଁ ବୋଲି କହିଛନ୍ତି କେନ୍ଦ୍ର ସରକାର ।

ସ୍ୱତନ୍ତ୍ର ବିବାହ ଅଧିନିୟମ ୧୯୫୪ ଅନୁଯାୟୀ ଇଂଟରକାଷ୍ଟ, ଇଂଟରରିଲିଜିଅନ ବା ଧର୍ମ ବିବାହ ପଞ୍ଜିକୃତ ହେଉଛି । ଏବେ ସମଲିଙ୍ଗୀ ବିବାହକୁ ସ୍ୱତନ୍ତ୍ର ବିବାହ ଅଧିନିୟମ ୧୯୫୪ ଅନୁଯାୟୀ ପଞ୍ଜୀକୃତ କରାଯାଇପାରିବ କି ନାହିଁ ଆଜି କେନ୍ଦ୍ର ସରକାର କୋର୍ଟରେ ସ୍ପଷ୍ଟ କରିବେ ।

ଆହୁରି ପଢ଼ନ୍ତୁ : ‘ମୋ ସ୍ୱାମୀ ମୋତେ ଦେହଜୀବୀ ସଜାଇବାକୁ ଚାହୁଁଛନ୍ତି, ମୋତେ ବଞ୍ଚାନ୍ତୁ’, ଏମିତି କାନ୍ଦି କାନ୍ଦି ଗୁହାରି କଲେ ମହିଳା...

ବିବାହର ସଂଜ୍ଞା କ’ଣ ?

ସମଲିଙ୍ଗୀ ସଂପର୍କ ଆଇପିସିର ଧାରା ୩୭୭ ଅନୁଯାୟୀ ଅପରାଧ ନୁହେଁ । ସମଲିଙ୍ଗୀ ସଂପର୍କ ବୈଧ ଘୋଷଣା କରିଛନ୍ତି ସୁପ୍ରିମକୋର୍ଟ । ଏହାପରେ ବିବାହକୁ ଆଇନରେ ମାନ୍ୟତା ଦେବାକୁ ଦାବି ଉଠିଛି । ଏଲଜିବିଟି-କ୍ୟୁ କମ୍ୟୁନିଟି ବିବାହକୁ ମାନ୍ୟତା ଦେବାକୁ ଦାବି କରୁଛନ୍ତି । କେନ୍ଦ୍ର ସରକାର ସମଲିଙ୍ଗୀ ବିବାହ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିଛନ୍ତି । ଭାରତୀୟ ପରମ୍ପରାରେ ପୁରୁଷ-ମହିଳା ଏବଂ ତାଙ୍କର ସନ୍ତାନକୁ ନେଇ ପରିବାର । ପୁଅ-ଝିଅ ମଧ୍ୟରେ ବିବାହକୁ ସ୍ୱୀକୃତି ମିଳିପାରିବ କହିଛି କେନ୍ଦ୍ର । ଭିନ୍ନ ଲିଙ୍ଗରେ ବିବାହକୁ ହିଁ ଆଦର୍ଶ ରୂପରେ ଦେଖାଯାଇଛି । ସମଲିଙ୍ଗୀ ବିବାହ ଭାରତୀୟ ପରମ୍ପରା-ବିରୋଧୀ ।

ଏଥିସହ କେନ୍ଦ୍ର କେବଳ ପୁରୁଷ ଓ ମହିଳାଙ୍କ ବିବାହକୁ ମାନ୍ୟତା ଦେବାକୁ ଇଚ୍ଛୁକ । ଅନ୍ୟ କୌଣସି ପ୍ରକାର ବିବାହକୁ ମାନ୍ୟତା ଦିଆଯିବା ଉଚିତ ନୁହେଁ । ସାମ୍ପ୍ରତିକ ସାମାଜିକ ସ୍ଥିତି ଅନୁସାରେ ବିଭିନ୍ନ ପ୍ରକାର ବିବାହ ଓ ସମ୍ବନ୍ଧ ପ୍ରଚଳିତ । କେନ୍ଦ୍ର କେବଳ ବିଷମଲିଙ୍ଗୀ ବିବାହକୁ ମାନ୍ୟତା ଦେବାକୁ ପ୍ରସ୍ତୁତ । ସମଲିଙ୍ଗୀ ବିବାହକୁ ବେଆଇନ ବୋଲି କହି ନାହାନ୍ତି ସରକାର ।

କାହିଁକି ଅନୁମତି ପାଇଁ ଦାବି ?

ସ୍ୱୀକୃତି ନମିଳିଲେ ସମଲିଙ୍ଗୀ ଦମ୍ପତି ଅସୁରକ୍ଷିତ ଅନୁଭବ କରୁଛନ୍ତି । ସମଲିଙ୍ଗୀ ବିବାହରେ ଜଡିତ ଦମ୍ପତି ସୁରକ୍ଷା ଆବଶ୍ୟକ କରୁଛନ୍ତି । ସମଲିଙ୍ଗୀ ବିବାହକୁ ଆଇନଗତ ସ୍ୱୀକୃତି ମିଳିଲେ କାହାରି କ୍ଷତି ହେବ ନାହିଁ । ଏହା ସେହି ଲୋକମାନଙ୍କୁ ସାମାଜିକ ସୁରକ୍ଷା ଦେବ । ବିଶ୍ୱର ୩୦ଟି ଦେଶରେ ସମଲିଙ୍ଗୀ ବିବାହକୁ ସ୍ୱୀକୃତି । ଫ୍ରାନ୍ସ, ଫିନଲ୍ୟାଣ୍ଡ, ଡେନମାର୍କ, କ୍ୟୁବା, କାନାଡା, ବ୍ରାଜିଲ
ଅଷ୍ଟ୍ରେଲିଆ, ଜର୍ମାନୀ, ମାଲ୍ଟା, ଆର୍ଜେଂଟିନା, ଦକ୍ଷିଣ ଆଫ୍ରିକା । ତାଇୱାନ, ବ୍ରିଟେନ, ଆମେରିକା ହେଉଛି ମୁଖ୍ୟ ଦେଶ । ଏହି ଦେଶରେ ସମଲିଙ୍ଗୀ ବିବାହକୁ ମିଳିଛି ଅନୁମତି । ଅଧିକାଂଶ ଦେଶ ପଶ୍ଚିମ ୟୁରୋପ ଏବଂ ଆମେରିକାର ।

ଆହୁରି ପଢ଼ନ୍ତୁ : ପ୍ରଥମ ଥର ପାଇଁ କଲେଜ ଛାତ୍ରୀ ହେଲେ ମହିଳା ମୁଖ୍ୟମନ୍ତ୍ରୀ !, ପୁରା ଘଟଣା ପଢି ଆପଣ ତାଯୁବ ରହିଯିବେ, ଜାଣନ୍ତୁ ସେ କିଏ ?

ଖାଲି ଏତିକି ନୁହେଁ ଏସିଆ ମହାଦେଶରୁ ତାଇୱାନ ସମଲିଙ୍ଗୀ ବିବାହକୁ ଅନୁମତି ଦେଇଛି । ଏସିଆରେ ସମଲିଙ୍ଗୀ ବିବାହକୁ ନେଇ ବିବାଦ ରହିଛି । ସେପ୍ଟେମ୍ବର ୨୦୧୮ରେ ସୁପ୍ରିମକୋର୍ଟ ଧାରା ୩୭୭ର କିଛି ଅଂଶକୁ ଅବୈଧ କରିଥିଲେ । ସେବେଠୁ ବୟସ୍କ ବ୍ୟକ୍ତିଙ୍କ ମଧ୍ୟରେ ଯୌନ ସମ୍ପର୍କ ଅପରାଧ ଶ୍ରେଣୀରୁ ବାଦ ପଡିଥିଲା ।

Share this story

World Odia Language Conferene