‘ମୋ ସ୍ୱାମୀ ମୋତେ ଦେହଜୀବୀ ସଜାଇବାକୁ ଚାହୁଁଛନ୍ତି, ମୋତେ ବଞ୍ଚାନ୍ତୁ’, ଏମିତି କାନ୍ଦି କାନ୍ଦି ଗୁହାରି କଲେ ମହିଳା...

Husband used to force me into sex trade alleges woman

ଓଡ଼ିଆ ଗସିପ୍ ବ୍ୟୁରୋ: ‘ସତ ଲୁଚାଇ ସେ ମୋ ସହ ପ୍ରତାରଣା କରିଛନ୍ତି । ସବୁ କିଛି ଜଣାପଡ଼ିବା ପରେ ସେ ମୋତେ ଏବଂ ମୋ ପିଲାକୁ ବନ୍ଧକ ରଖିଛନ୍ତି । ମୋତେ ଅନ୍ୟ ପୁରୁଷଙ୍କ ସହିତ ସମ୍ପର୍କ ରଖିବାକୁ ବାଧ୍ୟ କରୁଛନ୍ତି । ମୁଁ ଚାଲିଯିବାକୁ ଚାହିଁଲେ, ମୋତେ ଯିବାକୁ ଦେଉନାହାନ୍ତି ।

ମୋତେ ବଞ୍ଚାନ୍ତୁ ସାର୍… ' ମଧ୍ୟପ୍ରଦେଶର ଶିବପୁରୀ ଜିଲ୍ଲାରେ ଜଣେ ମହିଳା, ପୋଲିସ୍‌ ନିକଟରେ ନିଜ ଦୁଃଖ ବଖାଣିଛନ୍ତି । ୫ ବର୍ଷ ଧରି ସ୍ୱାମୀସ୍ତ୍ରୀ ପରି ରହିବା ପରେ ମଧ୍ୟ ସେ ପଶୁ ପରି ବ୍ୟବହାର କରୁଛନ୍ତି । ଏସଏସପିଙ୍କ ନିକଟରେ ଲିଖିତ ଅଭିଯୋଗ କରି ମହିଳା ଜଣକ ପୁରା କାହାଣୀ କହିଛନ୍ତି ।

ଆହୁରି ପଢ଼ନ୍ତୁ : ପ୍ରତିକ୍ରିୟାଶୀଳ ହେଲେ ଆଇଟମ ଗାର୍ଲ ନିଶା ମହାରଣା, କହିଲେ "ନବୀନ ସାର୍ କୁହନ୍ତୁ ଆମେ କଣ ପିନ୍ଧିକି ନାଚିବୁ, ଅଙ୍ଗବସ୍ତ୍ର କୁ ନେଇ...", ଦେଖନ୍ତୁ ଭିଡ଼ିଓ...

୧ ସେପ୍ଟେମ୍ବର ୨୦୧୧ରେ ସେ ତାଙ୍କ ସ୍ୱାମୀଙ୍କୁ ହରାଇଥିଲେ । ତିନି ବର୍ଷ ପରେ ସେ ଅଭିଯୁକ୍ତ ଶୋବରନ୍ ଯାଦବଙ୍କୁ ଭେଟିଥିଲେ ଏବଂ ଉଭୟଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା । ଶୋବରନ୍ ସଂପୃକ୍ତ ମହିଳାଙ୍କୁ ମିଛ କହିଥିଲେ ଯେ, ତାଙ୍କ ପତ୍ନୀଙ୍କର ମଧ୍ୟ ଦେହାନ୍ତ ହୋଇଯାଇଛି । ଆଉ ସେ ମଧ୍ୟ ଜାଟ୍‌ ସମ୍ପ୍ରଦାୟର, ତେଣୁ ବିବାହ ପାଇଁ ପ୍ରସ୍ତାବ ଦେଇଥିଲେ ।

ବିବାହ କଥା ଶୁଣିବା ପରେ ମହିଳା ଜଣକ ଶୋବରନ୍‌ ପ୍ରେମଜାଲରେ ପଡ଼ି ତାଙ୍କ ସହ ରହିବାକୁ ଲାଗିଲେ । କୋର୍ଟରେ ଲିଖିତ ରୂପରେ ଉଭୟଙ୍କର ବିବାହ ମଧ୍ୟ ହୋଇଛି । ବିବାହ ପରେ ଉଭୟଙ୍କର ଏକ ସନ୍ତାନ ମଧ୍ୟ ହୋଇଥିଲା । ପରେ ମହିଳା ଜଣକ ଜାଣିବାକୁ ପାଇଥିଲେ ଶୋବରନ୍‌ ପୂର୍ବରୁ ବିବାହିତ । ପତ୍ନୀ ଏବଂ ସନ୍ତାନ ସହିତ ପରିବାର ସଦସ୍ୟ ମଧ୍ୟ ଅଛନ୍ତି । ଏଥିପାଇଁ ସେ ସଂପୃକ୍ତ ମହିଳାଙ୍କୁ ନେଇ ଭଡ଼ାଘରେ ରହୁଥିଲେ ।

ହେଲେ ମହିଳା ଜଣକ ନିଜ ଅଧିକାର ଦାବି କରିବା ପରେ ତାଙ୍କୁ ବନ୍ଧକ ରଖିବା ଆରମ୍ଭ କଲେ । ଧୀରେ ଧୀରେ ଅତ୍ୟାଚାର ବଢ଼ିବାରେ ଲାଗିଥିଲା । ମାଡ୍‌ପିଟ୍‌ କରି ମନ ଭରିଯିବା ପରେ ଶୋବରନ୍ ପୀଡିତାଙ୍କ ମାଧ୍ୟମରେ ଟଙ୍କା ରୋଜଗାର କରିବାକୁ ଯୋଜନା ପ୍ରସ୍ତୁତ କଲେ । ଆଉ ତା’ପରେ ପରପୁରୁଷଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରିବାକୁ ଲାଗିଲେ । ମନା କରିବା ପରେ ମହିଳା ଓ ପୁଅକୁ ମାଡ ମାରିବାକୁ ପଛାଉ ନଥିଲା ଶୋବରନ୍ ।

ଆହୁରି ପଢ଼ନ୍ତୁ : ୧୧ ଜିଲ୍ଲାରେ ହେବ ଘଡ଼ଘଡ଼ି ସହ ବର୍ଷା, ସତର୍କ କଲା ପାଣିପାଗ କେନ୍ଦ୍ର, ଏହି ସମସ୍ତ ଜିଲ୍ଲାକୁ ୱାର୍ଣ୍ଣିଂ

ଚଳିତ ବର୍ଷ ଜାନୁୟାରୀ ମାସରେ କୌଣସି ପ୍ରକାରେ ଶୋବରନଙ୍କ କବଳରୁ ରକ୍ଷା ପାଇ ମହିଳା ଜଣକ ଘରୁ ପଳାଇ ଯାଇଥିଲେ । ହେଲେ ଶୋବରନ୍ ପିଛା କରି ତାଙ୍କ ଠିକଣା ସମ୍ପର୍କରେ ଜାଣି ପୁଣି ଡରାଇ ଧମକାଇ ଘରକୁ ନେଇ ଆସିଲେ ।

ଏବେ ନିର୍ଯାତନା ଅସହ୍ୟ ହେବାରୁ ପୋଲିସ୍‌ ନିକଟରେ ଅଭିଯୋଗ କରିଛନ୍ତି ମହିଳା । ଛାନଭିନ୍‌ ଆରମ୍ଭ ହୋଇଥିବା ବେଳେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ୍‌ ଅଧିକାରୀ କହିଛନ୍ତି ।

Share this story

World Odia Language Conferene