୧୧ ଜିଲ୍ଲାରେ ହେବ ଘଡ଼ଘଡ଼ି ସହ ବର୍ଷା, ସତର୍କ କଲା ପାଣିପାଗ କେନ୍ଦ୍ର, ଏହି ସମସ୍ତ ଜିଲ୍ଲାକୁ ୱାର୍ଣ୍ଣିଂ

These district have got warning for heavy rainfall

ଓଡ଼ିଆ ଗସିପ୍ ବ୍ୟୁରୋ: ରାଜ୍ୟବାସୀଙ୍କୁ ମିଳିବ ଆଶ୍ୱସ୍ତି । ଅସହ୍ୟ ତାତିରେ ଲାଗିବ ରୋକ୍‌‌ । ପଶ୍ଚିମା ଝଡ଼ ପ୍ରଭାବରେ ଭିଜିବ ରାଜ୍ୟର ଅଧିକାଂଶ ଅଞ୍ଚଳ । ଉପକୂଳରୁ ଉପାନ୍ତ ପର୍ଯ୍ୟନ୍ତ ବର୍ଷାର ପ୍ରକୋପ ଦେଖାଯିବାକୁ ଥିବା ବେଳେ କିଛି ସ୍ଥାନରେ ପ୍ରବଳ ବର୍ଷା ଅନୁଭୂତ ହେବ । ଏହି ବର୍ଷା ଲୋକଙ୍କୁ ଗରମରୁ ତ୍ରାହି ଦେବା ସହ ଜଙ୍ଗଲ ନିଆଁକୁ ମଧ୍ୟ ପ୍ରଶମିତ କରିବ ବୋଲି ଆଶା କରାଯାଉଛି ।

ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଗତକାଲି ଅର୍ଥାତ ୧୪ ତାରିଖରେ କିଛି ଜିଲ୍ଲାରେ ପଶ୍ଚିମା ଝଡ଼ର ପ୍ରଭାବ ଆରମ୍ଭ ହୋଇଯାଇଥିବା ବେଳେ ୧୫ରେ ଅର୍ଥାତ ଆଜି ଉପକୂଳ ଏବଂ ଏହା ପାର୍ଶ୍ବବର୍ତ୍ତୀ ଜିଲ୍ଲା ଯଥାକ୍ରମେ ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ, କେନ୍ଦୁଝର, ଯାଜପୁର, ଢେଙ୍କାନାଳ, କନ୍ଧମାଳ, କେନ୍ଦ୍ରାପଡ଼ା, କୋରାପୁଟ, ରାୟଗଡ଼ା ଓ ଗଜପତିରେ ବର୍ଷା ହେବାର ସମ୍ଭାବନା ରହିଛି ।

୧୬ ତାରିଖରୁ ବର୍ଷାର ପ୍ରକୋପ ବୃଦ୍ଧି ହେବା ସହ ବର୍ଷା ସାଙ୍ଗକୁ ବିଜୁଳି ଘଡ଼ଘଡ଼ିର ମଧ୍ୟ ପ୍ରଭାବ ରହିବ । ଏହା ସହିତ କିଛି ଜିଲ୍ଲାରେ ପବନର ବେଗ ଘଣ୍ଟା ପ୍ରତି ୪୦-୫୦ କିମି ପର୍ଯ୍ୟନ୍ତ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି । ଏହି ସ୍ଥିତି ପାଇଁ ଆସନ୍ତା ୧୮ ତାରିଖ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ଜିଲ୍ଲା ପାଇଁ ପାଣିପାଗ କେନ୍ଦ୍ର ପକ୍ଷରୁ ୟେଲୋ ଆଲର୍ଟ ଜାରି କରାଯାଇଛି ।

ଆହୁରି ପଢ଼ନ୍ତୁ : କୁକୁର ସହ ଶାରୀରିକ ସମ୍ପର୍କ ରଖିଲେ ଜଣେ ସୁସ୍ଥ ମାନସିକତାର ଆଧୁନିକ ଯୁଗର ମହିଳା, ଆଉ ତା ପରେ...

ପଶ୍ଚିମା ଝଡ଼ ପ୍ରଭାରେ ଆଜିଠାରୁ ରାଜ୍ୟର କିଛି ସ୍ଥାନରେ ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଆଜିଠାରୁ ୧୭ ତାରିଖ ଯାଏଁ ଏଭଳି ପାଗ ଲାଗିରହିବ ବୋଲି ସୂଚନା ଦେଇଛି ପାଣିପାଗ ବିଭାଗ । ଉପକୂଳ ଏବଂ ପାର୍ଶ୍ୱବର୍ତ୍ତୀ ଜିଲ୍ଲାରେ ଏହାର ପ୍ରଭାବ ସମ୍ଭାବନା ଥିବାରୁ ପାଣିପାଗ ବିଭାଗ ପକ୍ଷରୁ ସତର୍କତା ଜାରି କରାଯାଇଛି । କାଳବୈଶାଖୀ ନେଇ ଆଜି ପାଇଁ ୧୧ଟି ଜିଲ୍ଲାକୁ ଜାରି ହୋଇଛି ୟେଲୋ ୱାର୍ଣ୍ଣିଂ ।

କେନ୍ଦୁଝର, ମୟୂରଭଂଜ, ବାଲେଶ୍ୱର, ଭଦ୍ରକ, ଯାଜପୁର, ଢେଙ୍କାନାଳ, ଅନୁଗୁଳ, କନ୍ଧମାଳ, କଳାହାଣ୍ଡି, ରାୟଗଡ଼ା ଏବଂ ନବରଙ୍ଗପୁର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତା ୧୬ ତାରିଖରେ ସାରା ଓଡ଼ିଶାରେ ବର୍ଷା ସମ୍ଭାବନା ଥିବା କହିଛି ପାଣିପାଗ ବିଭାଗ । ଏପରିକି ଉତ୍ତର ଉପକୂଳର ୧୩ ଜିଲ୍ଲାରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ବର୍ଷାର ଆଶଙ୍କା ରହିଛି ।

ଅନ୍ୟପଟେ ରାଜ୍ୟର କିଛି ସ୍ଥାନରେ ପଶ୍ଚିମା ଝଡ଼ ପ୍ରଭାବରେ ବର୍ଷା ହୋଇଥିଲେ ବି କମିନି ତାତି । ମାଲକାନଗିରି ରେ ସର୍ବାଧିକ ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି । ତେବେ ପାଣିପାଗ କେନ୍ଦ୍ରର ପୂର୍ବାନୁମାନ ଅନୁୟାୟୀ ଆସନ୍ତା ୨ ଦିନ ଯାଏ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ । ରାଜ୍ୟରେ ପାଗ ଶୁଖିଲା ରହିବ ।

ଆହୁରି ପଢ଼ନ୍ତୁ : ୫ ବର୍ଷ ଧରି ଗର୍ଲଫ୍ରେଣ୍ତ ସହ ଶାରିରୀକ ସମ୍ପର୍କ ରଖିଥିଲେ ; କୋର୍ଟ କହିଲେ, ଦୁଷ୍କର୍ମ ନୁହେଁ...

ସୋଆ ପରିଚାଳିତ ପରିବେଶ ଓ ଜଳବାୟୁ କେନ୍ଦ୍ର (ସିଇସି) ପକ୍ଷରୁ ସୂଚନା ଦିଆଯାଇଛି ଯେ ପୂର୍ବ ଦିଗକୁ ଅପର ଏୟାର ଟ୍ରଫ୍‌‌ ଲାଇନ୍‌‌ର ପ୍ରଚଳନ ଏବଂ ଉପକୂଳ ଅଞ୍ଚଳକୁ ବଙ୍ଗୋପସାଗରରୁ ଜଳୀୟ ବାଷ୍ପ ପ୍ରବାହ ଯୋଗୁଁ ଏହି ବର୍ଷା ସମ୍ଭାବନା ରହିଛି । ମାର୍ଚ୍ଚ ୧୬ ରୁ ୧୯ ତାରିଖ ମଧ୍ୟରେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲ୍ଲାଗୁଡ଼ିକରେ ବିଜୁଳି ଓ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଆଭ୍ୟନ୍ତରୀଣ ଜିଲ୍ଲାଗୁଡ଼ିକରେ ମଧ୍ୟ ଅଳ୍ପ ପରିମାଣର ବର୍ଷା ହେବାର ସମ୍ଭାବନା ରହିଛି ।

ଉତ୍ତର ଓ ଉପକୂଳ ଓଡ଼ିଶାରେ ମାର୍ଚ୍ଚ ୧୬ ରୁ ୧୮ ତାରିଖ ମଧ୍ୟରେ ଘଡ଼ଘଡ଼ି ଓ କୁଆପଥର ସହ ବର୍ଷା ହେବାର ସମ୍ଭାବନା ଥିବା କେନ୍ଦ୍ରର ନିର୍ଦ୍ଦେଶକ ଶରତ ଚନ୍ଦ୍ର ସାହୁ କହିଛନ୍ତି । ଏହାର ପ୍ରଭାବରେ ମାର୍ଚ୍ଚ ୧୫ ତାରିଖରୁ ଦିନର ତାପମାତ୍ରା କମିବ ।

Share this story