୫ ବର୍ଷ ଧରି ଗର୍ଲଫ୍ରେଣ୍ତ ସହ ଶାରିରୀକ ସମ୍ପର୍କ ରଖିଥିଲେ ; କୋର୍ଟ କହିଲେ, ଦୁଷ୍କର୍ମ ନୁହେଁ...

keeping physical relationship with girl friend is not rape

ଓଡ଼ିଆ ଗସିପ୍ ବ୍ୟୁରୋ: କର୍ଣ୍ଣାଟକ ହାଇକୋର୍ଟଙ୍କ ରାୟକୁ ନେଇ ଏବେ ଭାରି ଚର୍ଚ୍ଚା । ଦୁଇ ପ୍ରେମୀଯୁଗଳଙ୍କ ମାମଲାରେ ଏମିତି ଏକ ରାୟ ଶୁଣାଇଛନ୍ତି, ଯାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ପ୍ରେମୀଯୁଗଳ ୫ବର୍ଷ ଧରି ଏକାଠି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ ।

ଦୁହିଁଙ୍କ ମଧ୍ୟରେ ବହୁବାର ଶାରିରୀକ ସମ୍ପର୍କ ମଧ୍ୟ ରହିଥିଲା । ବାହା ହେବାର ସ୍ୱପ୍ନ ମଧ୍ୟ ଦେଖୁଥିଲେ ପ୍ରେମୀଯୁଗଳ । କିନ୍ତୁ ଏମିତି କ’ଣ ହେଲା ଯେ ହଠାତ୍‌ ଗର୍ଲଫ୍ରେଣ୍ତ ବୟଫ୍ରେଣ୍ତ ବିରୁଦ୍ଧରେ ଥାନାରେ ଦୁଷ୍କର୍ମ ଅଭିଯୋଗ ଆଣିଲା ।

ଆହୁରି ପଢ଼ନ୍ତୁ : ମୁଖ୍ୟମନ୍ତ୍ରୀ, ଅନ୍ୟ ମନ୍ତ୍ରୀଙ୍କ ହେଲିକପ୍ଟର ଗସ୍ତ : ଦୁଇ ବର୍ଷରେ ରାଜ୍ୟ ରାଜକୋଷରୁ ୧୭ କୋଟିରୁ ଅଧିକ ଟଙ୍କା ଖର୍ଚ୍ଚ

ଏହି ଦୁଷ୍କର୍ମ ଅଭିଯୋଗ ମାମଲାରେ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ । ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌କୁ ନେଇ ନେଲେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । ବର୍ଷ ବର୍ଷ ଧରି ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହିଲେ ମହିଳା ଆଣିପାରିବେନି ଦୁଷ୍କର୍ମ ଅଭିଯୋଗ । କର୍ଣ୍ଣାଟକ ହାଇକୋର୍ଟରେ ଏକ ମାମଲାର ଶୁଣାଣି ବେଳେ ଜଷ୍ଟିସ୍‌ ଏମ୍‌ ନାଗପ୍ରସନ୍ନ ଏହି ରାୟ ଶୁଣାଇଛନ୍ତି ।

ସୂଚନାନୁଯାୟୀ କର୍ଣ୍ଣାଟକ ବେଙ୍ଗାଲୁରୁର ଜଣେ ମହିଳା ନିଜ ବୟଫ୍ରେଣ୍ତ ବିରୁଦ୍ଧରେ ଦୁଷ୍କର୍ମ ଅଭିଯୋଗ ଆଣିଥିଲେ । ଏନେଇ ଥାନାରେ ମାମଲା ମଧ୍ୟ ରୁଜୁ ହୋଇଥିଲା । ମହିଳାଙ୍କ ଅଭିଯୋଗ ଅନୁଯାୟୀ ସେ ନିଜ ବୟଫ୍ରେଣ୍ତ ସହ ଗତ ୫ବର୍ଷ ହେବ ଲିଭ୍‌ ଇନ୍‌ ରିଲେସନ୍‌ସିପ୍‌ରେ ରହୁଥିଲେ ଏବଂ ସେ ଯୁବକଙ୍କୁ ବିବାହ କରିବାକୁ ମଧ୍ୟ ଇଚ୍ଛା ରଖିଥିଲେ ।

ଆହୁରି ପଢ଼ନ୍ତୁ : ଚାଲିଥିଲା କାନ ଅପରେସନ ହେଲେ ଯୁବତୀଙ୍କ ଜୀବନ ନେଇଗଲେ ସମ୍ ଡାକ୍ତର: ନ୍ୟାୟ ଦାବି କଲେ ସୈନିକ ବାପା

କିନ୍ତୁ ଅଲଗା ଜାତି କାରଣରୁ ବାହାଘର ହୋଇପାରିନଥିଲା । ଏହାପରେ ସେ ଥାନାରେ ଯୁବକଙ୍କ ନାଁରେ ବାହାଘର ପ୍ରଲୋଭନ ଦେଖାଇ ଶାରିରୀକ ସମ୍ପର୍କ ରଖିବା ଏବଂ ବାରମ୍ବାର ଦୁଷ୍କର୍ମ କରିଥିବାର ଅଭିଯୋଗ ଆଣିଥିଲେ ।

କିନ୍ତୁ କର୍ଣ୍ଣାଟକ ହାଇକୋର୍ଟ ଯୁବକଙ୍କ ସପକ୍ଷରେ ରାୟଟି ଶୁଣାଇଥିଲେ । ଜଜ୍‌ଙ୍କ ରାୟ ଅନୁଯାୟୀ ବାହଘରର ମିଛ ପ୍ରଲୋଭନ ଏବଂ ମିଥ୍ୟା ପ୍ରତିଶ୍ରୁତି ଦେଇ ଶାରିରୀକ ସମ୍ପର୍କ ରଖିବାକୁ ଦୁଷ୍କର୍ମ  କୁହାଯିବ ନାହିଁ । କାରଣ ଏହି ସମ୍ପର୍କଟି ଥରେ କିମ୍ବା ଦୁଇଥର ହୋଇନାହିଁ । ଏହା ଗତ ୫ବର୍ଷ ଧରି ଚାଲିଆସିଛି । ତେବେ ଏହାକୁ ୫ବର୍ଷ ଧରି ରେପ୍‌ କରିଆସୁଥିବା କୁହାଯାଇପାରିବ ନାହିଁ ।

Share this story

World Odia Language Conferene