ଚାଲିଥିଲା କାନ ଅପରେସନ ହେଲେ ଯୁବତୀଙ୍କ ଜୀବନ ନେଇଗଲେ ସମ୍ ଡାକ୍ତର: ନ୍ୟାୟ ଦାବି କଲେ ସୈନିକ ବାପା

Sum hospital doctor killed my daughter

ଓଡ଼ିଆ ଗସିପ୍ ବ୍ୟୁରୋ: ସମ୍ ହସପିଟାଲର ଜଣେ ଡାକ୍ତରଙ୍କ ଅପାରଗତା ଓ ଅନଭିଜ୍ଞତା ଯୋଗୁ ଜଣେ ୧୬ ବୟସ୍କ ଯୁବତୀଙ୍କ ଜୀବନ ଚାଲି ଯାଇଛି । ଜୀବନ ତ ଯାଇନି କାନ ଅପରେସନ କରୁ କରୁ ସମ୍ ର ଡାକ୍ତର ତାଙ୍କୁ ହତ୍ୟା କରିଛନ୍ତି ବୋଲି ପରୋକ୍ଷରେ ଅଭିଯୋଗ ଆଣିଛନ୍ତି ମୃତକଙ୍କ ବାପା ।

ଭରତପୁର ଥାନାରେ ରୁଜୁ ହୋଇଥିବା ଏକ ଏତଲା ଆଧାରରେ ସୁକାନ୍ତ ଓଝା ନାମକ ଜଣେ ବ୍ୟକ୍ତି ଯିଏକି ଜଣେ ସୈନିକ ନିଜ ଝିଅର କାନ ଯନ୍ତ୍ରଣା ର ଉପସମ୍ ପାଇଁ ସମ୍ ହସ୍ପିଟାଲ ଯାଇଥିଲେ । ସେଠାରେ ଡାକ୍ତରଙ୍କ ପରାମର୍ଶ କ୍ରମେ ସେମାନେ ଅପରେସନ ଲାଗି ହଁ ଭରିଥିଲେ କିନ୍ତୁ ଦୁଃଖର ବିଷୟ ଯେ ବୁଲୁ ନାହାକ ନାମକ ଜଣେ ଡାକ୍ତରଙ୍କ ଭୁଲ ଅପରେସନ ତାଙ୍କ ଝିଅଙ୍କ ଜୀବନ ନେଇଯାଇଛି ।

ଏବେ ଖୋର୍ଦ୍ଧା ବାଲିପାଟଣା ଆମ୍ବଡିହର ସୁକାନ୍ତ ଓଝା ଭୁବନେଶ୍ଵର ଭରତପୁର ଥାନାରୁ ନ୍ୟାୟ ଭିକ୍ଷା କରିଛନ୍ତି । ଗଲା ୧୧ ତାରିଖରେ ସୁକାନ୍ତ ନିଜ ଝିଅଙ୍କୁ ନେଇ ସମ୍ ହସ୍ପିଟାଲରେ ଆଡମିଟ କରିଥିଲେ । ଗତକାଲି ଅର୍ଥାତ୍ ୧୩ ତାରିଖରେ ଅପରେସନ୍ ବେଳେ ତାଙ୍କ ଝିଅଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି ।

ଆହୁରି ପଢ଼ନ୍ତୁ : ଆସନ୍ତା ୩ ଦିନରେ ତାଣ୍ଡବ ରଚିବ କାଳବୈଶାଖୀ, ୧୨ ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ଆଶଙ୍କା, ଓଡ଼ିଶାର ୮ ଜିଲ୍ଲାକୁ ୟଲୋ ଆଲର୍ଟ

ସମ୍ ହସ୍ପିଟାଲ ବିରୋଧରେ ଏହା ପ୍ରଥମ ଅଭିଯୋଗ ନୁହେଁ ବରଂ ପୂର୍ବରୁ ଅନେକ ଥର ସମାନ ଅଭିଯୋଗ ଆସିଛି । କେବେ କିନ୍ତୁ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ଏଣୁ କରି ଏବେ ଏହି ମାମଲାରେ ପୋଲିସ୍ ବିଭାଗ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ଏବଂ ଅଭିଯୋଗ ଭିତ୍ତିରେ ଦୋଷୀଙ୍କୁ ଗିରଫ କରି ସେମାନଙ୍କ ବିରୋଧରେ ହତ୍ୟା ଭଳି କଠୋର ଆଇନରେ ଦଣ୍ଡ ଦେବାରେ ସକ୍ଷମ ହେବ ନା ଗଫଲାତି କରି ଚୁପ୍ ରହୁଛି ତାକୁ ଦେଖିବାକୁ ବାକି ରହିଲା ।

Share this story

World Odia Language Conferene