ଆସନ୍ତା ୩ ଦିନରେ ତାଣ୍ଡବ ରଚିବ କାଳବୈଶାଖୀ, ୧୨ ରାଜ୍ୟରେ ୩ ଦିନ ପ୍ରବଳ ବର୍ଷା ଆଶଙ୍କା, ଓଡ଼ିଶାର ୮ ଜିଲ୍ଲାକୁ ୟଲୋ ଆଲର୍ଟ

heavy rainfall with wind speed to forecast in Odisha

ଓଡ଼ିଆ ଗସିପ ବ୍ୟୁରୋ: ସକ୍ରିୟ ରହିଛି ପଶ୍ଚିମା-ଝଡ । ଏହାର ପ୍ରଭାବରେ ଓଡ଼ିଶାରେ ଆହୁରି ୨୪ ଘଣ୍ଟା ରହିବ କାଳବୈଶାଖୀର ପ୍ରଭାବ । ୮ ଜିଲ୍ଲାକୁ ସତର୍କ ରହିବାକୁ ପାଣିପାଗ ବିଭାଗର ନିର୍ଦ୍ଦେଶ ରହିଛି । ଉପକୂଳ ଓଡ଼ିଶାର ୮ ଜିଲ୍ଲାକୁ ୟଲୋ ଆଲର୍ଟ ଜାରି ହୋଇଛି ।

ବିଶେଷ କରି ୮ ଜିଲ୍ଲାରେ କେନ୍ଦୁଝର, ବାଲେଶ୍ଵର, ମୟୁରଭଝଞ୍ଜ, କନ୍ଧମାଳ, କଳାହାଣ୍ଡି, ନବରଙ୍ଗପୁର, ନୂଆପଡା, କୋରାପୁଟରେ ଘଡଘଡି ବିଜୁଳି ସହ ବର୍ଷା ନେଇ ୟଲୋ ଆଲର୍ଟ ଜାରି କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ରୁ ୧୪ ତାରିଖ ପାଗ ଶୁଖିଲା ରହିବ । ଏହାର ପ୍ରଭାବରେ ଦୁଇରୁ ତିନି ଦିନ ମଧ୍ୟରେ ତାପମାତ୍ରା ବଢିବ ।

ଆହୁରି ପଢ଼ନ୍ତୁ : ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଓଲଟିଲା ‘ଇନ୍ଦ୍ରାଣୀ’ ବସ୍ : ଭୁବନେଶ୍ୱର ଆସୁଥିଲେ ୫୦ରୁ ଅଧିକ ଯାତ୍ରୀ

ସର୍ବୋଚ୍ଚ ତାପମାତ୍ରା ୩୮ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ୧୫ରୁ ପୁଣି କାଳବୈଶାଖୀ ପ୍ରଭାବ ରହିବ । ବିଶେଷ କରି ଉପକୂଳ ଓଡ଼ିଶାରେ ଏହାର ପ୍ରଭାବ ରହିବ । ୧୭, ୧୮, ୧୯ରେ କାଳବୈଶାଖୀ ବର୍ଷା ଅଧିକ ରହିବ ।

ସେପଟେ ପାଣିପାଗରେ ବଡ଼ ପରିବର୍ତ୍ତନ ଦେଖାଦେଇପାରେ । ଏ ନେଇ ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର (IMD) ୧୨ଟି ରାଜ୍ୟକୁ ଆଲର୍ଟ ଜାରି କରିଛି । ମାର୍ଚ୍ଚ ୧୭ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଦିଲ୍ଲୀ ସହ ୧୨ଟି ରାଜ୍ୟରେ ବର୍ଷା ହୋଇପାରେ । ପଶ୍ଚିମା ଝଡ଼ ପ୍ରଭାବରେ ଆସନ୍ତା ଦୁଇ ସପ୍ତାହ ପର୍ଯ୍ୟନ୍ତ ୧୨ ଟି ରାଜ୍ୟରେ କାଳବୈଶାଖୀ ବର୍ଷା ହେବା ନେଇ ସମ୍ଭାବନା ରହିଛି ।

ଆହୁରି ପଢ଼ନ୍ତୁ : ବାସ୍ତୁ ଟିପ୍ସ : ଘରେ ଭଗବାନ ଶିବଙ୍କ ଫଟୋ ବା ମୂର୍ତ୍ତି କିପରି ରଖିବେ, ଆଜି ହିଁ ଦୂର କରନ୍ତୁ ନକାରାତ୍ମକ ଶକ୍ତି...

ଦିଲ୍ଲୀ ସମେତ ଉତ୍ତରପ୍ରଦେଶ, ବିହାର, ଝାଡ଼ଖଣ୍ଡ, ମଧ୍ୟପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ରରେ ବର୍ଷା ସମ୍ଭାବନା ରହିଛି । ସେହିପରି ପାହାଡ଼ିଆ ରାଜ୍ୟରେ ବରଫପାତ ସହ ଦେଶର ପୂର୍ବୋତ୍ତର ରାଜ୍ୟରେ ବି ବର୍ଷା ହୋଇପାରେ ।

ଅନ୍ୟପକ୍ଷରେ ୨୪ ଘଣ୍ଟା ଭିତରେ ଓଡ଼ିଶା ସମେତ ଝାଡ଼ଖଣ୍ଡ, ପଶ୍ଚିମବଙ୍ଗ, ତାମିଲନାଡୁ, କେରଳ, କର୍ଣ୍ଣାଟକ, ମେଘାଳୟ, ମଣିପୁର, ନାଗାଲାଣ୍ଡ, ମିଜୋରାମରେ ବର୍ଷା ନେଇ ପାଣିପାଗ ବିଜ୍ଞାନ କେନ୍ଦ୍ର ଆଲର୍ଟ ଜାରି କରିଛି ।

Share this story

World Odia Language Conferene