ଚକା ଫାଟିଯିବାରୁ ଭାରସାମ୍ୟ ହରାଇ ଓଲଟିଲା ‘ଇନ୍ଦ୍ରାଣୀ’ ବସ୍ : ଭୁବନେଶ୍ୱର ଆସୁଥିଲେ ୫୦ରୁ ଅଧିକ ଯାତ୍ରୀ

Passenger bus heading Bhubaneswar met accident due to tyre brust

ଓଡ଼ିଆ ଗସିପ ବ୍ୟୁରୋ: ମୟୂରଭଞ୍ଜ ଜିଲ୍ଲା ବାରିପଦା-ବେତନଟୀ ରାସ୍ତାର  ୧୮ନଂ ଜାତୀୟ ରାଜପଥ କୃଷ୍ଣଚନ୍ଦ୍ରପୁର ନିକଟରେ ଗତକାଲି ବିଳମ୍ବିତ ରାତିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏକ ଯାତ୍ରୀବାହୀ ବସ୍ ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିବାରୁ ୨୨ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୂଚନାଅନୁସାରେ ଗତକାଲି ବିଳମ୍ବିତ ରାତିରେ ରାଇରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ଇନ୍ଦ୍ରାଣୀ ନାମ ଯାତ୍ରୀବାହୀ ବସ୍‌ଟି ୧୮ନଂ ଜାତୀୟ ରାଜପଥର ବେତନଟୀ ଥାନା ଅଧୀନ କେସିପୁର ରେଳ ଓଭରବ୍ରିଜ ପାରିହେବା ପରେ ଭାରସ୍ୟାମ ହରାଇ ରାସ୍ତା ପାର୍ଶ୍ଵକୁ ଓଲଟି ପଡିଥିଲା ।

ଆହୁରି ପଢ଼ନ୍ତୁ : କଟକରେ ଥିବା ଏକ ଜିମ୍‌‌ ଭିତରେ ଏନର୍ଜି ଡ୍ରିଙ୍କ୍‌‌ସରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ

ସ୍ଥାନୀୟ ଲୋକ ଦୁର୍ଘଟଣା ନେଇ ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳପରେ ପହଞ୍ଚି ବସ୍‌ରେ ଥିବା ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରିବା ସହ ପ୍ରଥମେ କେସିପୁର ଡାକ୍ତରଖାନା ଓ ପରେ ବାରିପଦା ପିଆରଏମ ମେଡ଼ିକାଲ କଲେଜ ତଥା ହସ୍ପିଟାଲରେ ଭର୍ତ୍ତି କରିଥିଲେ ।

ରାଇରଙ୍ଗପୁରରୁ ଭୁବନେଶ୍ୱର ଯାଉଥିବା ଇନ୍ଦ୍ରାଣୀ ବସ୍‌ରେ ୫୦ରୁ ଅଧିକ ଯାତ୍ରୀ ରହିଥିବା ବେଳେ ଦୁର୍ଘଟଣାରେ ୨୨ ଯାତ୍ରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।

ପୁଲିସ ଦୁର୍ଘଟଣାଗ୍ରସ୍ତ ବସ୍‌କୁ ଜବତ କରି ତଦନ୍ତ କରୁଥିବା ବେଳେ ଚକ ଫାଟି ଯିବାରୁ ଭାରସ୍ୟାମ ନିୟନ୍ତ୍ରଣ ରଖିବାରେ ଚାଳକ ବିଫଳ ହୋଇଥିଲେ । ଯାହା ଫଳରେ ବସ୍‌ଟି ଓଲଟି ପଡିଥିବା ଜଣାପଡିଛି ।

Share this story

World Odia Language Conferene