କଟକରେ ଥିବା ଏକ ଜିମ୍‌‌ ଭିତରେ ଏନର୍ଜି ଡ୍ରିଙ୍କ୍‌‌ସରେ ନିଶା ଦେଇ ଯୁବତୀଙ୍କୁ ଦୁଷ୍କର୍ମ

woman raped by owner of gym in Cuttack

ଓଡ଼ିଆ ଗସିପ ବ୍ୟୁରୋ: ଜିମ୍‌‌ ଭିତରେ ଜନୈକ ଯୁବତୀଙ୍କୁ ଦୁଷ୍କର୍ମ କରିଛନ୍ତି ଉକ୍ତ ଜିମ୍‌‌ର ମାଲିକ । ପ୍ରେମ ସମ୍ପର୍କ ରଖି ଯୁବତୀଙ୍କ ନିକଟତର ହୋଇଥିଲେ । ପ୍ରଶିକ୍ଷଣ ଦେଇ ଏହି ସମ୍ପର୍କକୁ ନିବିଡ଼ କରିଥିଲେ । ହେଲେ ଏନର୍ଜି ଡ୍ରିଙ୍କ୍‌‌ସ (ଜିମ୍‌‌ ବ୍ୟବହାରକାରୀଙ୍କ ନିମନ୍ତେ ଉଦ୍ଦିଷ୍ଟ ପାନୀୟ)ରେ ନିଶା ଦେଇ ତାଙ୍କୁ ଜିମ୍‌‌ ଭିତରେ ହିଁ ଦୁଷ୍କର୍ମ କରିଥିଲେ ।

ଏହି ଘଟଣାର ଫଟୋ ରଖି ଭାଇରାଲ କରି ଦେବାର ଧମକ ଦେବା ସହିତ ବର୍ଷେ ହେବ ଦେଇ ଆସୁଥିଲେ ମାନସିକ ଓ ଶାରୀରିକ ନିର୍ଯାତନା । ଶେଷରେ ଯୁବତୀ ଜଣକ ଅତିଷ୍ଠ ହୋଇ ମର୍କତନଗର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି ।

ମିଳିଥିବା ସୂଚନା ଅନୁସାରେ, ସିଡିଏ ସେକ୍ଟର-୯ ଅଞ୍ଚଳରେ ରହନ୍ତି ସୀମା (ଛଦ୍ମନାମ) । ଗତବର୍ଷ ଜାନୁଆରୀ ୨ ତାରିଖରେ ସେ ସ୍ଥାନୀୟ ଅଞ୍ଚଳର ଏକ ଜିମ୍‌‌ରେ ଯୋଗ ଦେଇଥିଲେ । ଜିମ୍‌‌ର ମାଲିକଙ୍କ ସହିତ ତାଙ୍କର ପରିଚୟ ହୋଇଥିଲା । ସେହି ବର୍ଷ ଫେବୃଆରୀ ୧୨ ତାରିଖରେ ଜିମ୍‌‌ର ମାଲିକ ସୀମାଙ୍କୁ ପ୍ରେମ ନିବେଦନ କରିଥିଲେ । ଉଭୟଙ୍କ ଭିତରେ କିଛି ଦିନର ବନ୍ଧୁତା ସ୍ଥାପନ ହେବା ପରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ।

ଆହୁରି ପଢ଼ନ୍ତୁ : ରାଜଧାନୀବାସୀଙ୍କୁ ବାଈ କରିଛି ପବ୍ ଏବଂ ଡ୍ୟାନ୍ସ ବାର, ଏହି ୬ଟି କାରଣ ପାଇଁ ପରିବର୍ତ୍ତନ ହେଉଛି ସହରୀ ଲୋକଙ୍କ ଜୀବନଶୈଳୀ

ଜିମ୍‌‌ରେ ପ୍ରଶିକ୍ଷଣ ପ୍ରଦାନ କ୍ଷେତ୍ରରେ ସୀମାଙ୍କୁ ସହଯୋଗ କରୁଥିଲେ ଜିମ୍‌‌ର ମାଲିକ । ୨୦୨୨ ମାର୍ଚ୍ଚ ୧୬ ତାରିଖର ଘଟଣା । ଜିମ୍‌‌ ବନ୍ଦ ହେବା ସମୟ । ସୀମା ଜିମ୍‌‌ରେ ଶାରୀରିକ ଅଭ୍ୟାସ କରୁଥିଲେ । ଏହି ସମୟରେ ଜିମ୍‌‌ର ମାଲିକ ସେଠାରେ ପହଞ୍ଚିଥିଲେ । ତାଙ୍କୁ ପ୍ରଶିକ୍ଷଣ ଦେଇଥିଲେ । କିଛି ସମୟ ପରେ ଶରୀର ଫୂର୍ତ୍ତି ରହିବ ବୋଲି କହି ଏନର୍ଜି ଡ୍ରିଙ୍କ୍‌‌ସ ଏବଂ ପୁଷ୍ଟିକର ପାନୀୟ ଦେଇଥିଲେ ।

ଏହାକୁ ପିଇବା ପରେ ସୀମା ଫୂର୍ତ୍ତି ଅନୁଭବ କରିଥିଲେ ସୁଦ୍ଧା କିଛି ସମୟ ପରେ ନିସ୍ତେଜ ହୋଇ ପଡ଼ିଥିଲେ । ଏହାର ସୁଯୋଗ ନେଇ ଜିମ୍‌‌ର ମାଲିକ ତାଙ୍କୁ ଦୁଷ୍କର୍ମ କରିଥିଲେ । ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଉତ୍ତୋଳନ କରି ନେଇଥିଲେ । ଏହାପରେ ଏହି ଫଟୋ ସବୁ ଦେଖାଇ ବ୍ଲାକ୍‌‌ମେଲିଂ କରିଥିଲେ ଜିମ୍‌‌ର ମାଲିକ । ଜିମ୍‌‌ରେ ଏବଂ ମାଲିକଙ୍କ ଘରେ ବାରମ୍ବାର ସୀମାଙ୍କୁ ସେ ଦୁଷ୍କର୍ମ କରିଥିଲେ ।

ହେଲେ ଏହି ଘଟଣାର ନୂଆମୋଡ଼ ଦେବା ପାଇଁ ଜିମ୍‌‌ର ମାଲିକ ଜଣକ ନିଜ ମାଆଙ୍କ ସହିତ ସୀମାଙ୍କର ପରିଚୟ କରାଇଥିଲେ । ବିବାହ କରିବେ ବୋଲି ମଧ୍ୟ ଦୃଢ଼ ପ୍ରତିଶ୍ରୁତି ଦେଇଥିଲେ । କିଛି ଦିନ ପରେ ଉଭୟ ଏକାଠି କଶ୍ମୀର ବୁଲିବାକୁ ଯାଇଥିଲେ । ହେଲେ ହଠାତ୍‌‌ ଏହି ଘଟଣା ପୁଣି ଅନ୍ୟ ଏକ ମୋଡ଼ ନେଇଥିଲା । ଜିମ୍‌‌ର ମାଲିକଙ୍କ ହାବଭାବ ବଦଳି ଯାଇଥିଲା । ସେ ସୀମାଙ୍କୁ ନିର୍ଯାତନା ଦେବା ଆରମ୍ଭ କରିଥିଲେ ।

ଆହୁରି ପଢ଼ନ୍ତୁ : ୧୫ କୋଟି ଟଙ୍କା ପାଇଁ ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି; ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏହି ମହିଳା

ସୀମାଙ୍କ ଚରିତ୍ରକୁ ଆକ୍ଷେପ କରି ବିଭିନ୍ନ ସ୍ଥାନରେ ଗୁଜବ ସୃଷ୍ଟି କରିଥିଲେ । ଜିମ୍‌‌ ମାଲିକଙ୍କ ମାଆଙ୍କ ପାଖକୁ ଯିବାକୁ ସୀମା ନିବେଦନ କରିଥିଲେ । ହେଲେ ଧରାଛୁଆଁ ଦେଇ ନ ଥିଲେ ଜିମ୍‌‌ ମାଲିକ । ଏପରିକି ସୀମାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ କରିଦେବେ ବୋଲି ତାଙ୍କ ପରିବାରକୁ କହି ଧମକଚମକ ଦେଉଛନ୍ତି । ଏ ବିଷୟରେ ସୀମା ମର୍କତନଗର ଥାନାରେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି । ପୁଲିସର ଘଟଣାର ତଦନ୍ତ ଆରମ୍ଭ କରିଛି ।

Share this story

World Odia Language Conferene