୧୫ କୋଟି ଟଙ୍କା ପାଇଁ ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି; ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଲେ ଏହି ମହିଳା

My Husband has killed Satish Kaushik for 15 crore rupees alleges woman

ଓଡ଼ିଆ ଗସିପ ବ୍ୟୁରୋ: ଦିନ ଯେତିକି ଗଡ଼ୁଛି ବଲିଉଡ୍‌ ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କ ମୃତ୍ୟୁ ମାମଲା ସେତିକି ନୂଆମୋଡ଼ ନେଉଛି । ପୂର୍ବରୁ ସତୀଶ କୌଶିକ ରହିଥିବା ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ କିଛି ଆପତ୍ତିଜନକ ଔଷଧ ମିଳିଥିଲା । ଯାହାକୁ ନେଇ ସତୀଶଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଥିଲା ।

ହୋଲି ଖେଳି ସାରିବା ପରେ ଫାର୍ମ ହାଉସ୍‌ରେ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା । ଏହାପରେ ତୁରନ୍ତ ତାଙ୍କୁ ହସ୍ପିଟାଲକୁ ନେବାବେଳେ ତାଙ୍କର ମୃତ୍ୟୁ ହୋଇଥିଲା । ଆଉ ବର୍ତ୍ତମାନ ସତୀଶ କୌଶିକଙ୍କ ମୃତ୍ୟୁ ନେଇ କାହାଣୀ ନୂଆମୋଡ଼ ନେଇଛି । ଜଣେ ବ୍ୟବସାୟୀଙ୍କ ପତ୍ନୀ ଦିଲ୍ଲୀ ପୋଲିସ କମିଶନର କାର୍ଯ୍ୟାଳୟରେ ବିସ୍ଫୋରକ ବୟାନ ରଖିଛନ୍ତି । ମହିଳା ଜଣକ ପ୍ରତିକ୍ରିୟାରେ ତାଙ୍କ ସ୍ୱାମୀଙ୍କ ଉପରେ ହତ୍ୟାର ଅଭିଯୋଗ ଆଣିଛନ୍ତି ।

ସେ କହିଛନ୍ତି କି, ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌଶିକଙ୍କୁ ହତ୍ୟା କରାଯାଇଛି । ତାଙ୍କ ସ୍ୱାମୀ ସତୀଶଙ୍କୁ ହତ୍ୟା କରିଛନ୍ତି । ଆଉ ଏହି ହତ୍ୟା ୧୫ କୋଟି ଟଙ୍କା ପାଇଁ କରାଯାଇଛି ।

ଆହୁରି ପଢ଼ନ୍ତୁ : ସତୀଶ କୌସିକଙ୍କ ମୃତ୍ୟୁରେ ଆସିଲା ବଡ ଟ୍ୱିଷ୍ଟ, ଫାର୍ମ ହାଉସରୁ ମିଳିଲା ଆପତ୍ତିଜନକ ଔଷଧ

ମହିଳାଙ୍କ ଅଭିଯୋଗ ଅନୁସାରେ ତାଙ୍କ ସ୍ୱାମୀଙ୍କୁ ସତୀଶ ୧୫ କୋଟି ଟଙ୍କା ଦେଇଥିଲେ । ସେହି ଟଙ୍କାକୁ ଫେରସ୍ତ ପାଇଁ ସତୀଶ ତାଙ୍କ ସ୍ୱାମୀକୁ କହିବାରୁ ଏପରି ଘଟଣା ଘଟିଛି । ସେ ଆହୁରି ମଧ୍ୟ ଅନେକ କଥା ଗୋଟି ଗୋଟି କରି କହିଛନ୍ତି । ତାଙ୍କ କହିବା ଅନୁସାରେ ମହିଳା ଜଣକ ୨୦୧୯ ମାର୍ଚ୍ଚ ୧୩ ତାରିଖରେ ବ୍ୟବସାୟୀଙ୍କୁ ବିବାହ କରିଥିଲେ ।

ବିବାହ ପରେ ବ୍ୟବସାୟ ପାଇଁ କିଛି ଟଙ୍କାର ଆବଶ୍ୟକତା ପଡ଼ିଥିଲା । ଫଳରେ ମହିଳାଙ୍କ ସ୍ୱାମୀ ଦୁବାଇରେ ସତୀଶ କୌଶିକଙ୍କୁ ଭେଟିଥିଲେ । ଉଭୟଙ୍କ ସାକ୍ଷାତ ହେବା ପରେ ତାଙ୍କ ସ୍ୱାମୀ ସତୀଶ କୌଶିକଙ୍କୁ ୧୫ କୋଟି ଟଙ୍କା ବ୍ୟବସାୟରେ ଲଗାଇବା ପାଇଁ ମାଗିଥିଲେ । ପରେ ସତୀଶ କୌଶିକ ତାଙ୍କ ସ୍ୱାମୀଙ୍କୁ ୧୫ କୋଟି ଟଙ୍କା ଦେଇଥିଲେ । କିଛି ବର୍ଷ ଯିବା ପରେ ତାଙ୍କ ସ୍ୱାମୀଙ୍କୁ ଟଙ୍କା ଫେରାଇବାକୁ କହିଥିଲେ ସତୀଶ କୌଶିକ ।

ହେଲେ ତାଙ୍କ ସ୍ୱାମୀ ଟଙ୍କା ଫେରାଇବାକୁ ଚାହୁଁନଥିଲେ । ତେଣୁ ସତୀଶ କୌଶିକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ମହିଳା ଜଣକ ତାଙ୍କ ସ୍ୱାମୀଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି ।

ଆହୁରି ପଢ଼ନ୍ତୁ : ଆଜିର ରାଶିଫଳ : ଆଜି ୬ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

ଖାଲି ସେତିକି ନୁହେଁ, ମହିଳା ଜଣକ ପୋଲିସ ଆଗରେ ତାଙ୍କ ସ୍ୱାମୀ ସତୀଶ କୌଶିକଙ୍କୁ ମେଡିସିନ ଦେଇ ହତ୍ୟା କରିଥିବା କହିଛନ୍ତି । ପୂର୍ବରୁ ଜଣେ ପୋଲିସ ଅଧିକାରୀ ଦିଲ୍ଲୀ ବିଜୱାସନ ସ୍ଥିତ ଫାର୍ମ ହାଉସ୍‌ରୁ କିଛି ଆପତ୍ତିଜନକ ଔଷଧ ପାଇଥିଲେ । ଯାହାକୁ ନେଇ ସତୀଶଙ୍କ ମୃତ୍ୟୁ ସନ୍ଦେହ ଘେରକୁ ଆସିଥିଲା । ଆଉ ବର୍ତ୍ତମାନ ମହିଳାଙ୍କର ଏପରି ଅଭିଯୋଗ ସତୀଶ କୌଶିକଙ୍କ ମୃତ୍ୟୁରେ ଆହୁରି ଟ୍ୱିଷ୍ଟ ଆଣିଛି ।

ମହିଳାଙ୍କ ଅଭିଯୋଗକୁ ଗୁରୁତର ସହ ନେଇ ପୁଲିସ ତଦନ୍ତ ଚଳାଛି । ପୋଲିସ ଅଭିଯୁକ୍ତକୁ ଧରିବାକୁ ଉଦ୍ୟମ କରୁଛି । ପୋଲିସର ସୂଚନା ଅନୁସାରେ ଫାର୍ମ ହାଉସରେ କାମ କରୁଥିବା ୨୫ ଜଣଙ୍କୁ ପୋଲିସ ଡକାଇ ପଚରାଉଚରା କରିବ ।

Share this story