ସତୀଶ କୌସିକଙ୍କ ମୃତ୍ୟୁରେ ଆସିଲା ବଡ ଟ୍ୱିଷ୍ଟ, ଫାର୍ମ ହାଉସରୁ ମିଳିଲା ଆପତ୍ତିଜନକ ଔଷଧ

satish kaushik suspicious death turns as some medicine bottle found from his farmhouse

ଓଡ଼ିଆ ଗସିପ ବ୍ୟୁରୋ: ବଲିଉଡର ଜଣାଶୁଣା ଅଭିନେତା ତଥା ନିର୍ଦ୍ଦେଶକ ସତୀଶ କୌସିକ ମୃତ୍ୟୁ ମାମଲାରେ ନୂଆ ଟ୍ୱିଷ୍ଟ ସାମ୍ନାକୁ ଆସିଛି । କୁହାଯାଉଥିଲା ଯେ, ହୃଦ୍‌ଘାତରେ ତାଙ୍କର ମୃତ୍ୟୁ ହୋଇଛି କିନ୍ତୁ ଏଥିରେ ଏବେ ହୋଇଛି ନୂଆ ଖୁଲାସା ।

ପୁଲିସ ସୂଚନା ଅନୁସାରେ, ଦିଲ୍ଲୀ ସ୍ଥିତ ବିଜବାସନର ଯେଉଁ ଫାର୍ମ ହାଉସରେ ସତୀଶ ହୋଲି ଖେଳିଥିଲେ ଏହାପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଥିଲା ଏବେ ସେଠାରୁ କିଛି ଆପତ୍ତିଜନକ ଔଷଧ ମିଳିଛି । ଏହି ଫାର୍ମ ହାଉସଟି ସତୀଶଙ୍କ ସାଙ୍ଗ ବିକାଶ ମାଲୁଙ୍କର ବୋଲି ଜଣାପଡିଛି ।

ଆହୁରି ପଢ଼ନ୍ତୁ : ପ୍ରେମିକ ଖେଳିଲା ରକ୍ତର ହୋଲି! ଡାକ୍ତର ପ୍ରେମିକାକୁ ହତ୍ୟା କରି ରଚିଲା ନିଜ ମୃତ୍ୟୁର କାହାଣୀ, ଜାଣନ୍ତୁ ପୂରା ଲୂମଟାଙ୍କୁରା ଘଟଣା...

ଏହି ଫାର୍ମ ହାଉସରେ ହିଁ ସତୀଶଙ୍କ ସ୍ୱାସ୍ଥ୍ୟାବସ୍ଥା ଖରାପ ହେବା ପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ଏବେ ତଦନ୍ତ ବେଳେ ଏଠାରୁ ପୁଲିସକୁ କିଛି ଆପତ୍ତି ଜନକ ଔଷଧ ପ୍ୟାକେଟ୍ ମିଳିଥିବା ସୂଚନା ମିଳିଛି । ଏହାପରେ ପୁଲିସ ସତୀଶଙ୍କ ବ୍ୟବଚ୍ଛେଦ ଓ ଭିସାରା ରିପୋର୍ଟକୁ ଅପେକ୍ଷା କରିଛି ।

ରିପୋର୍ଟ ଆସିବା ପରେ ପୂରା ପ୍ରକୃତ ମାମଲା ପଦାକୁ ଆସିବ ବୋଲି କୁହାଯାଉଛି । ତେବେ ଫାର୍ମ ହାଉସରୁ ମିଳିଥିବା ଆପତ୍ତିଜନକ ଔଷଧ ପ୍ୟାକେଟ୍ କାହା ପାଇଁ ଓ କାହିଁକି ଆସିଥିଲା । ଏହାର ବ୍ୟବହାର କ’ଣ? ସତୀଶ କୌସିକଙ୍କ ସହ ଏହି ଔଷଧର କ’ଣ ସମ୍ପର୍କ ଥିବା ନା ନାହିଁ ସେ ନେଇ ପୁଲିସ ତଦନ୍ତ କରୁଛି ।

ଆହୁରି ପଢ଼ନ୍ତୁ : ନିମାପଡାରେ ସ୍କୁଟି ଆରୋହୀଙ୍କୁ ବଞ୍ଚାଇବା ସମୟରେ ବୁଲେଟ୍‌ ଚାଳକ, ମହିଳା ସରପଞ୍ଚଙ୍କ ଉପରେ ଚଢ଼ିଗଲା ହାଇୱା, ଚାଲିଗଲା ଜୀବନ...

ଏଥିସହ ହୋଲି ପାର୍ଟିକୁ ଆସିଥିବା ସମସ୍ତ ଅତିଥିଙ୍କ ତାଲିକା ମଧ୍ୟ ପୁଲିସ ପ୍ରସ୍ତୁତ କରିଛି । ଯେଉଁମାନେ ସେହି ସମୟରେ ଉପସ୍ଥିତ ଥିଲେ ସେମାନଙ୍କୁ ପୁଲିସ ପଚରାଉଚରା କରିବାକୁ ଚାହୁଁଛି ।  

ମାର୍ଚ୍ଚ ୭ ତାରିଖ ଦିନ ସତୀଶ କୌସିକ ଦିଲ୍ଲୀରେ ତାଙ୍କ ବନ୍ଧୁ ବିକାଶ ମାଲୁଙ୍କ ଫାର୍ମ ହାଉସକୁ ହୋଲି ପାର୍ଟି ପାଇଁ ଆସିଥିଲେ । ଏହି ସମୟରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିଯାଇଥିଲା । ଏହାପରେ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା । ତେବେ ହସ୍ପିଟାଲ ନେବା ବାଟରେ ହିଁ ତାଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ତାଙ୍କର ହୃଦ୍‌ଘାତ ଯୋଗୁଁ ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି ।

Share this story