ଆଜିର ରାଶିଫଳ : ଆଜି ୬ଟି ରାଶି ପାଇଁ ଅତ୍ୟନ୍ତ ଶୁଭ, ଏହି ୨ଟି ରାଶି ରୁହନ୍ତୁ ସାବଧାନ; ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର

Rasifala of March 12 2023

ଓଡ଼ିଆ ଗସିପ ବ୍ୟୁରୋ: ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ମୋଟ ୧୨ଟି ରାଶିର ବର୍ଣ୍ଣନା କରାଯାଇଛି । ପ୍ରତ୍ୟେକ ରାଶିର ଜଣେ ସ୍ୱାମୀ ଗ୍ରହ ରହିଥାଏ । ଗ୍ରହ ଓ ନକ୍ଷତ୍ରଗୁଡିକର ଗତି ଦ୍ୱାରା ରାଶିଫଳ ଗଣନା କରାଯାଏ । ଆସନ୍ତୁ ଜାଣିବା ଆଜି କେଉଁ ରାଶିର ଲୋକଙ୍କ ପାଇଁ ଦିନଟି ଭଲ କଟିବ ଓ କେଉଁ ରାଶିର ଲୋକଙ୍କୁ ଅତି ସାବଧାନତା ସହ ଚଳିବ ପଡ଼ିବ :

ମେଷ- ପୂଜା ଅର୍ଚ୍ଚନା ପାଇଁ ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଆୟ ଅବ୍ୟାହତ ରହିବ ।

ବୃଷ-  ମନ ଅସ୍ଥିର ରହିବ । କର୍ମ ଚାପ ବଢିଯିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ ।  ଦୁଃସମ୍ବାଦ ପ୍ରାପ୍ତି ହେବ । ପାରିବାରିକ ଅଶାନ୍ତି ଦେଖାଦେବ ।

ମିଥୁନ- ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ର ଉତ୍ସାହ ପ୍ରଦ ହେବ । ଆୟ ଓ ବ୍ୟୟ ସମାନ ରହିବ । ମହିଳାମାନେ ଧର୍ମ କର୍ମରେ ବ୍ୟସ୍ତ ରହିବେ ।

କର୍କଟ- ଦୃଢ ମନୋବଳ ନେଇ କାର୍ଯ୍ୟ କଲେ ସୁଫଳ ପାଇବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ପାଇବେ ।

ଆହୁରି ପଢ଼ନ୍ତୁ : ସତୀଶ କୌସିକଙ୍କ ମୃତ୍ୟୁରେ ଆସିଲା ବଡ ଟ୍ୱିଷ୍ଟ, ଫାର୍ମ ହାଉସରୁ ମିଳିଲା ଆପତ୍ତିଜନକ ଔଷଧ

ସିଂହ- ବୁଦ୍ଧି ବିଚାରୀ କାର୍ଯ୍ୟ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ସନ୍ତାନଙ୍କ କାର୍ଯ୍ୟକଳାପରେ ଚିନ୍ତା ପ୍ରକଟ କରିବେ ।

କନ୍ୟା- ମନ ଉତ୍‌ଫୁଲ ରହିବ । ଧର୍ମସ୍ଥଳକୁ ପରିଦର୍ଶନରେ ଯିବେ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ମିଳନର ଯୋଗ ରହିଛି । ଆୟ ଉତ୍ତମ ହେବ ।

ତୁଳା- କର୍ମ ତତ୍ପରତା ପ୍ରକାଶ ପାଇବ । କେତେକ ବକେୟା କାର୍ଯ୍ୟର ସମ୍ପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ଜୀବନ ସୁଖଶାନ୍ତିପୂର୍ଣ୍ଣ  ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ପାରଦର୍ଶିତା ଦେଖାଦେବ ।

ବିଛା- ଦିନଟିରେ ଚିନ୍ତାଗ୍ରସ୍ତ ରହିବେ । ଆର୍ଥିକ ଅନାଟନ ଦେଖାଦେବ । କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କ  କ୍ରୋଧର ଶିକାର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ ।

ଆହୁରି ପଢ଼ନ୍ତୁ : ‘ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଏହି ଦୁଇ ଅଣଓଡ଼ିଆ ଅଫିସରଙ୍କ ରହିଛି ହାତ’, ଏମିତି ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେପି ନେତା ବିଜୟ ମହାପାତ୍ର...

ଧନୁ- ସମସ୍ତ ଯୋଜନା ବ୍ୟର୍ଥ ଯିବ । ଶରୀର ଅସୁସ୍ଥ ରହିବ । ଧାର କରଜ କରିପାରନ୍ତି । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ମନରେ ଆଘାତ ଦେବ ।

ମକର- ସମୟାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ନିଷ୍ଠାର ସହ ସମ୍ପାଦନ କରିବେ । ମନ ପ୍ରସନ୍ନ ରହିବ । ଦାୟିତ୍ୱବୋଧ ବୃଦ୍ଧି ପାଇବ । ଆୟର ଅଭିବୃଦ୍ଧି ପରିଲକ୍ଷିତ ହେବ ।

କୁମ୍ଭ- ସମସ୍ତ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ସନ୍ତାନଙ୍କ କୃତିତ୍ୱରେ ଆତ୍ମସନ୍ତୋଷ ପାଇବେ । ମହିଳାମାନେ ଗୃହ ନିପୁଣା ହେବେ । ବିଦ୍ୟାର୍ଥୀମାନେ ଲିଖନ ପଠନରେ ପାରଦର୍ଶିତା ଲାଭ  କରିବେ ।

ମୀନ- ମୁଣ୍ଡ ବିନ୍ଧା, ଉଦରପୀଡା ଭଳି ଶାରୀରିକ ଅସୁସ୍ଥତା ବୋଧ ହେବ । ଭାତୃ ବିବାଦ ବଢିଯିବ । ଆୟ ବାଧାପ୍ରାପ୍ତ ହେବ । ବନ୍ଧୁଙ୍କ ସାହାଯ୍ୟ ମିଳିବ ।

Share this story