World Odia Language Conferene

‘ମନ୍ତ୍ରୀ ନବ ଦାସଙ୍କ ହତ୍ୟା ପଛରେ ଏହି ଦୁଇ ଅଣଓଡ଼ିଆ ଅଫିସରଙ୍କ ରହିଛି ହାତ’, ଏମିତି ସାଙ୍ଘାତିକ ଅଭିଯୋଗ ଆଣିଲେ ବିଜେପି ନେତା ବିଜୟ ମହାପାତ୍ର...

Bijay Mohapatra levelled allegation on Naba Das murder case

ଓଡ଼ିଆ ଗସିପ ବ୍ୟୁରୋ: ମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ବିଜେପି ନେତା ବିଜୟ ମହାପାତ୍ର ବଡ଼ ବିସ୍ଫୋରଣ କରିଛନ୍ତି । ଦୁଇ ଅଣଓଡ଼ିଆ ଅଫିସର ହିଁ ପରଦା ପଛର ମୁଖ୍ୟ ନାୟକ ବୋଲି ବିଜୟ କହିଛନ୍ତି ।

ସେ କହିଛନ୍ତି, ‘ଜଣେ ଆଇଏଏସ୍ ଓ ଜଣେ ଆଇପିଏସ୍ ଅଫିସର ହିଁ ମୁଖ୍ୟ ନାୟକ । ପୋଲିସ୍‌ କଥା ବୁଝୁଥିବା ଦୁଇ ଅଣଓଡ଼ିଆ ଅଫିସର ହିଁ ମୁଖ୍ୟ ନାୟକ । ସେ ଅଞ୍ଚଳର କିଛି ଜିଲ୍ଲା ପରିଷଦ ସଭ୍ୟଙ୍କୁ ଧମକ ଦିଆଯାଇଛି । ହତ୍ୟା ବିଷୟରେ କିଛି ନକହିବାକୁ ପୋଲିସ ସେମାନଙ୍କୁ ଧମକ ଦେଇଛି’ ।

ରାଜ୍ୟରେ ପୋଲିସ ବ୍ୟବସ୍ଥା ପୁରା ବୁଡ଼ି ଗଲାଣି । ସମ୍ପୃକ୍ତ ଅଫିସରଙ୍କ ଅହଙ୍କାର ଚରମ ସୀମାରେ ପହଞ୍ଚି ଗଲାଣି ବୋଲି ବିଜୟ କହିଛନ୍ତି । ସେପଟେ ନବ ଦାସ ହତ୍ୟା ତଦନ୍ତକୁ ନେଇ ମଧ୍ୟ ବିଜୟ ମହାପାତ୍ର ବଡ଼ ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ : ସାବଧାନ୍ ! ରାଜଧାନୀ ଭୁବନେଶ୍ୱର ରାସ୍ତାରେ ଏକୁଟିଆ ଯୁକ୍ତ ୨ ଛାତ୍ରୀଙ୍କୁ ଦେଖି ଅସଦାଚରଣ କରୁଛି ଅଭଦ୍ର ଯୁବକ

ସେ କହିଛନ୍ତି, ‘ମାମଲାରେ କାହିଁକି ୧୨୦ ବି’ ଲଗାଯାଇନି ? ସାଧାରଣ ଛୋଟମୋଟ ଘଟଣାରେ ପୋଲିସ ୧୨୦ ବି ଲଗାଇ ଦେଉଛି । ୧୨୦ ବି ଲଗାଗଲେ, ଅପରାଧିକ ଷଡ଼ଯନ୍ତ୍ର ବିଷୟରେ ତଦନ୍ତ ହେବ । ଏହି ଘଟଣାରେ ଜାଣିଶୁଣି ୧୨୦ ବି ଲଗାଯାଇନି, ଷଡ଼ଯନ୍ତ୍ର ପାର୍ଟ ଅନ୍ଧାର ।’

‘ତଦନ୍ତ ଅଗ୍ରଗତି ନେଇ କିଛି କୁହାଯାଉନି, ସବୁ ଇନ୍ କ୍ୟାମେରା ଚାଲିଛି । ଖାମଖିଆଲି ଭାବେ ତଦନ୍ତକୁ ବନ୍ଦ କରିବା ପାଇଁ ଚକ୍ରାନ୍ତ ଚାଲିଛି । ଯେପର୍ଯ୍ୟନ୍ତ ହତ୍ୟାର ଉଦ୍ଦେଶ୍ୟ ସାମ୍ନାକୁ ନଆସିବ, ସନ୍ଦେହ ହଟିବନି’ ବୋଲି ବିଜୟ କହିଛନ୍ତି ।

ଏହାସହ FBI କୁଆଡ଼େ ଗଲା ବୋଲି ମଧ୍ୟ ସେ ପ୍ରଶ୍ନ କରିଛନ୍ତି । ‘FBI ତଦନ୍ତ ହେବ ବୋଲି କହିଲେ, ଏବେ ସେସବୁ କୁଆଡ଼େ ଗଲା ? କହିଦେଇ ଏବେ ସେସବୁ ଭୁଲିଗଲେ । ଜଷ୍ଟିସ ଦାସ କ’ଣ ସୁପରଭାଇଜ୍ କରୁଛନ୍ତି ବୋଲି ମଧ୍ୟ ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି ।

ଆହୁରି ପଢ଼ନ୍ତୁ : ହୋଲି ରାତିରେ ରାଜଧାନୀ ଭୁବନେଶ୍ୱରରେ ଲିଫ୍ଟ ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ

ନବ ଦାସ ହତ୍ୟା ମାମଲାକୁ ନେଇ ‘କ୍ରାଇମବ୍ରାଞ୍ଚର ସବୁ ତଦନ୍ତ ଗୋପାଳ ପାଖରେ ହିଁ ଅଟକି ଯାଇଛି । କାହାକୁ ସୁରକ୍ଷା ଦେବାକୁ ତଦନ୍ତ ଏକପାଖିଆ କରାଯାଉଛି’ ବୋଲି ବିଜେପି ନେତା ବିଜୟ ମହାପାତ୍ର ପ୍ରଶ୍ନ କରିଛନ୍ତି ।

Share this story