ସାବଧାନ୍ ! ରାଜଧାନୀ ଭୁବନେଶ୍ୱର ରାସ୍ତାରେ ଏକୁଟିଆ ଯୁକ୍ତ ୨ ଛାତ୍ରୀଙ୍କୁ ଦେଖି ଅସଦାଚରଣ କରୁଛି ଅଭଦ୍ର ଯୁବକ

Youth touch the private part of youth riding SUV in Bhubaneswar

ଓଡ଼ିଆ ଗସିପ ବ୍ୟୁରୋ: ଘରୁ ବାହାରକୁ ବାହାରୁଥିଲେ ସାବଧାନ୍ । କାରଣ ରାସ୍ତାରେ ବୁଲୁଛନ୍ତି ଅମାନବୀୟ ଯୁବକ । ଏସୟୁଭି କାରରେ ଆସି ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ଅଭିଯୋଗ ହୋଇଛି ।

ମହିଳା ତଥା ପାଠ ପଢ଼ୁଥିବା ସ୍କୁଲ ଛାତ୍ରୀଙ୍କୁ ବି ଛାଡ଼ୁନାହାନ୍ତି ଏମାନେ । ରାସ୍ତା ଉପରେ ଏକାକି ଦେଖିଲେ ମାନବୀକତା ହରାଇ ଅସଦାଚରଣ କରୁଛନ୍ତି ଦୁର୍ବୃତ । ବଡଗଡ଼ ଥାନା ଅଧିନ ରତ୍ନାକର ବାଗ ଅଂଚଳରେ ଅଭଦ୍ରାମି କରୁଥିବା ସମୟରେ ଦୁର୍ବୃତଙ୍କୁ ଚିହ୍ନଟ କରାଯାଇଛି ।

ଯୁବତୀ ଜଣଙ୍କ ବଡଗଡ଼ ଥାନାରେ ଏନେଇ ମାମଲା ରୁଜୁ କରିଛନ୍ତି । ଟ୍ୟୁସନରୁ ଫେରିବା ସମୟରେ ଏହି ଘଟଣା ସମ୍ନାକୁ ଆସିଛି । ପୁରା ଘଟଣା ସିସିଟିଭିରେ କଏଦ ହୋଇଛି । ଦୁର୍ବୃତ ମାନେ ଏସୟୁୂଭି କାରରେ ଆସି ଜଣେ ଛାତ୍ରୀଙ୍କୁ ଅସଦାଚରଣ କରୁଥିବା ବେଳର ଫୁଟେଜକୁ ପୋଲିସ ଜବତ କରିଛି ।

ଆହୁରି ପଢ଼ନ୍ତୁ : ହୋଲି ରାତିରେ ରାଜଧାନୀ ଭୁବନେଶ୍ୱରରେ ଲିଫ୍ଟ ଦେବାକୁ କହି ଯୁବତୀଙ୍କୁ ଦୁଷ୍କର୍ମ

ଛାନଭିନ କରିବା ପରେ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ । ଅଭିଯୁକ୍ତଙ୍କ ନାଁ ସରୋଜ କୁମାର ସ୍ୱାଇଁ ବୋଲି ଜଣାପଡ଼ିଛି । ସୁବିଧା ଦେଖି ଯୁବତୀଙ୍କୁ ଛୁଉଁଥିବା ଅଭିଯୋଗ ହୋଇଛି ।

ଶୁଣିବାକୁ ମିଳିଛି କି ମହିଳା ତଥା ପାଠ ପଢ଼ୁଥିବା ସ୍କୁଲ ଛାତ୍ରୀଙ୍କୁ ବି ଛାଡ଼ୁନାହାନ୍ତି ଏହି ଅଭିଯୁକ୍ତ । ରାସ୍ତା ଉପରେ ଏକାକି ଦେଖିଲେ ମାନବୀକତା ହରାଇ ଅସଦାଚରଣ କରୁଛନ୍ତି ଦୁର୍ବୁତ୍ତ । ନିରୋଳା ରାସ୍ତାରେ କାରରେ ଆସି ଏଭଳି କରୁଛି ଅଭଦ୍ର ଯୁବକ । ଯୁକ୍ତ ୨ ଛାତ୍ରୀ ଟ୍ୟୁସନରୁ ଫେରିବା ପରେ ଟାର୍ଗେଟ କରୁଛି ଅଭିଯୁକ୍ତ ।

Share this story